ଆଧାର ସଂଯୋଗପରେ ସେବାସମବାୟ ସମିତିରୁ କମିଲେ ଚାଷୀ:ମଣ୍ଡିରେ ଧାନବିକିଦେଇ ଖାଦ୍ୟସୁରକ୍ଷା ରାସନ ଉଠାଉଥିବା ଜଣାପଡିଲା !
ଖାଦ୍ୟବିନା ଦେଶର କେହି ଜଣେ ଯେପରି ନ ମରିବେ ସେଥିପାଇଁ ସରକାର ଖାଦ୍ୟସୁରକ୍ଷା ଆଇନ ଲାଗୁକରିଛନ୍ତି।ମାତ୍ର ନିଜକୁ ଜଣେ ଗରୀବ ଦର୍ଶାଇ କିଲୋଗ୍ରାମ ପିଛା ୧ଟଂକା ମୂଲ୍ୟରେ ରାସନ ହାସଲ କରୁଥିବା ବେଳେ ଅପରପକ୍ଷରେ ସରକାରୀ ଧାନମଣ୍ଡିରେ ଅମଳ ଧାନବିକି ଲାଭବାନ ହେଉଥିବା ସରକାରୀ ନଥିପତ୍ରରୁ ପ୍ରମାଣମିଳିଛି। ଏହିଉଭୟ କାର୍ଯ୍ୟରେ ଯୋଗାଣ ବିଭାଗର ସିଧାସଳଖ ସଂପ୍ରୁକ୍ତି ରହିଛି।ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ଯେ ସରକାରକଂ ନିର୍ଦ୍ଦେଶ କ୍ରମେ ଆଧାର ସଂଯୋଗ ଯୋଗୁ ସମବାୟ ସମିତି ଗୁଡିକରେ ଚାଷୀକଂ ସଂଖ୍ୟା ଆଶାତୀତ ଭାବେ କମିଛି।କଟକ ଜିଲ୍ଲା ଉତ୍ତାରଣ ପଂଚାୟତରେ ସମିତିର ଚାଷୀକଂ ସଂଖ୍ୟା ୨୨୦୦ରୁ ପାଖାପାଖି୧୭୦୦କୁ କମିଯାଇଛି।ଫଳରେ ଏବେ ସୂର୍ଯ୍ୟ ଭଳି ସ୍ପଷ୍ଟ ହେବାରେ ଲାଗିଛି ଗୋଟିଏ ପଟେ ନିଜ ଜମିରଅମଳ ଧାନକୁ ସରକାରୀ ମଣ୍ଡିରେ ବିକି କେତେ ଜଣ ଚାଷୀ ରାସନ ହାତେଇଛନ୍ତି ।ଖାଦ୍ୟସୁରକ୍ଷା ଆଇନ ଲାଗୁହେବାପରେ କେତେଜଣ ଚାଷୀ ନିଜକୁ ଛଦ୍ମ ବେଶୀ ଗରୀବ ସଜେଇ କେତେପରିମାଣର ରାସନ ନେଇଛନ୍ତି ?ଆବଶ୍ୟକ ପଡିଲେ ସୂଚନା ଅଧିକାର ଆଇନ ଓ ରିଟ୍ ଆବେଦନର ସାହାରା ନିଆଯାଇ ଉକ୍ତ ଅର୍ଥକୁ ଦାୟୀ ଯୋଗାଣ ବିଭାଗ କର୍ମଚାରୀକଂ ଠାରୁ ଅସୁଲ କରାଯିବ ଓ ସରକାରକଂ ପାଣ୍ଠି ଅସଦ ବିନିଯୋଗ ହେତୁଏପରି ଅଯୋଗ୍ୟ କର୍ମଚାରୀକୁଂ ଚାକିରୀରୁ ବିଦା କରିବାକୁ ପ୍ରାର୍ଥନା କରାଯିବ ବୋଲି ବହୁ ବ୍ୟକ୍ତି ସୂଚନା ଦେଇଛନ୍ତି।ରାସନ ଘୋଟାଲାରେ ଯୋଗାଣ ବିଭାଗର ତଳିଆରୁ ଜିଲ୍ଲାର ବହୁ ବଡ କର୍ମଚାରୀ ଜଡିତ ଥିବା ସଂଦେହ ବଳବତ୍ତର ହେବାରେ ଲାଗିଛି ।