
ଉଜ୍ଜାଲା ରନ୍ଧନଗ୍ୟାସ ରେ କୋଟୀ କୋଟୀ ଟଂକାର ଘୋଟାଲା:ବିତରକ-କମ୍ପାନୀ ମଧୁଚନ୍ଦ୍ରିକା !
ତୈଳମନ୍ତ୍ରୀ କଂ ତଦନ୍ତନିର୍ଦ୍ଦେଶ ଦାବି
କଣ୍ଟାପଡା//ଭୂବନେଶ୍ୱର/କଟକ/ ଜଗତସିଂହପୁର ୩୧/୮ (ସ୍ୱତନ୍ତ୍ର ପ୍ରତିନିଧି) ସାରା ରାଜ୍ୟରେ ଉଜ୍ୱାଲା ରନ୍ଧନ ଗ୍ୟାସ ଯୋଗାଣରେ କୋଟି କୋଟି ଟଂକାର ଘୋଟାଲା ହୋଇଥିବା ଅଭିଯୋଗ ଆସିଥିବା ବେଳେ ,ବିତରଣ କାରୀ କମ୍ପାନୀ ଓ ବିତରକକଂ ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁ ଶହସହ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀକୁଂ ସବସିଡ୍ ସୁବିଧା ଯୋଗାଇ ଦେବାକୁ ମିଥ୍ୟା ତଥ୍ୟ ବଳରେ ଚୟନ କରାଯାଇଛି, ଏମିତିକି ଗୋଟିଏ ଗୋଟିଏ ପରିବାର ରୁ ଏକାଧିକ ହିତାଧିକାରୀ କୁଂ ଉକ୍ତସୁବିଧା ଯୋଗାଇ ଦେଇ ବିତରକ ମାନେ କୋଟି କୋଟି ଟଂକାର ମୁନାଫା ହାସଲ କରିଛନ୍ତି ।ଏଥିରୁ ସିଂହଭାଗ ତୈଳ ବଣ୍ଟନକାରୀ କମ୍ପାନୀ ଗୁଡିକର ଅଧିକାରୀମାନକଂ ପକେଟକୁ ଯାଇଥିବା ଆଶଂକା ବଳବତ୍ତର ହୋଇଛି । ଏପରି ମଧୁଚନ୍ଦ୍ରିକା ଯୋଗୁ ବଣ୍ଟନ ଦାୟୀତ୍ୱରେ ଥିବା କମ୍ପାନୀ ଗୁଡିକ ନିଜ ଆଡୁ କିମ୍ବା ନିର୍ଦ୍ଦିଷ୍ଟ ଅଭିଯୋଗ ପାଇ ବି କୌଣସି ପଦକ୍ଷେପ ନେଉନାହାନ୍ତି,କମ୍ପାନୀ ଗୁଡିକର ଅଡିଟ୍ ବି କିଛିକାମକୁ ନୁହଁ ।ଅନ୍ୟପଟେ ବହୁପରିବାର ଏ ଯାଏ ଆର୍ଥିକ ସଂମ୍ବଳ ନ ଥିବାରୁ ଲାଂଚ ଦେଇ ନ ପାରି ମାଗଣା ରନ୍ଧନ ଗ୍ୟାସ ସୁବିଧାରୁ ବଂଚିତ ହୋଇଛନ୍ତି । ନିଆଳି ବ୍ଲକ ଏରଂଚ ଠାରେ ନିୟୋଜିତ ଜେନା ଭାରତଗ୍ୟାସ ଓ ଅଡଶପୁରର ଉଦୟନାଥ ଭାରତ ଗ୍ୟାସ ବିରୁଦ୍ଧରେ ସଂପ୍ରୁକ୍ତ ତୈଳ ବିତରଣ କାରୀ କମ୍ପାନୀ ନିକଟରେ ହୋଇଥିବା ଲିଖିତ ଅଭିଯୋଗ ଓ ଗଣମାଧ୍ୟମ ଗୁଡିକୁ ମିଳିଥିବା ଏହାର ନକଲ ଅନୁଯାୟୀ ଉକ୍ତ ଯୋଜନାକୁ ପ୍ରଧାନମନ୍ତ୍ରୀ ଉଜାଲା ଯୋଜନା ଭାବେ ନରେନ୍ଦ୍ର ମୋଦୀ କଂ ସରକାର ୨୦୧୬ ମସିହାରେ ଲାଗୁ କରିଥିଲେ।ପ୍ରଥମେ ଦଳିତ ପରିବାରକୁଂ ଏହି ସୁବିଧା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିଲା ଅଥଚ ଯେଉଁ ତାରିଖରୁ ଏହା କାର୍ଯ୍ୟ କାରୀ କରାଯାଇଥିଲା ସଂପ୍ରୁକ୍ତ ବିତରକ ମାନେ ଏହି ଟାର୍ଗେଟ୍ ଗ୍ରୁପ ମଧ୍ୟରେ ଆସୁନଥିବା ବହୁ ଥିଲାବାଲାକୁଂ ମିଥ୍ୟାତଥ୍ୟ ବଳରେ ସବସିଡ୍ ଗ୍ୟାସ ଯୋଗାଇ ଥିଲେ ଓ ବ୍ୟାପକ ଉପକ୍ରୁତ ହୋଇଥିଲେ,ପରେ ଉକ୍ତ ଯୋଜନାକୁ ସରକାର ଆର୍ଥିକ ସମ୍ବଳ ଦେଖି ଓ.ବି.ସି ପରିବାରକୁ ପରିବ୍ୟାପ୍ତ କରିଥିଲେ ଏହି ସୁଯୋଗରେ ସଂପ୍ରୁକ୍ତ ବିତରକ ମାନେ ଚା ଜଳଖିଆ ହୋଟେଲଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ଏହି ଘରୋଇ ସବସିଡ ଯୁକ୍ତ ଗ୍ୟାସ ଯୋଗାଇଦେଇ ପ୍ରଚୁର ଲାଭ ବାନ ହୋଇଥିଲେ ।ଏବେ ସ୍ୱଳ୍ପ କିଛିଦିନ ପାଇଁ ମହିଳା ମାନକୁଂ ମିଳିଥିଲା ଯହିଁରେ ଉଜ୍ଜଳାଦିଦିକୁଂ ମାଧ୍ୟମ କରାଯାଇଥିଲାସରକାର ବିଗତ ୩ ବର୍ଷ ହେଲା ଆଧାର ସଂଯୋଗ ନିମନ୍ତେ ନିର୍ଦ୍ଦେଶ ଦେଇଆସୁଛନ୍ତି ଫଳରେ ଆଧାର ସଂଯୋଗ ହେଲେ ପ୍ରତି ରାସନଧାରୀ ଖାଉଟୀକଂ ପରିବାର ରେ ସଦସ୍ୟକଂ ନାମ ସାଂଗକୁ ପୁରାପରିବାରର ତଥ୍ୟ ଏହି ଆଧାର କାର୍ଡ ରୁ ଧରାପଡିଯିବ ଓ ଗ୍ୟାସ ସବସିଡ ଅର୍ଥ ଗୋଟିଏ ପରିବାରରୁ କେତେଜଣ ହାତେଇଛନ୍ତି ତାହା ବି ସ୍ପଷ୍ଟ ହେବ। ରନ୍ଧନ ଗ୍ୟାସ ର ବ୍ୟବସାୟୀକ ବ୍ୟବହାର କୁ ରୋକା ଯାଇପାରିବା ଏହାକୁ ସୁ ସଂହତ ଭାବେ ପରିଚାଳନା ନିମନ୍ତେ ତୈଳ ବିତରଣକାରୀ କମ୍ପାନୀ ଗୁଡିକ କେନ୍ଦ୍ରସରକାରକଂ ନିର୍ଦ୍ଦେଶରେ ଏକ ସଫ୍ଟୱାୟାର ପ୍ରସ୍ତୁତ କରି ବିତରକ ମାନକୁଂ ଯୋଗାଇଛନ୍ତି । ତଦନୁଯାୟୀ ସଂପ୍ରୁକ୍ତ ବିତରକ ମାନେ ଗ୍ୟାସ ଆବେଦନକାରୀକଂ ତଥ୍ୟ ଯାଂଚ କରି ଫର୍ମ ୩ ଓ ଫର୍ମ ୪ ଅନଲାଇନ କରିବା କଥା । ଅଥଚ ଆଧାର ସଂଯୋଗ ଏଡାଇ ତଥ୍ୟ ଗଡବଡ କରି ଏହି ବିତରକ ମାନେ ଖାଉଟୀ କଂ ଠାରୁ କୋଟୀଟଂକା ଲୁଟିସାରିଲେଣି ତେଣେ ସରକାର ମାଗଣା ରନ୍ଧନ ଗ୍ୟାସ ଯୋଗାଉଥିବାର ହାକୁଟି ମାରିଚାଲିଛନ୍ତି । କେବଳ ଏତିକି ନୁହେଁ ଏଥିପାଇଁ ଗ୍ରାମାଂଚଳରେ ବିତରକ କଂ ଦ୍ୱାରା ଦଲାଲ ନିଯୁକ୍ତ ହୋଇଛନ୍ତି ଯେଉଁମାନେ କି ପୂର୍ବରୁ ଗ୍ୟାସ ସଂଯୋଗ ଥିବା ପରିବାରକୁ ଏହିମାଗଣା ଗ୍ୟାସ ଯୋଗାଇଦେବାକୁ ୫୦୦ରୁ ୭୦୦ ଟଂକା ଲେଖା ଆଦାୟ କରି ବିତରକକଂ ସହ ଅଧା ଅଧା ବାଣ୍ଟି ନେଉଛନ୍ତି ଜଣେ ଦଲାଲ ୧୦୦୦ ଗ୍ରାହକ ଜୁଟାଇଦେବାକୁ ବିତରକ କଂ ଠାରୁ ୮୦ହଜାର ଟଂକା ନେଇ ୧୦୦ ଗ୍ରାହକ ଜୁଟାଇଥିବା ନିଜେ ସ୍ୱୀକାର କରିଥିବାର ଭିଡିଓ ରେକର୍ଡ ଆମ ପ୍ରତିନିଧି ଶରତ ପରିଡାକଂ ହସ୍ତଗତ ହୋଇଛି ।ଏତେସବୁ କାଣ୍ଡକାରଖାନା ଖୋଲାମେଲାରେ ଚାଲିଥିବା ସତ୍ତ୍ୱେ ତୈଳ ବିତରଣ କାରୀ କମ୍ପାନୀ ଗୁଡିକ ଏ ସବୁ ଜାଣିପାରୁନାହାନ୍ତି କିପରି ? ଅଭିଯୋଗ କାରୀ କହିଛନ୍ତି ଯଦି ତାଂକର ଅଭିଯୋଗକୁ କମ୍ପାନୀ ନ ଶୁଣେ ତେବେ ସେମାନେ ଏହାର ନକଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିକୁଂ ଓ ଧର୍ମେନ୍ଦ୍ର ପ୍ରଧାନକୁଂ ଇଂରାଜୀ ଭାଷାରେ ଅନଲାଇନରେ ଜଣାଇବେ। ଆମେଏସଂପର୍କୀତ ପ୍ରତିକ୍ରୀୟା ଜାଣିବାକୁ ଜେନା ଗ୍ୟାସ୍ କୁ ଯୋଗାଯୋଗ କରିଥିଲୁ ,ମାତ୍ର ସେ ଆଦୌ ଧରାଛୁଆଁ ଦେଇ ନ ଥିଲେ ତାଂକ ଅନୁପସ୍ଥିତରେ ବୁଝା ଶୁଝା କରୁଥିବା ପ୍ରକାଶପାତ୍ର ପି ଚକ୍ରଧର ପାତ୍ର ଏପରି ଭୁଲ ଆଉ କରିବେନି ଏଥରକ କ୍ଷମା ଦିଆଯାଉ ବୋଲି କହିଥିଲେ ହେଁ ପୁନର୍ବାର ସେହି କାର୍ଯ୍ୟର ପୁନରାବ୍ରୁତ୍ତି ଦେଖିବାକୁ ମିଳିଛି ।