
ଆଖିବୁଜି କୋଟିକୋଟି ଟଙ୍କାର ନଦୀବାଲି ରାଜସ୍ବ ଲୁଟୁଛନ୍ତି ତହସିଲଦାରମାନେ, ସରକାର ନିଦାବିଷ୍ଣୁ!
ନିଆଳି ତହସିଲଦାରଙ୍କ ନାମରେ ଉଠିଛି ସାଙ୍ଘାତିକ ଅଭିଯୋଗ।କୋଟିଟଙ୍କାର ସରକା ରୀ ରାଜସ୍ବ ବାଟମାରଣାର ଏହି ଅଭିଯୋଗ ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ସରକାରୀ ନଦୀବାଲି ଲୁଟର ସାଙ୍ଘାତିକ ଘଳିଆର କୌଶ ଳ ଉପରୁ ପରଦା ହଟିଛି।ହେଲେ ଆମ ଶ୍ରେଷ୍ଠ ସରକାର ପୁରା ନିଦାବିଷ୍ଣୁ!
ପ୍ରାପ୍ତ ସୁଚନା ଅନୁଯାୟୀ,୧୪୮୫ ଟଙ୍କା ସିଏମ୍ ପ୍ରତି ଦରରେ ଦେବୀ-କନ୍ଦଳ ନଦୀ ପ୍ଲଟ ନମ୍ବର ୩,ଖାତା ନମ୍ବର୧୧୯୪ କୁଳଶ୍ରୀ ବାଲିଘାଟ ଏରିଆ ୧୧ଏକର ୮୦,ବର୍ଷକୁ ବାଲି ଉଠାଣ ୧୫ହଜାର mgq ମିନିମମ୍ ଗ୍ୟାରେଣ୍ଟି କ୍ୱାନ୍ତିଟୀ ଉପରେ ୨କୋଟି ୨୨ଲକ୍ଷ ୫୨ହଜାର ଟଙ୍କା ନିଲାମ ମୂଲ୍ୟରେ ନିଲାମ ହୋଇଥିଲା।ନିୟମାନୁଯାୟୀ ନିଲାମଧାରୀ ମାଇନିଂ ବିଭାଗ ଜିଓଲୋଜିଷ୍ଟ ଓ ରାଜ୍ୟ ପ୍ରଦୂଷଣ ବିଭାଗରୁ ଆସେଶ ମେଣ୍ଟ ଓ କ୍ଲିଅରାନସ ଆଣିଥିଲେ।ଏହି ଦର ଯୋଗୁ ଅନ୍ୟ ପ୍ରତି ଯୋଗୀ ନିଲାମରେ କଟି ଯାଇଥିଲେ।ତେବେ ବାଲି କମ ଥିବା ଆପତ୍ତି ଦର୍ଶାଇ ନିଲାମ ଧାରୀ ତହସିଲଦାରଙ୍କୁ ଏକ ଦରଖାସ୍ତ ଦେବା ପରେ ତାହାକୁ ମାଇନିଙ୍ଗ ବିଭାଗ ଓ ପ୍ରଦୂଷଣ ବିଭାଗ ପୁନଃ ମୂଲ୍ୟାୟନ ନିମନ୍ତେ ୯୦୦୦ mgqକୁ ଖସାଇ ଆଣି ୧ କୋଟି ୩୩ଲକ୍ଷ ୬୫ହଜାର ଟଙ୍କାକୁ ପୁନଃ ମୂଲ୍ୟାୟନ ଧାର୍ଯ୍ୟ ହୋଇଛି,ଫଳରେ ସରକାରୀ ରାଜକୋଷର ପ୍ରାୟ ୧କୋଟି ଟଙ୍କା ପାଖାପାଖି କ୍ଷତି ଘଟିଥିବା ଅଭିଯୋଗ ହୋଇଛି।ଏଠା ରେ ପ୍ରଶ୍ନ ଉଠୁଛି ଯେ ନିଲାମ ନେବାବେଳେ କେଉଁ ଜିଓଲୋଜି ଷ୍ଟ,କେଉଁ ପାଠ ବଳରେ ଏପରି ଆକଳନ ଦେଇ ଥିଲେ?କେଉଁ ପରିବେଶ ଅଧିକାରୀ ଏହାକୁ ସହମତ କରି ଥିଲେ?ଥରେ ନି ଲାମ ଦରରେ ନିଲାମ ହେବା ପରେ ଯଦି ତାହା ଲାଭଜନକ ହେଲା ନାହିଁ,ତେବେ ଛାଡି ଦେଇଥିଲେ ଦ୍ଵିତୀୟ ନିଲାମଧାରୀ ଙ୍କୁ ସୁଯୋଗ ମିଳିଥାଆନ୍ତା।ତହସିଲଦାର ଅଧା ରାଜସ୍ବ କ୍ଷତିକୁ କିପରି ସହ୍ୟ କରି ନିଲାମଧାରୀଙ୍କ ଆବେଦନକୁ ଗ୍ରହଣ କଲେ ?ଯାହା ଏବେ ବାଲି ମାଫିଆଙ୍କ ସହିତ ଅସାଧୁମେଣ୍ଟ ନେଇ ଉ ଠିଛି ବିରାଟ ପ୍ରଶ୍ନ।ସୂଚନା ଯୋଗ୍ୟ ଯେ ୨୦୧୬-୨୦୨୧ ନିଲା ମ ବର୍ଷରେ ଏହି ଘାଟରୁ ବାର୍ଷିକ ୧୨ ହଜାର mgqରୁ କମ ବା ଲି ଉଠାଣ ହୋଇଥିବା ନିଜେ ନିଆଳି ତହସିଲଦାରଙ୍କ କା ର୍ଯ୍ୟାଳୟ ଶରତ କୁମାର ସାହୁଙ୍କ ଜନସୂଚନା ଅଧିକାର ତଥ୍ୟ ରେ ଉତ୍ତର ଦେଇଛନ୍ତି ତେବେ ଏହି ଦରରୁ ଅଫସେଟ୍ ପ୍ରାଇସ କୁ ତହସିଲଦାର ଅନୁମୋଦନ ଦେଇ ପାରିବା କ୍ଷମତା ଅଛି କି?ସେହିଭଳି ସମାନ ସୂତ୍ରରେ କଣ୍ଟାପଡ଼ା ତହସିଲଦାର ତୀର୍ଥ ପଡ଼ା ୧ନମ୍ବର ଘାଟର ନିଲାମ ମୂଲ୍ୟ ୩୦ହଜାର ଘନମିଟର ମାଇନିଙ୍ଗ ପ୍ଲାନକୁ ନିଲାମ ପରେ ୨୦ହଜାର କ୍ୱିବିକ ମିଟର ନି ମନ୍ତେ ସୁପାରିସ ଦେଇ ଥିବା ବେଳେ ମାଇନିଙ୍ଗପ୍ଲାନ୍ ପୁନଃ ମୂ ଲ୍ୟାୟନ କରାଯାଇ ତାହାକୁ ୧୫ହଜାର ଘନମିଟରକୁ ଖସାଇ ଅଣାଯାଇଛି।ଫଳରେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ମା ଇନିଙ୍ଗ ନିର୍ଦ୍ଦେଶାଳୟର ଜିଓଲୋଜିଷ୍ଟ୍,ରାଜ୍ୟ ପ୍ରଦୂଷଣ ବୋର୍ଡ ଆସେସମେଣ୍ଟ ଅଥେରିଟୀ ଓ ତହସିଲ କାର୍ଯ୍ୟାଳୟ ମଧ୍ୟରେ ରାଜକୋଷକୁ ଲୁଟିବାକୁ ଏକ ବିରାଟ ରାକେଟ ସୃଷ୍ଟି ହୋଇଛି, ଯହିଁରେ କୋଟିକୋଟି ଟଙ୍କାର ନଦୀବାଲି ରାଜସ୍ବ ଲୁଟିବାକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଛି।ରାଜ୍ୟର କ୍ରାଇ ମ୍ ବ୍ରାଞ୍ଚ ଏହାର ଏକ ବିସ୍ତୃତ ତଦନ୍ତ କରିବାକୁ ଦାବି ହେଉଛି।

କଥାରେ ଅଛି କାହାକୁ ନ ମିଳେ ଟଙ୍କ ତୋରାଣି ତ କାହାକୁ ଅଚ ଳାଚଳ ସମ୍ପତ୍ତି।ସବୁ ସେଇ ଭଗବାନଙ୍କ ଦାନ।ମାତ୍ର ଏବେ ସର କାରଙ୍କ ଯେତେ ଯୋଜନା ସେଥିରୁ ଅଧିକାଂଶଭାଗ କିଳାପୋତେ ଇରେ ଯାଉଛି।ଏହାର ନମୁନା ଏବେ ଆଉ ବିରଳ ହୋଇ ରହି ନାହିଁ।ଗରୀବ ଲୋକଙ୍କୁ ବାସଗୃହଟିଏ ଓ ଦାନା ମୁଠାଏ ସୁନି ଶ୍ଚିତ କରିବା ସରକାରୀ ଯୋଜନା କିଛି ଲୋକଙ୍କ ଯୋଗୁ ଏବେ ପାଣି ଚିଆ ପାଲଟିଛି।ନିଆଳି ବ୍ଲକ,ରାଣୀଓଳା ପଞ୍ଚାୟତ କୁଳ ବରିଷଣ ଗ୍ରାମ,ୱାର୍ଡ ନମ୍ବର ୧୧ରେ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକା ରୀ ଭାସ୍କର ବେହେରାଙ୍କ ଦାନ ଅବଦାନ,ହାତସଫେଇ ଓ କିଳା ପୋତେଇ ବଳରେ ହୋଇଥିବା ଅଭିଯୋଗ ଉଠୁଛି।ଜଣେ ମହିଳା ଶୈଳବାଳା ସାମଲଙ୍କ ୧୦ବଖରା କୋଠାଘର,୩ ପୁଅ ପ୍ରତିରକ୍ଷା ବିଭାଗରେ ଦେଶରକ୍ଷା କାର୍ଯ୍ୟରେ ନିୟୋଜିତ ଥାଇ,ସ୍ଵାମୀଙ୍କ ନାମ ଲୁଚେଇ ରଖି,ସରକାରଙ୍କ ମାଗଣା ଘର ଯୋଗାଇ ଦିଆ ଯାଇଥିବା ଅଭିଯୋଗ ହୋଇଛି।ସତେ ଯେମିତି ସରକାରୀ ଅଧିକାରୀଙ୍କ ଏହା ବାପାସଂପତ୍ତିରୁ ଦିଆଯାଇଛି।ଯୋଜନା ନାଁରେ ରାଜକୋଷକୁ କେମିତି କୌଶଳରେ ପଂଜାଏ ଅସାଧୁ କର୍ମଚାରୀ ଦୁହିଁ ନେ଼ଇ ଲୁଟୁଛନ୍ତି ଏହା ହେଉଛି ବଳିଷ୍ଠ ନମୁନା।ଯଦି ଆର୍ଥିକ ଉତ୍ତରଦାୟୀ ବିଲ ପାସ ହୁଅନ୍ତା,ଓ ସମ୍ପୃକ୍ତ କର୍ମଚାରୀ ମାନେ ଉତ୍ତରଦାୟୀ ରହନ୍ତେ ତେବେ ଦେଶ ସୁଧୁରି ଯାଆନ୍ତା ବୋଲି ମତ ପ୍ରକାଶ ପାଉଛି।






