ରାଜ୍ୟଖବର

ଉତ୍କଳ ଭାରତୀର ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ ପୂର୍ଣାନନ୍ଦ ନାୟକ କଂ ପ୍ରତିମୂର୍ତ୍ତି ଉନ୍ମୋଚନ

Spread the love

ଉତ୍କଳ ଭାରତୀର ବରପୁତ୍ର,ସମାଜସେବୀ, ପ୍ରବୀଣ ରାଜନିତିଜ୍ଞ ,ପ୍ରଥିତ ଯଶା ,ଗାନ୍ଧୀ ବାଦୀ ନେତା ପୂର୍ବତନ ସ୍ୱାଧୀନତା ସଂଗ୍ରାମୀ ପୂର୍ଣାନନ୍ଦ ନାୟକକଂ ଜନ୍ମ ମାଟିରେ ଆଜି ତାଂକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଉଦ୍ଘାଟକ ଭାବେ ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ , ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତ , ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲ ଯୋଗଦେଇଥିଲେ

ଉତ୍କଳ ଭାରତୀର ଜଣେ ବରପୁତ୍ର ପୂର୍ବତନ ସ୍ୱାଧୀନତା ସଂଗ୍ରାମୀ,ମହାନଆତ୍ମା ପୂର୍ଣାନନ୍ଦ ନାୟକ ୧୯୨୧ ମସିହା ପବିତ୍ର କୁମାରପୂର୍ଣିମା ତିଥିରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ବୈତରଣୀନଦୀତୀର,ଧାମନଗର ମିଶ୍ରସାହି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।ପିତାକଂ ନାମ ଅନାମ ଚନ୍ଦ୍ର ନାୟକ ଓ ମାତାକଂ ନାମ ଗେହ୍ଲି ଦେବୀ।୧୯୩୬ ମସିହାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷକଂ ଡାକରାରେ ଅନୁପ୍ରାଣୀତ ହୋଇ ମାତ୍ର ୧୫ବର୍ଷ ବୟସରେ ତାକଂମନ ପ୍ରାଣରେ ଦେଶପ୍ରେମର ବହ୍ନି ଜଳିଥିଲା।ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ।୧୯୪୨ ମସିହାରେ ଗାନ୍ଧିଜୀକଂ ଭାରତ ଛାଡ ଆନ୍ଦୋଳନ ଡାକରାରେ ଉଦବୁଦ୍ଧ ହୋଇ ସେ ଜଣେ ସତ୍ୟାଗ୍ରହୀ ଭାବେ ଯୋଗ ଦେଇଥିଲେ । ତାଂକୁ ଆରଡିସ୍ଥିତ ଆଖଣ୍ଡଳମଣି ପୀଠରେ ଗିରଫ କରାଯାଇ ଏକମାସ ଜେଲ ଓ ୩୦ ଟଂକା ଜୋରିମାନା ଦଣ୍ଡରେ ଇଂରେଜ ସରକାର ଦଣ୍ଡିତ କରିଥିଲେ ୧୯୪୬ ମସିହାରେ ପୁନର୍ବାର ଇଂରେଜ ସରକାରକଂ ବିରୁଦ୍ଧରେ ଆନ୍ଦୋଳନ କରିବା ଯୋଗୁ ବାଲେଶ୍ୱର ଜେଲରେ ୫ମାସ କଟାଇବାକୁ ପଡିଥିଲାଜମିଦାରିପ୍ରଥାଉଛେଦ,ଭାଗଚାଷୀକଂ ସପକ୍ଷରେ ଆନ୍ଦୋଳନ କରିଥିଲେ । ୧୯୩୬ ମସିହାରୁ ୧୯୭୨ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସ ଦଳର ଜଣେ ସକ୍ରିୟ କର୍ମୀ ଥାଇ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓ ଧାମନଗର ବ୍ଲକ ଅଂଚଳରେ ବିଭିନ୍ନ ପଦ ପଦବୀରେ ଥିଲେ ଓ ନ୍ୟସ୍ତ ଦାୟୀତ୍ୱକୁ ସୁଚାରୁଭାବେ ନିର୍ବାହ କରିଥିଲେ । ଗାନ୍ଧିବାଦୀ ଚିନ୍ତାଧାରାରେ ସେ ପ୍ରଗାଢ ବିଶ୍ୱାସ ରଖୁଥିବାରୁ ଆତ୍ମ ନିଯୁକ୍ତିଉପରେ ବିଶେଷ ଗୁରୁତ୍ୱଆରୋପ କରୁଥିଲେ।ଧନ୍ଦାମୂଳକ ଶିକ୍ଷାର ପ୍ରଚାର ଓ ପ୍ରସାର ନିମନ୍ତେ ଉତ୍କଳ ଚେତନା ବିକାଶ କେନ୍ଦ୍ର ନାମକ ଏକ ସ୍ୱେଛାସେବୀ ସଂଗଠନ ଗଢି ତିହିଡି,ଚାନ୍ଦବାଲି,ଧାମନଗର, ବାସୁଦେବପୁର ଓ ଦଶରଥପୁର ଆଦି ବିଭିନ୍ନ ବ୍ଲକ ଅଂଚଳରେ ଏହାର ପ୍ରଚାର ପ୍ରସାର କରାଇଥିଲେ ଓ ସରକାରୀ ସ୍ୱୀକ୍ରୁତି ଆଣି ପିଲାମାନକୁଂଷ୍ଟାଇପେଣ୍ଡ ଦେବାର ବ୍ୟବସ୍ଥା କରିଥିଲେ।ଦଶରଥପୁର ଉଚ୍ଚ ବିଦ୍ୟାଳୟର ସେ ହେଉଛନ୍ତି ପ୍ରଥମ ଦାତା।ଯେ କି ଏଥିପାଇଁ ସେ ନିଜ ମା’କଂର କାନର ନୋଳିଓ କାନଫୁଲ ବିକ୍ରିକରି ୨୫ଟଂକା ଚାନ୍ଦା ଦେଇ ବିଦ୍ୟାଳୟ ଆରମ୍ଭ କରିଥିଲେ। ୧୯୭୨ ମସିହାରେ ସେ କଂଗ୍ରେସ ଦଳ ତ୍ୟାଗ କରି ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁପଟନାୟକ କଂ ଉତ୍କଳକଂଗ୍ରେସ ପ୍ରଗତୀଦଳ ଓ ପରେ ଜନତାଦଳରେ ଯୋଗଦେଇ ବ୍ଲକ ସଭାପତି ହୋଇଥିଲେ।ଯାଜପୁର ଓ ଭଦ୍ରକ ଜିଲ୍ଲାର ବହୁ ଶିକ୍ଷାନୁଷ୍ଠାନ ଓ ସାଂସ୍କ୍ରୁତିକ ଅନୁଷ୍ଠାନର ସେ ସଦସ୍ୟ ଥିଲେ ତନ୍ମଧ୍ୟରେ ଧାମନଗର ମହାବିଦ୍ୟାଳୟ,ଉଚ୍ଚବିଦ୍ୟାଳୟ ,ଦୋବଲ ଏସ.ଏ. ଜେ ଉଚ୍ଚବିଦ୍ୟାଳୟ, ଷେଣ୍ଢପୁର , ଖଡିପଦା,ବୈତରଣୀ, ଦଶରଥପୁର, ଆଦିଉଚ୍ଚବିଦ୍ୟାଳୟ ସହିତ ମିଶ୍ରପୁର ,ଖଂଗରା,ସୁଜାଣସିଂହପୁର ଆଦି ମ.ଇ ବିଦ୍ୟାଳୟରେ ନିସ୍ୱାର୍ଥପର ଭାବେ ସହଯୋଗର ହାତ ବଢାଇଥିଲେ।ଜୀବନର ଶେଷ ମୂହୁର୍ତ୍ତ ଯାଏ ନିଜକୁ ସମାଜ ସେବାରେ ସମର୍ପିତ କରିଦେଇଥିଲେ ।ଡଃ ହରେକ୍ରୁଷ୍ଣ ମହତାବ ,ନିଳମଣି ରାଉତରାୟ ,ସାଂସଦ ଗୋକୁଳାନନ୍ଦ ମହାନ୍ତି, ଜଗନ୍ନାଥ ଦାଶ , ଦ୍ୱାରୀକା ନାଥ ଦାଶ, ରଜନୀ ଗୋସ୍ୱାମୀ , ବୈଷ୍ଣବ ନାୟକ, ଓ କାହ୍ନୁଚରଣ ଯେନା ଆଦି ବିଶିଷ୍ଟ ବ୍ୟକ୍ତି ବିଶେଷ ମାନକଂ ସହିତ ସେ ଓତଃ ପ୍ରୋତଃ ଜଡିତ ଥିଲେ।ସାମାଜିକ ଜୀବନରେ ରାଧାନାଥ ରଥ ,ବିଜୁ ପଟନାୟକ, ଜାନକୀ ବଲ୍ଲଭ ପଟନାୟକ, ନବକ୍ରୁଷ୍ନ ଚୌଧୁରୀ,ଗୋପବନ୍ଧୁ ଚୌଧୁରୀ, ରବୀନ୍ଦ୍ର ମୋହନ ଦାଶ,ନିଳାମ୍ବର ଦାଶ , ଭଦ୍ରକର ମହମ୍ମଦ ହନିଫ,ଆନନ୍ଦ ଚନ୍ଦ୍ର ମଲ୍ଲିକ,କ୍ରୁପାସିନ୍ଧୁଦାଶ,ଗୌରଚନ୍ଦ୍ର ମହାପାତ୍ର,ଅନିରୁଦ୍ଧ ମହାନ୍ତି,ପ୍ରଭାକର ତ୍ରିପାଠୀ ,ନାରାୟଣ ବାରିକ,ସଚ୍ଚିଦାନନ୍ଦ ପଣ୍ଡା, ତ୍ରୈଲୋକ୍ୟନାଥ ସାହୁ ,ଇତ୍ୟାଦି ବ୍ୟକ୍ତି ବିଶେଷକଂ ସହ ସୁସଂପର୍କ ଥିଲା।ସେ ବିଭିନ୍ନ ସମୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରକଂ ଠାରୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପୁରସ୍କାର , ମାନପତ୍ର,ଓ ଫଳକ ଆଦି ପାଇ ସମ୍ବର୍ଦ୍ଧିତ ହୋଇଥିଲେ।୧୯୯୮ ମସିହାଅଗଷ୍ଟ ୧୫ ତାରିଖ ପବିତ୍ର ସ୍ୱାଧୀନତା ଦିବସରେ ସେ ରାଜ୍ୟସରକାରକଂ ଠାରୁ ତାମ୍ରଫଳକ ପାଇ ସମ୍ବର୍ଦ୍ଧିତ ହୋଇଥିଲେ।ଏହାଥିଲା ତାଂକ ଜୀବନର ସରକାରକଂ ଠାରୁ ପାଇଥିବା ଶେଷ ପୁରସ୍କାର।୧୯୯୮ସେପ୍ଟେମ୍ବର ୨୩ ତାରିଖ ମଧ୍ୟରାତ୍ରରେ ଏହି ଯୋଗଜନ୍ମା ଦେଶପ୍ରେମୀ ଇହଲୀଳା ସମ୍ବରଣ କରିଥିଲେ । ଭାରତ ମାତାର ଏଇ ନିରବଛିନ୍ନ ସାଧକ କଂ ସ୍ମ୍ରୁତି ଅନୁପ୍ରାଣୀତ କରୁ ସଭିକୁଂ ଯୁଗରୁ ଯୁଗକୁ ,ଆଲୋକ ବର୍ତ୍ତିକା ସମ ପ୍ରଦୀପ୍ତ,ପଥ ପ୍ରଦର୍ଶକ ସାଜୁ ମାନବଜାତି ପାଇଁ । ସେଇପୁଣ୍ୟ ପ୍ରଣମ୍ୟ ମହାନଆତ୍ମା ପ୍ରତି ଆଜିର ପୁଣ୍ୟ ଦିବସରେ ଗଭୀର ଶ୍ରଦ୍ଧାଂଜଳି ଓ ବିନମ୍ର ପ୍ରଣିପାତ।

2 thoughts on “ଉତ୍କଳ ଭାରତୀର ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ ପୂର୍ଣାନନ୍ଦ ନାୟକ କଂ ପ୍ରତିମୂର୍ତ୍ତି ଉନ୍ମୋଚନ

    1. ସାର୍ ନମସ୍କାର ଜାଣିବା ହେବେ।ଆପଣ ଦେଖୁଥିବାରୁ ମୁଁ ନିଜକୁ ଧନ୍ୟମନେକରୁଛି

Leave a Reply

Your email address will not be published. Required fields are marked *

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ଆଇନଜୀବିଙ୍କୁ ଅସାମାଜିକ, ଭଡ଼ାଟିଆ ଗୁଣ୍ଡାଙ୍କ ମରଣାନ୍ତକ ଆକ୍ରମଣ:ସଂପତ୍ତି ବିବାଦରୁ ଭାଇ ସାଜିଛି ଭଗାରୀ!!

Spread the love

Spread the love

ହାଇଟେକ୍ ଦୁର୍ଘଟଣା:ମୃତକ କିଏ,ଶବ ସତ୍କାର ହେଲା କାହାର??

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା (ନି.ପ୍ର)/ବ୍ୟୁରୋଚିଫ୍ ଦୁର୍ଘଟଣା ଓ ମୃତ୍ୟୁ ଅବଶ୍ୟମ୍ଭାବୀ,କାହାର […]