ଆମ ତହସିଲଦାର କେଡେ ପାରିବାର????5T ସ୍ବାସ୍ଥ୍ୟକେନ୍ଦ୍ର ନବୀକରଣ,ସାମ୍ନାରୁ ହଟୁନି ଅବରୋଧ!!!

ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ ଅଡଶପୁର ବଜାର ଅବରୋଧ ହଟାଇବାକୁ ବିଭାଗୀୟ ଯନ୍ତ୍ରୀଙ୍କ କଣ୍ଟାପଡ଼ା ତହସିଲଦାରଙ୍କୁ ଚିଠିକୁ ୪ବର୍ଷ ବିତିଲା!!

ରାତିପାହିଲେ ଅଡଶପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର 5T ରୁପାନ୍ତରୀକରଣ ଉଦଘାଟନ:ଅବରୋଧ ହଟେଇବାରେ ତହସିଲ ପକ୍ଷରୁ ଗୁରୁତର ଅବ ହେଳା ଅଭିଯୋଗ!!!!!!
କଟକ,ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ,ଅଡଶପୂର ବଜାରଟି ଫୁଲନଖରା-ନିଆଳି ୬୦ନମ୍ବର ରାଜ୍ୟ-ରାଜପଥ ପାର୍ଶ୍ଵ ରେ ଅବସ୍ଥିତ।ବ୍ୟବସାୟୀକ ସ୍ଥାନ ଅଭାବ,ହେତୁ ରାସ୍ତା ଉପରକୁ ମାଡିଆସି ବହୁ ବ୍ୟବସାୟୀ ଦୋକାନ ଘର ମାନ କରିଛନ୍ତି,ଫଳରେ ବହୁ ସମୟରେ ଶୋଚନୀୟ ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନହାନି ଘଟୁଛି,ସବୁଠୁ ଅଧିକ ବେଦନାଦାୟକ ପରିସ୍ଥିତି ହେଉଛି,ସାପ୍ତାହିକ ହାଟ ଓ ଯାତ୍ରୀବାହୀ ବସ୍ ଗତାଗତ ବେଳେ।ଯାହା ପରିସ୍ଥିତି କୁ ଅଧିକ ସଙ୍ଗୀନ କରୁଛି ରୋଗୀମାନେ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯିବା ଆସିବାରେ,ଅଗ୍ନିଶ୍ରମ ସେ ବା କେନ୍ଦ୍ରରୁ ନିଆଁଲିଭା ଗାଡି ଯାତାୟାତ,କଲେଜପିଲା କଲେଜକୁ ଯିବା ଆସିବାରେ।ବ୍ୟବସାୟ ପେଣ୍ଠସ୍ଥଳୀ ହୋଇଥିବାରୁ ବହୁ ବାହାର ବ୍ୟବସାୟୀ ଓ ସ୍ଥାନୀୟ କିଛି ଉଠା ଦୋକାନୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଚୀରକୁ ସମ୍ପୁର୍ଣ୍ଣ ଆବୋ ରି ବସିଛନ୍ତି।ପ୍ରଶାସନ ଜାଣି ନଜାଣିବା ପରି ପୁରା କୁମ୍ଭକ ର୍ଣ୍ଣ ନିଦ୍ରାରେ।କୌଣସି ଅବରୋଧ ହଟାଇବାକୁ ତହସିଲ ଓ ସ୍ଥାନୀୟ ପୁଲିସ ହାତରେ ନିଜସ୍ୱ ପ୍ରଭୂତ କ୍ଷମତା ରହି ଛି।ଏହା ସତ୍ତ୍ୱେ ଆର ଆଣ୍ଡ ବି ବିଭାଗର ସହକାରୀ ଯନ୍ତ୍ରୀ କଣ୍ଟାପଡ଼ା ତହସିଲଦାରଙ୍କୁ ୩୦/୨୧.୦୩. ୨୦୨୦ରେ ଏକପତ୍ର ଲେଖି ଅବରୋଧ ହଟାଇବାକୁ ଜଣାଇଥିଲେ। ଏ ଭିତରେ ୪ ବର୍ଷ ବିତିବାକୁ ପୁରିବାକୁ ଆଉ ମାସଟିଏ ବାକି ଅଛି,ଏହା ମଧ୍ୟରେ ୪ଜଣ ତହସିଲଦାର ଗଲେଣି, ୨/୩ ଜଣ ଯନ୍ତ୍ରୀ ଗଲେଣି ଅଥଚ ଚିଠିଟି କେବଳ ଚିଠି ରେ ରହିଯାଇଛି।ବର୍ତ୍ତମାନର ତହସିଲଦାର ପ୍ରସନ୍ନ କୁମା ର ସାମନ୍ତରାୟ ନୂତନ ଭାବେ ଯୋଗ ଦେଇଥିବାକୁ ବି ୪ମାସ ଟପିଲାଣି,ଲୋକେ ତାଙ୍କୁ ଦେଇଥିବା ଫୁଲତୋ ଡ଼ା,ଓ ସମ୍ବର୍ଦ୍ଧନା ବି ବାସି ହେଲାଣି ହେଲେ ଫଳଶୂନ।ତହସିଲଦାର ମହାଶୟ ସବୁ କାମରେ ନିଜକୁ ଫୁଲ୍ ବିଜି ବୋଲି ଦର୍ଶାଉଛନ୍ତି,ଆଜି ନିର୍ବାଚନ ତ କାଲି ରେଭେନ୍ୟୁ ମିଟିଂ ଆଳରେ ବିଜୀ ଫର୍ ନଥିଂ ବୋଲି ଲୋକେ କହିବା ଆରମ୍ଭ କଲେଣି।ଲୋକଙ୍କ ଆପତ୍ତି ଅଭି ଯୋଗ ଶୁଣାଣୀ କୁ ନୋଟିସ ପଠାଇ ଶୁଣାଣୀ କିମ୍ବା କିଛି ବି ଅର୍ଡର ନ କ ରି ବହୁ ହିନସ୍ଥା କରୁଛନ୍ତି ବୋଲି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭି ଯୋଗ ହେଲାଣି।ସବୁଠୁ ଏବେ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଯେ ରାତିପାହିଲେ 5T ଅନୁଦାନରୁ ଅଡଶପୁର ଗୋଷ୍ଠୀ ସ୍ବା ସ୍ଥ୍ୟକେନ୍ଦ୍ର ରୁପାନ୍ତରୀକରଣ କାର୍ଯ୍ୟ ଉଦଘାଟନ କାର୍ଯ୍ୟ କ୍ର ମ ବୋଲି ଜୋରସୋର ଆଲୋଚନା ଚାଲିଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାଚୀରକୁ ଆବୋରୀ ଓ ରାଜପଥକୁ ଜବର ଦଖଲକରିଥିବା ବ୍ୟବସାୟୀମାନଙ୍କୁ ଉଚ୍ଛେଦ କରିବାରେ କଣ୍ଟାପଡ଼ା ତହସିଲଦାର ଏଯାଏ କାଳକ୍ଷେପଣ ନୀତି ଧରି ଛନ୍ତି କାହିଁକି ତାହା ବୁଝା ପଡୁନାହିଁ।କେହି କେହି କହୁଛ ନ୍ତି ତହସିଲଦାର 5Tସଚିବଙ୍କୁ ବିରୋଧ କରୁଥିବାରୁ ତା ଙ୍କ ଯୋଜନାପ୍ରତି ବିରକ୍ତି ପ୍ରକାଶ କରିବା ସହିତ ବୀତସ୍ପୃ ହ ଅଛନ୍ତି।ଦେଖନ୍ତୁ ସୁରମ୍ୟ ରୁପାନ୍ତରିକରଣ କାର୍ଯ୍ୟ ସା ମ୍ନାରେ ଏହି ଅବରୋଧ ଦୋକାନଗୁଡ଼ିକ କିପରି ଅତ୍ୟନ୍ତ ଅଶୋଭନୀୟ ଦୃଶ୍ୟ ଉଦ୍ରେକ କରୁଛି।ଆସନ୍ତା ସୋମବା ର ଉଦଘାଟନ ପୂର୍ବରୁ ଏସବୁ ଉଚ୍ଛେଦ ନିତାନ୍ତ ଜରୁରୀ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।କିନ୍ତୁ ତହସିଲ ଦାର ଏସବୁ ଶୁଣିବାକୁ ଆଦୌ ଇଛୁକ ନୁହନ୍ତି,ସେ କୁଆ ଡେ କେବଳ ନିର୍ବାଚନ ଓ ରେଭେନ୍ୟୁ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ବୋଲି ଲୋକଙ୍କୁ କହୁଛନ୍ତି।ସେହି ଅବରୋଧକା ରୀ ମାନଙ୍କୁ ହାଟର ବ୍ୟାପକସ୍ଥାନରେ ଥଇଥାନ କରା ଗଲେ ଉପଯୁକ୍ତ ହୁଅନ୍ତା ବୋଲି କେତେକ ମତଦେଇ ଥିବା ବେଳେ କାଳେ ବେପାର କମିଯିବ ସେହି କାରଣରୁ ସେମାନେ ସେଠାକୁ ଯିବାକୁ ଅମଙ୍ଗ ଅଛନ୍ତି।ହେଲେ ସ୍ୱାସ୍ଥ୍ୟ କେନ୍ଦ୍ର ପରି ଅଧିକ ଜନସ୍ବାର୍ଥ ଅନୁଷ୍ଠାନ ନିମନ୍ତେ ଏହି ଅବରୋଧ ହଟାଇବା ଜରୁରୀ ହୋଇ ପଡିଛି ।
