‘ଆମପୁଲିସ’ମୋପୁଲିସ’, ‘ମୋ ସରକାର’….ପରେ ବି ବଦଳିନି ମାନସିକତା !
କଟକ ୧୮।୯ (ସ୍ୱ.ପ୍ର) ‘ମୋ ସରକାର’ ‘ଆମପୁଲିସ‘ ‘ମୋପୁଲିସ’ ଯେତେ ଯାହା କାର୍ଯ୍ୟକ୍ରମ ହେଲେ ବି ପୁଲିସର ଓୌପନିବେଶିକତା ମାନସିକତାରେ ଯେ କିଛି ବି ପରିବର୍ତ୍ତନ ଆସିନି ଏ କଥା ଗତକାଲି ରାତିରେଘଟିଥିବା ଏକ ଘଟଣାରେ ପୁଣି ଥରେ ପ୍ରମାଣିତ ହୋଇଛି । ମିଳିଥିବା ସୂଚନାନୁଯାୟୀ,କଟକ ଗ୍ରାମାଂଚଳ ପୁଲିସ ଜିଲ୍ଲାନ୍ତର୍ଗତ ଗୋବିନ୍ଦପୁର ଥାନା ପକ୍ଷରୁ ନିୟମିତ ଭାବେ ମୋଟରଯାନ ଯାଂଚ ଆଳରେ ରାତି ନାହିଁ ଦିନ ନାହିଁ ଯେତେବେଳେ ମନେପଡିଲା ପୁଲିସପୋଷାକ ପିନ୍ଧି ହୋମଗାର୍ଡ ପର୍ଯ୍ୟନ୍ତ ଲାଗିପଡୁଛନ୍ତି ଚାନ୍ଦା ଆଦାୟରେ ନାମକୁ ମାତ୍ର ଗାଡି ଚେକିଂ। ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ସାରିଲାଣି । ତଥାପି ପୁଲିସକୁ ଭୟକରି ଲୋକେ ପାଟି ବି ଖୋଲିପାରୁନାହାନ୍ତି, କାରଣ “ଆମେପୁଲିସ” “ଆମ ପୁଲିସ “।ଏମିତି କି ମୁଖ୍ୟମନ୍ତ୍ରୀ କଂ ୩ମାସପାଇଁ କୋହଳ ନିର୍ଦ୍ଦେଶ ପରେ ବି ଦିନଟାଏ ଏଠି ଛାଡ ନାହିଁ । ଢେର ଢେର ଟଂକା ଆଦାୟ ହେଉଛି । ବାବୁମାନେ କୋଳିଖାଇ ମଂଜି ପୋତିଛନ୍ତି ଯେମିତି ।ତେଣୁ ପୁରୁଣା ଚିହ୍ନାଜଣା ଜାଗା ତ!ଦୀର୍ଘବର୍ଷ ହେବ ବଦଳିନାହିଁ କି ମନଇଛା ଆଦାୟକୁ ଭୟ ନାହିଁ। ହେଲେଏତେ ଜୁଲମରେ ଲୋକ କଂ ଠୁ ଆଦାୟ ଅର୍ଥ ସରଜାରୀଖାତାକୁ ଯାଉଛି କେତେ ? ମଦପାଣି, ରାତିଆ ଭୋଜିଭାତରେ ଯାଉଛି କେତେ? ଦେଖିବାକୁ କେହିନାହିଁ। ଏମିତି ରାଜଭୋଗ ସୁବିଧା କେତେ ଜଣକୁଂ ଅବା ମିଳେ ଯେ?ହେଲେ ଗତକାଲି ରାତିରେ ଅଡଶପୁର କଲେଜରେ ପାଠପଢୁଥିବା ବଡବିଲ ଗ୍ରାମର କଣ୍ଡୁରୀସାରକଂ ପୁଅ କଲେଜର ବାର୍ଷିକଉତ୍ସବକୁ ଯାଇଥିଲା,ପିଲାଟି ଗତ ପ୍ରାୟ ଦୁଇଦିନ ତଳେ ଏକ ଗୁରୁତର ଦୁର୍ଘଟଣାରୁ ଅଳ୍ପରେ ବର୍ତ୍ତିଥିଲେ ହେ କ୍ଷତାକ୍ତ ଥିବାରୁ କଣ୍ଡୁରୀସାର ତାକୁ କଲେଜ ରୁ ନିଜ ବାଇକ ରେ ବସେଇ ଅଳ୍ପବାଟରେ ଥିବା ନିଜ ଘରକୁ ଆଣୁଥିଲେ। ସାର୍ କୁଂ ସାରା ଜିଲ୍ଲାରେ ଜଣେ ସମାଜ ସେବୀ ଭାବେ କିଏ ବା ନ ଜାଣେ । ସବୁଠୁ ଅଧିକ ଲୋକେ ତାଂକୁ ଜାଣନ୍ତି “ଆମ ଅଧିକାର” ନାମକ ସ୍ୱେଛାସେବୀ ଅନୁଷ୍ଠାନ ଜରିଆରେ ପ୍ରତିବର୍ଷ ନିଃସ୍ୱାର୍ଥପର ରକ୍ତଦାନ ଶିବିର ଆୟୋଜନ କରି ଆସୁଥିବାକୁ ପ୍ରାୟ ୨୦ବର୍ଷରେ ପହଂଚିଲାଣି । ଲକ୍ଷାଧିକ ଟଂକା ନିଜହାତରୁ ଖର୍ଚ୍ଚକରି କରଜଦାମରେ ଏହି ଅନୁଷ୍ଠାନ ଚଳାଉଥିବା ବ୍ରୁତ୍ତିରେ ପ୍ରାଥମିକ ଶିକ୍ଷକ ଜଣକଂ ସତେଯେମିତି ଦେବଦୂତ ପାଲଟିଯାନ୍ତି କେହିଲୋକ ମେଡିକାଲରେ ପଡି ରକ୍ତ ଦରକାର ପଡିଲେ । ଦରମାରେ ଗୋଟିଏ ଗୁଣ୍ଠ ଜମିବି କିଣିନାହାନ୍ତି କି ନାହିଁ ନିଜ ୩ପୁଅକଂ ଭବିଷ୍ୟତ ପାଇଁ। ଦୋକାନରୁ ଚାଉଳ କିଣିଲେ ହାଣ୍ଡିରେ ଭାତବସେ ।ଅଥଚ ରକ୍ତଦାନ ଶିବିରରେ ଯୋଗଦେଇ ପୁଲିସ ବାବୁମାନେ ଭାବନ୍ତିନି କି ଲକ୍ଷାଧିକ ଟଂକା କୋଉଠୁ କେମିତି ଆଣି ଲୋକଟି ଆମକୁ ଭୋଜନ ଦିଏ ?କଣ ତାର ସ୍ୱାର୍ଥ ?ଥରେ ପଚାରୁ ପଚାରୁ ପଚାରିଦେଲି ଜଣେ ଲୋକକୁଂ ବଡବିଲ ଗାଁ ର କି,କଣ୍ଡୁରୀସାର ରକ୍ତଦାନ ଶିବିରରେ ଖାଇବା ଖର୍ଚ୍ଚ ଏତେ ଟଂକା, ସଭା, ମାଇକ, ଫୁଲ , ମଂଚସଜ୍ଜାକୁ କୋଉଠୁ କେମିତି ଆଣନ୍ତି ? ଲୋକଟା କାନ୍ଦିପକେଇଲା। ବୁଝିପାରିଲିନି ହଠାତ ।ଆଖିରଲୁହ ପୋଛି କହିଲା ବାବୁ ସେଇ ଚାକିରୀ ଏକମାତ୍ର ସମ୍ବଳ ପଇସା ଅଣ୍ଟେନି ବର୍ଷସାରା ପେଟପୁରା ଦି ମୁଠା ଦି ଓଳି ମିଳେନି ସାରାପରିବାରକୁ । ଭାରିକଷ୍ଟରେ ଚଳନ୍ତି ହେଲେ ମେଡିକାଲ ଖବର କାହାର ଶୁଣିଲେ ଖାଲି ହାତରେ କେବେ ବି ପହଂଚି ନାହାନ୍ତି, ରକ୍ତଦାନ ଶିବିର ପାଇଁ ମହାଜନ ଠୁ ଟଂକାମୁଣ୍ଡେ ମାସିକିଆ ୫ଟଂକାରୁ ୧୦ ଟଂକା ପର୍ଯ୍ୟନ୍ତ ସୁଧ ଦିଆ ଆଣନ୍ତି । କାହାପାଖେ ଅସତ୍ୟ ହୋଇ ନାହାନ୍ତି ଏଯାଏ ।ଏମିତି ଜଣେ ଦେଶଭକ୍ତ ଆଜିକା ସମୟରେ ମିଳିବା କଷ୍ଟ ନିଶ୍ଚୟ । ସେଇ ଚିହ୍ନା ମଣିଷ କଣ୍ଡୁରୀସାର୍ କୁଂ ଗତକାଲି ରାତି ୭.୪୫ ବେଳେ ହେଲମେଟ୍ ପିନ୍ଧି ନ ଥିବା ଅଭିଯୋଗରେ ଘରପାଖ ରାସ୍ତାଉପରେ ଦୁଇଟା ବିରାଟକାୟ ଠେଂଗାଦେଖେଇ ” ହେ ! ହେ ! ପଳେଇଲା ପଳେଇଲା ଧର ରହ ବେ ପଳଉଚୁ କଣ ?” ସାର ତ ଚାଲି ଯାଉ ନ ଥିଲେ ହେଲେ ଗାଡିବେଗ କମେଇବାକୁ ତ କିଛି ସେକେଣ୍ଡର ସମୟ ତ ଲୋଡା ନା ? ତା ବୋଲି ସମସ୍ତକୁଂ ଚୋର ଭାବିବା ଟା କଣ ଠିକ୍ କି ? ସାର ଅଟକିଲେ ଚିରାଚରିତ ଭାବେ ଦ୍ରୁପ୍ତ କଣ୍ଠରେ ପଚାରିଲେ ତୁମେ ଦୁଇଜଣ କିଏ ? ମୁଁ ତୁମକୁ ଆଗରୁଦେଖିନି ତ ? ତୁମେଏମିତି ବ୍ୟବହାର କାହିଁକି କଲ ? କୁହ ? ହୋମଗାର୍ଡ ଦୁଇଜଣ କିଛି କହିବା ଆଗରୁ କିଛି ଦୂର ରେ ଠିଆ ହୋଇଥିବା ଥାନାର ଏ.ଏସ.ଆଇ. ନିର୍ମଳ ଚନ୍ଦ୍ରସାହୁ ଓରଫ ଟୁଟୁ ପାଖକୁ ଧାଇଁ ଆସି ନିଜ ଅଧସ୍ତନ ଦ୍ୱୟକଂ ଭୁଲକୁ ସ୍ୱୀକାର କରିବା ବଦଳରେ କହିଲେ ହଁ କଣ ହେଲା କଣ କହୁଚ ମୋତେ କୁହ ମୁଁ ତାକୁ ଦାୟୀତ୍ୱ ଦେଇଛି। ସାର କହିଲେ ବ୍ୟବହାର ଖରାପ କଲ କାହିଁକି ? ଉତ୍ତର ନଦେଇ କହିଲେ ହେଲମେଟ୍ ପିନ୍ଧି ନ ଥିବାରୁ ୧୦୦୦ ଟଂକା ଫାଇନ ଦିଅ । ସାର କହିଲେ ଅଭିମାନରେ ଯେ ୫୦୦୦ ଟଂକା ମୋର ଫାଇନ ଆଗ କାଟ କିନ୍ତୁ ଏପରି ଖରାପ ବ୍ୟବହାର କାହିଁକି କଲ ଉତ୍ତର ମୁଁ ନେବି।ଏହା କହି ସାର ଓ ତାଂକ ଅସୁସ୍ଥ ପୁଅ ନିଜ ଗାଡିରେ ଥିବା ଏକ ପ୍ଲାଷ୍ଟିକ କୁ ରାସ୍ତା ଉପରେ ପକାଇ ସେଠାରେ ବସିପଡିଲେ ଦାବୀ କଲେ ଯେ ଏସ.ପି ଆସିବାଯାଏ ସେଇଠି ସେମିତି ବସିବୁ ,ବ୍ୟବହାର କାହିଁକି ଖରାପ କଲ କୁହ ? ବାଧ୍ୟ ହୋଇ ପୁଲିସ ବାବୁ ସାରକଂ ସମାଜ ସେବାକୁ ପ୍ରଶଂସା କରି ମୁକୁଳିଲେ । ଏହା ଗୋଟିଏ ମାତ୍ର ଘଟଣା ନୁହେଁ, ପ୍ରତିଦିନ ଏମିତିର ବହୁ ନଜିର ଦେଖିବାକୁ ମିଳୁଛି । ତେଣୁ ମୁଖ୍ୟମନ୍ତ୍ରୀକଂ ନିର୍ଦ୍ଦେଶ ହେଉ କି ପୁଲିସ କମିଶନରକଂ ଗତକିଛିଦିନ ତଳେ ଗଣମାଧ୍ୟମକୁ ଦେଇଥିବା ବାର୍ତ୍ତା ହେଉ, ପୁଲିସର ମାନସିକତା ନ ବଦଳିଲେ ଜନମାନସରେ ପୁଲିସର ଭାବମୁର୍ତ୍ତି ପ୍ରତି ଥିବା ଧାରଣା ବି ବଦଳିବନି । ତେଣୁ ଭାଷଣ କେବଳ ଭାଷଣରେ ହିଁ ରହିବା ସାର ହେବ । କାରଣ କେତେପୁଲିସ ଗଲେଣି ସେଇଫାଣ୍ଡି ପଡିଛି , କେତେ ପ୍ୟାଣ୍ଟ ଗଲାଣି ସେଇ…….ପଡିଚି ବୋଲି ଖରାପ ଉକ୍ତି ଟିଏ ଏବେ ବି ଗାଁ ଗହଳି ଲୋକ କଂ ଭିତରେ କଥନିକା ହୋଇ ରହିଛି । ଉଚ୍ଚ ପୁଲିସ କର୍ତ୍ତ୍ରୁପକ୍ଷ ଦ୍ରୁଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି