ଜିଲ୍ଲାଖବର ରାଜ୍ୟଖବର

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା ଲକ୍ଷ୍ୟରେ ସରକାର ନୂତନ ଥାନା ଓ କୋର୍ଟ ମାନ ସ୍ଥାପନ କରୁଛନ୍ତି।ହେଲେ ପାଣ୍ଠି ,ଭିତ୍ତିଭୂମି ଯୋଗାଇବାରେ ଅହେତୁକ ବିଳମ୍ବ ଯୋଗୁଁ ଏହି ଘୋଷଣା କେବଳ ଧୁଆଁବାଣ ସାବ୍ୟ ସ୍ତ ହୋଇଛି,ଏମିତିକି ରାଜ୍ୟର ଉଚ୍ଚ ନ୍ୟାୟାଳୟ ପ୍ରକାଶ କରିଥିବା ତତ୍ପରତାର ସୁଫଳ ମଧ୍ୟ ମିଳିପାରିନାହିଁ।

ପ୍ରାପ୍ତ ତଥ୍ୟସୂଚନା ଅନୁଯାୟୀ,ଆଜିକୁ ପ୍ରାୟ ଚାରିବର୍ଷ ତଳେ କଟକ ଜିଲ୍ଲାର କଣ୍ଟାପଡ଼ା ସମେତ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳ ଜିଲ୍ଲାରେ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ସିଭିଲ ଜଜ ଜୁନିଅର ଡିଭିଜନ ଖୋଲିବାକୁ ସରକାରୀ ଓ ବିଚାର ବିଭା ଗୀୟ ନିଷ୍ପତ୍ତି ଘୋଷଣା ନାମା ପ୍ରକାଶପାଇଲା।ସରକାର ରାଜସ୍ୱ ପାଣ୍ଠି ଆକଳନ ଅନୁଯାୟୀ କେତେଗୋଟି କୋର୍ଟଖୋଲିବେ,କୋର୍ଟ ପିଛା କେତେଟଙ୍କା ଭିତ୍ତିଭୂମି ବାବଦରେ ବ୍ୟୟହେବ,ତାହାର ଏକ ପ୍ରାଥମିକ ଆକଳନ ନିଶ୍ଚୟ କରିଥିବେ? କେତେଦିନରେ ନିର୍ମାଣ କାର୍ଯ୍ୟ ଶେଷହୋଇ ଯୋଜନା କାର୍ଯ୍ୟକ୍ଷମହେବ ତାହାର ଏକ ଚିତ୍ର ଆପାତତଃ ଧାର୍ଯ୍ୟ ହୋଇଥିବ!!ଯେମିତି ଆବଶ୍ୟକତାକୁ ଚାହିଁ ଗୃହ ବିଭାଗ,ଆଇନବିଭାଗ ଓ ରାଜସ୍ବବିଭାଗ ମିଳିତନିଷ୍ପତ୍ତି ଜନସାଧା ରଣ ଙ୍କ ସାମ୍ନାକୁ ଆସିଲା ସେମିତି କାର୍ଯ୍ୟକ୍ରମ ରୂପାୟନ ବି ହେବା କଥା।ମାତ୍ର ଧାର୍ଯ୍ୟ ତିନି ଏକର ପରିମିତ ସରକାରୀ ଜାଗା ଅନୁ ସନ୍ଧାନ ଓ ତଲାସ ନାଁରେ ବେଶ୍ କିଛି ଲମ୍ବାସମୟ ଚାଲିଗଲା, ଅଥଚ କୌଣସି ସରକାରୀବାବୁ ଏଥିନେଇ କିଛି କାର୍ଯ୍ୟ ପ୍ରଗତୀ କଲେ ନାହିଁ,କିନ୍ତୁ ନିୟମିତ ଦରମା ନେବାରେ କେବେ କିଛି ଅବ ହେଳା,ତ୍ରୁଟି ଘଟିଥିବା କାହିଁ,କେବେ,କାହା ନଜରକୁ ଆସିନାହିଁ ।ଗତ କିଛିଦିନ ତଳେ ମାନ୍ୟବର ରାଜ୍ୟ ଉଚ୍ଚନ୍ୟାୟାଳୟ ତତ୍ପରତା ପ୍ରକାଶକରି ଏହି ଯୋଜନାର କେତେଦୂର ଅଗ୍ରଗତି ଘଟିଛି ତାହା ତୁରନ୍ତ ଜଣାଇବାକୁ ସଂପୃକ୍ତ ଜିଲ୍ଲା ଜଜ୍ ମାନଙ୍କୁ ଇ-ମେଲ ପତ୍ର ଜରିଆରେ ନିର୍ଦ୍ଦେଶ ପଠାଇଥିଲେ,(ଯାହାର ପ୍ରମାଣ ଆମେ ଏହି ଖବର ସହ ଉପସ୍ଥାପିତ କରିଛୁ।)ଉକ୍ତ ଖବର ଅନୁଯାୟୀ ସମଗ୍ର ରାଜ୍ୟରେ ମୋଟ ୭୪ଟି ନୂତନ JMFC କୋର୍ଟ ଖୋଲାଯିବାର ପ୍ରସ୍ତାବ ଓ ପ୍ରକାଶିତ ତାଲିକା ସାଧାରଣରେ ବେଶ୍ ଆଗ୍ରହ,ଉତ୍ସାହ ଓ ଉଦ୍ଦୀ ପନା ସୃଷ୍ଟି କରିଥିଲା।ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ନାମା ବୋଲି ଜାଣି ଆଶା କରାଯାଉଥିଲା ଯେ ଆଉ ଏଥର କାର୍ଯ୍ୟ ବିଳ ମ୍ବିତ ହେବ ନାହିଁ।ମାତ୍ର ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ ସରି ବାକୁ ସମସ୍ତେ ଅପେକ୍ଷା କରିଥିଲେ।ଜିଲ୍ଲା ଜଜ୍ ମାନେ ମଧ୍ୟ ନିର୍ବା ଚନ ପରେ ଘନଘନ ଗସ୍ତକରି କାର୍ଯ୍ୟକ୍ରମର ଚୁଡାନ୍ତ ରୂପାୟନ କରିଥିଲେ।ସ୍ଥାୟୀଗୃହ ନିର୍ମାଣ ନିମନ୍ତେ ବଜେଟ ପ୍ରସ୍ତୁତପର୍ଯ୍ୟନ୍ତ ବ୍ଲ କ ମୁଖ୍ୟାଳୟ ଅଞ୍ଚଳ ପାଖାପାଖି ଅସ୍ଥାୟୀ ଓ କାର୍ଯ୍ୟରେ ଲାଗୁ ନ ଥିବା ସରକାରୀ କିମ୍ବା ବେସରକାରୀ ଗୃହ ଭଡ଼ାରେ ନେଇ କୋର୍ଟ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ଓ ଲକ୍ଷ୍ୟ ଜନ ସାଧାରଣରେ ଆନନ୍ଦ ପ୍ରକାଶ ପାଇଥିଲା।ହେଲେ ପାଣ୍ଠି ଓ ବଜେଟ ଅଭାବ ଆଳ ରେ ପୋଖରୀକୁ ପଦ୍ମ ତୋଳିବାକୁ ଯାଇଥିବା ଝିଅଟି ତା ମାଆକୁ ଡାକି କହିବାପରି ” ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି।ଯାହାକି ପୂର୍ବ ଓ ବର୍ତ୍ତମାନର ନୂଆ ସରକାରଙ୍କ କାର୍ଯ୍ୟଦକ୍ଷତା ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି।ଲୋକେ କହିବା ଆରମ୍ଭ କଲେଣି ନବୀନ ସରକାରଂକ ପାରଙ୍ଗମ ପଣିଆ ଓ ନୂଆ ସରକାରଙ୍କ କାର୍ଯ୍ୟଦକ୍ଷତା ମଧ୍ୟରେ ଆକାଶ ପାତାଳ ପ୍ରଭେଦ ଜଳ ଜଳ ବାରିହୋଇ ପଡ଼ୁଛି।ସେମାନେ ଋଣଆଣି ରାଜ୍ୟଚଳାନ୍ତୁ କି ପୈତୃକ ଜମିବିକି ଚଳାନ୍ତୁ କି ଦୁର୍ନୀତି କରନ୍ତୁ କିନ୍ତୁ କାର୍ଯ୍ୟର ତୀବ୍ରତା ଓ ବେଗ ଏ ନୂଆ ସରକାରରେ କାହିଁ??କେବଳ ଏତିକି ନୁହେଁ ଭୂତ କୋଠି,ସରୀସୃପ ମାନଙ୍କ ନିରାପଦ ଆଶ୍ରୟସ୍ଥଳୀ ପାଲଟିଥିବା ଓ କର୍ମଚାରୀ ନଥାଇ ସନ୍ଧ୍ୟାହେଲେ ମଦୁଆଙ୍କ ଆଖଡ଼ାଶାଳ ପାଲଟି ଥିବା,ଦିନରାତି ୨୪ଘଣ୍ଟା ଏକ ସରକାରୀ କାର୍ଯ୍ୟାଳୟର ସାମ୍ନା ଲୁହା ଫାଟକ ବନ୍ଦରହୁଥିବା,୯ଏକର ବିଶିଷ୍ଟ ଅନାବଶ୍ୟକ କଣ୍ଟା ପଡ଼ା ଜଳସମ୍ପଦ ଡିଭିଜନର ବିସ୍ତୀର୍ଣ୍ଣ,ମୂଲ୍ୟବାନ ସରକାରୀ ଜମି ଅବ୍ୟବହୃତ ହୋଇ ପଡ଼ିଥିବାରୁ ସରକାରଙ୍କ ରାଜସ୍ବବିଭାଗ ପତ୍ର ସଂଖ୍ୟା RDM-LRGEA-POLI CY-0008-2018-25377/ R&DM Dated 27AUG2019,Sub:Relinquishment of government land alienated/recorded in favour of different Departments of State Government which are surplus to their requirement or lying unutilised ଅନୁଯାୟୀ,କୋର୍ଟପାଇଁ ସ୍ଥାନ ନମିଳିବା ସରକାରଙ୍କ ଅପାରଗତା ଓ ଜୁ-ହୀନତାକୁ ସାଧାରଣରେ ଦର୍ଶାଉନାହିଁ କି?

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

ନିଆଳି ବିଧାନସଭାଆସନ: ବିଜେପି ପ୍ରାର୍ଥୀଙ୍କର ଅଞ୍ଚଳ ସମସ୍ୟାକୁ ବାଦ୍ ଦେଇ ଜାତୀୟ ଇସୁରେ ମିଶନ ପୂରଣ ହେବ କେମିତି?କମୁଛି ନିଜ ଘରର ସମର୍ଥନ?(ଭାଗ-୩)

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ପୂର୍ବରୁ ଥିବା କଟକ ଜିଲ୍ଲା ଗୋବିନ୍ଦପୁର ବିଧାନସଭା […]