
ଆଜି ଅବସରନେଉଛନ୍ତି ମୁଖ୍ୟବିଚାରପତି ଗୋଗୋଇ: ଦୁଇଦିନିଆ ତିରୁପତି ମନ୍ଦିର ଗସ୍ତରେ ସସ୍ତ୍ରୀକ ପୂଜାର୍ଚ୍ଚନା


ଦେଶ-ବିଦେଶରେ ବହୁଚର୍ଚ୍ଚିତ ୧୩୪ ବର୍ଷର ପୁରାତନ ବିବାଦ ,ଅଯୋଧ୍ୟା ରାମଲାଲାକଂ ମନ୍ଦିରସ୍ଥଳ ମାମଲାର ଫଇସଲା ଶୁଣାଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦେଶର ୪୬ତମ ପ୍ରଧାନ ବିଚାରପତିକଂ ଆଜି ହେଉଛି କାଯ୍ୟକାଳର ଶେଷଦିନ ଏହି ଅବସରରେ ଦୁଇଦିନିଆ ମନ୍ଦିର ଗସ୍ତ ଓ ପୂଜାର୍ଚ୍ଚନା ନିମନ୍ତେ ଧର୍ମପତ୍ନୀ ରୂପାଂଜଳି ଗୋଗୋଇକଂ ସହିତ ସେ ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବସ୍ଥାନମ୍ ଓ ତିରୁଚନ ମନ୍ଦିରରେ ଶନିବାର ପହଂଚିଥିଲେ।ସେଠାରେ ତାଂକୁ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବିପୁଳ ସ୍ୱାଗତ ସଂମ୍ବର୍ଦ୍ଧନା ଦିଆଯାଇଛି।ଭାରତର ସୁପ୍ରିମ କୋର୍ଟର ବିଚାରପତି ଭାବେ ସାଢେ ୧୩ମାସର କାର୍ଯ୍ୟକାଳ ମଧ୍ୟରେ ସେ ୪୭ଗୋଟି ଗୁରୁତ୍ୱପୂର୍ଣ ମାମଲା ସମାଧାନରେ ରାୟ ଦେଇଛନ୍ତି।ତାଂକପାଇଁ ତଥା ଦେଶ ବିଦେଶରେ ସବୁଠୁ ଗୁରୁତ୍ୱପୂର୍ଣ ଅଯୋଧ୍ୟା ମାମଲା ଥିଲା ସର୍ବଶ୍ରେଷ୍ଠ ଓ ସର୍ବଶେଷ ଦୁଃସାହସିକ ରାୟ।ଯାହାକୁ ସେ ସୁନ୍ଦରଭାବେ ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ରିପୋର୍ଟର ପ୍ରମାଣ ଭିତ୍ତିରେ ସମାଧାନର ସୂତ୍ର ସହିତ ରାୟ ଶୁଣାଇଦେଇଛନ୍ତି।ଏହାଉପରେ ସାରାଦେଶ କେବଳ ନୁହେଁ,ବିଦେଶରେ ମଧ୍ୟ ନଜର ଥିଲା । କେବଳ ଏହି ଐତିହାସିକ ରାୟ ନୁହେଁ, ରାଫେଲ ବିମାନ କିଣା ,ସାବରୀମାଳା ମନ୍ଦିର ବିବାଦ ଆଦି ୪୭ ଟି ଗୁରୁତ୍ୱପୂର୍ଣ ମାମଲାର ରାୟ ଆଦି ତାଂକ କାର୍ଯ୍ୟକାଳର ଉଲ୍ଲେଖନୀୟ ଘଟଣା।ସର୍ବୋପରି ଅଯୋଧ୍ୟା ମାମଲା ରାୟ ତାଂକୁ ଚିରଦିନ ଇତିହାସରେ ସ୍ୱର୍ଣାକ୍ଷରରେ ଲିପିବଦ୍ଧ କରି ରଖିବ।କେବଳ ଏତିକି ନୁହେଁ ୧୦୪୫ ପ୍ରୁଷ୍ଠାର ଏହିରାୟରେ ଆଗକୁ ମଥୁରା ,କାଶୀ ଆଦି ଘଟଣାରେ ଏପରି ମାମଲା ଗ୍ରହଣଯୋଗ୍ୟ ହେବନାହିଁ ବୋଲି ମଧ୍ୟ ରୋକ୍ ଠୋକ୍ ଶୁଣାଇଦେଇଛନ୍ତି। ଏନ୍.ଆର.ସି,ଜାମୁକାଶ୍ମୀର ମାମଲାରେ ମଧ୍ୟ ସେ ଶୁଣାଣୀ କରିଥିଲେ।ଆଜି ତାଂକର ଶେଷ କାର୍ଯ୍ୟ ଦିବସ।ଦୁଇଦିନ ତଳୁ ତାଂକୁ ସୁପ୍ରିମ କୋଟ ପରିସରରେ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ପରମ୍ପରା ଓ ପ୍ରଥା ଅନୁଯାୟୀ ସେ ପରବର୍ତ୍ତୀ ,ଦେଶର ୪୭ ତମ ମୁଖ୍ୟ ବିଚାରପତି ଭାବେ ସେ ଶ୍ରୀ ଶରଦ୍ ଅରବିନ୍ଦ ବୋବଡେକୁଂ ସୁପାରିଶ ସରକାରକୁଂ ଦେଇଛନ୍ତି।ବିଚାରପତି ଶ୍ରୀ ଗୋଗୋଇ ୧୯୫୪ ନଭେମ୍ବର ୧୮ରେ ଆସାମ ପ୍ରଦେଶ,ଦ୍ରିବୁଗଡ ଜିଲ୍ଲା କେ.କେ ଗୋଗୋଇ ସରଣୀରେ”ତାଇଅହୋମ” ରାଜକୀୟ ପରିବାରରେ ପୈତ୍ରୁକ ବାସଭବନରେ ଜନ୍ମ ହୋଇଥିଲେ,ତାଂକପିତା ଭାରତୀୟ ଜାତୀୟ କଂଗ୍ରେସ ଦଳର ସଦସ୍ୟ ଥିଲେ ଓ ୧୯୮୨ରେ ଦୁଇମାସ ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହୋଇଥିଲେ।ଦ୍ରିବୁଗଡର ଡନ୍ ବସ୍କୋ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା,ପ୍ରି ୟୁନଭର୍ସିଟି ଦିଲ୍ଲୀ,ସେଣ୍ଟ ଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତ୍ତକ,ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତ୍ତକ ଶିକ୍ଷା ପରେ ଆଇନଜୀବି ଭାବେ ଗୌହାଟୀ ହାଇକୋର୍ଟରେ ନିଜର ବ୍ରୁତ୍ତି ୧୯୭୮ରେ ଆରମ୍ଭ କରିଥିଲେ,ଓ ୨୦୦୧ରେ ବିଚାରପତି ଭାବେ ଯୋଗ ଦେଇଥିଲେ।୨୦୧୦ରେ ସେ ପଂଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଓ ୨୦୧୧ରେ ମୁଖ୍ୟ ବିଚାରପତି ଆସନ ଅଳଂକ୍ରୁତ କରିଥିଲେ।୨୩ ଅପ୍ରେଲ ୨୦୧୨ ରେ ସେ ସୁପ୍ରିମକୋର୍ଟରେ ବିଚାରପତି ଭାବେ ଯୋଗ ଦେଇଥିଲେ।ତାଂକର ଗୌହାଟୀରେ ମଧ୍ୟ ନିଜସ୍ୱ ବାସ ଭବନ ରହିଛି ।ଯେଉଁଠି ସେ ଅବସର ପରେ ଅବସ୍ଥାନ କରିବେ।ଅଯୋଧ୍ୟାରାୟ ପରିପ୍ରେକ୍ଷୀରେ ତାଂକୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଫଟୋ- Times India,Outlook India,and Live India etc.