ଅଂଚଳ ଖବର

ଆଶାକର୍ମୀଙ୍କୁ ଉନ୍ମତ୍ତ ଯୁବକର ହତ୍ୟା ଧମକ:ଥାନାରେ ମାମଲା ରୁଜ୍ଜୁ

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା ଅନ୍ତର୍ଗତ,ଗୋବିନ୍ଦପୁର ଥାନା,ଚଉ ପଡା ଗ୍ରାମର ଜଣେ ଆଶାକର୍ମୀ ଅଞ୍ଜଳି ପାଲଙ୍କୁ, ସୁନିଲ ଦାସ(ଟିମ) ନାମକ ଜଣେ ଯୁବକ ଅତି ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଥାନା ରେ ଲିଖିତ ଅଭିଯୋଗ ହୋଇଛି।ଅଭିଯୋଗ ପାଇ ପୁଲିସ ଗୋବିନ୍ଦପୁର ଥାନା କେଶ୍ ନମ୍ବର ୧୮୩,ଭାରତୀୟ ପିଙ୍ଗଳକୋଡ଼ ଦଫା ୨୯୪, ୫୦୬ ମୁତାବକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ମହିଳା ଜଣକ ଭୟରେ ଘରୁ ବାହାରି ପାରୁ ନଥିବାରୁ ସ୍ବାସ୍ଥ୍ୟସେବା ଭଳି ଜରୁରୀ କାର୍ଯ୍ୟରେ ନିୟୋଜିତ ଥାଇ ସେବା ବ୍ୟା ହତ ହୋଇଛି।ପ୍ରାପ୍ତ ସୂଚନା ଅନୁଯାୟୀ,ଅଞ୍ଜଳିଙ୍କ ସ୍ବାମୀ ବବୃବାହନ ପାଲ ନିଜ ଘର ପାଖରେ ଏକ ଦୋକାନ କରି ଚଳନ୍ତି,ପୂର୍ବରୁ ଭଗବାନ ଭୋଇ ନାମକ ଜଣେ ଦଳିତ ଯୁବକ(ଗଣମାଧ୍ୟମ ପ୍ରତି ନିଧିଙ୍କୁ)ଉକ୍ତ ସୁନିଲ ଦାସ ଧମକ ଚମକ୍ ଦେଇ ଥିଲା।ଘଟଣାଟି ବବୃବାହନଙ୍କ ସମ୍ମୁଖରେ ଘଟି ଥିବା ବେଳେ ସେ ପୁଲିସ ତଦନ୍ତରେ ସାକ୍ଷ୍ୟ ହୋ ଇଥିଲେ,ଉକ୍ତ ମାମଲା ଏବେ କୋର୍ଟଙ୍କ ବିଚାରା ଧୀନ ରହିଛି।ଉକ୍ତ କାରଣରୁ ସରକାରୀ ସ୍ବାସ୍ଥ୍ୟ ବିଭାଗ ଅଧୀନସ୍ଥ ଅଡଶପୂର ଗୋଷ୍ଠୀ ସ୍ବାସ୍ଥ୍ୟ କେ ନ୍ଦ୍ର ଅଧୀନରେ କାର୍ଯ୍ୟରତ ଓ ନିୟୋଜିତ ଅଞ୍ଜଳୀ ଙ୍କୁ ଉକ୍ତ ସୁନିଲ ଦାସ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ଆଶଙ୍କା କରାଯାଉଛି।ଜଣେ ସରକାରୀ କର୍ମଚାରୀ ଓ ମହିଳା ହୋଇଥିବାରୁ ଏହାଙ୍କ ପରିବାର,ଧନଜୀବନ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରୁ ମତ ପ୍ରକାଶ ପାଇଛି।

ଧର୍ମପ୍ରାଣା,ଶତାୟୁ ମହିଳାଙ୍କ ବିୟୋଗରେ ସ୍ମୃତିଚାରଣ ସଭା

Leave a Reply

Your email address will not be published. Required fields are marked *

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

କଂଗ୍ରେସର ପଦଯାତ୍ରା ଓ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ

Spread the love

Spread the loveସଭା ପ୍ରାରମ୍ଭରେ ପୂର୍ବତନ କଣ୍ଟାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱର୍ଗତଃ […]

ମଧ୍ୟାହ୍ନ ଭୋଜନ ପନିକିରେ ଛାତ୍ରୀଙ୍କ ପାଦ କଟିଲା!ଘଟଣା ଚାପିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ!!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ […]