ଉପରାଷ୍ଟ୍ରପତିକଂ ସୁପ୍ରିମକୋର୍ଟ ବିଭାଜନ ପ୍ରସ୍ତାବ ସ୍ୱାଗତଯୋଗ୍ୟ
“ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ” ଉକ୍ତିକୁ ଭିତ୍ତିକରି ଉପରାଷ୍ଟ୍ରପତି ଏମ୍.ଭେଂକି ଆ ନାଇଡୁ ନିକଟରେ ସୁପ୍ରିମକୋର୍ଟକଂ ବିଭାଜନ ଉପରେ ଗୁରୁତ୍ୱପୂର୍ଣ ପ୍ରସ୍ତାବ ଦେଇଛନ୍ତି।ସାମ୍ବିଧାନିକ ମାମଲା ଗୁଡିକର ସୁବିଚାର, ଅପିଲ ଓ ଶୀର୍ଷ ଅଦାଲତରେ ବିଚାରାଧୀନ ମାମଲା ଗୁଡିକର ତ୍ୱରିତ ଫଏସଲା ନିମିତ୍ତ ୪ଟି ଆଂଚଳିକ ବେଂଚ ସ୍ଥାପନ ରେ ପୂର୍ବରୁ ଲ’ କମିଶନକଂ ସୁପାରିଶ କୁ ଏହି ପ୍ରସଂଗରେ ଅବତାରଣା କରିଥିବା ବାସ୍ତବିକ ସ୍ୱାଗତ ଯୋଗ୍ୟ ଓ ସମୟୋପଯୋଗୀ ବୋଲି ମତପ୍ରକାଶ ପାଇଛି । ଯଦି ଏହାସମ୍ଭବ ହୁଏ ତେବେଏହା ହେବ କେନ୍ଦ୍ର ସରକାରକଂ ଅନ୍ୟଏକ ଐତିହାସିକ ପଦକ୍ଷେପ ।ଏଥିପାଇଁ ସମ୍ବିଧାନର କୌଣସି ସଂଶୋଧନ ଆବଶ୍ୟକ ନ ଥିବା ସେ କହିଛନ୍ତି । ସମ୍ବିଧାନରେ ଥିବା ଧାରା ୧୩୦କୁ ସେ ସୂଚିତ କରିଛନ୍ତି।ରାଷ୍ଟ୍ରପତିକଂ ଅନୁମୋଦନ କ୍ରମେ ଓ ମୁଖ୍ୟବିଚାରପତିକଂ ଦ୍ୱାରା ଦିଲ୍ଲୀ କିମ୍ବା ଏହିସବୁ ବିଭାଜିତ ବେଂଚ ଗୁଡିକରେ କରାଯାଇପାରେ ବୋଲି ସେ ମନ୍ତବ୍ୟ ଦେଇଛନ୍ତି ।ଉପରାଷ୍ଟ୍ରପତିକଂ ସଚିବାଳୟ ପକ୍ଷରୁ ଜାରୀ ଏକ ସୂଚନାକ୍ରମେ ପ୍ରକାଶ ପାଇଛି ଯେ ,ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ଆଇନ ଓ ନ୍ୟାୟ ଉପରେ ପରାମର୍ଶ କ୍ରମେ ପରୀକ୍ଷାମୂଳକ ଭାବେ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରାଯାଇପାରେ।ପ୍ରଥୀତଯଶା ବିଚାରପତି ସ୍ୱର୍ଗତ ପି.ପି ରାଓକଂ ଦ୍ୱାରା ଲିଖିତଏକ ପୁସ୍ତକ ପ୍ରକାଶନ ଅବସରରେ ଉପରାଷ୍ଟ୍ରପତି ହାଇଦ୍ରାବାଦ ଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରି ଏହି ମତ ପୋଷଣକରିଛନ୍ତି । ଅବଶ୍ୟ ଏଥିପୂର୍ବରୁ ଶୀର୍ଷ ଅଦାଲତକଂ ପୂର୍ଣ ବେଂଚ ବହୁବାର ମତ ଦେଇଛନ୍ତି ଯେ , ଦିଲ୍ଲୀ ବାହାରେ ସୁପ୍ରିମକୋର୍ଟକଂ କୌଣସି ବେଂଚର ଆବଶ୍ୟକତା ନ ଥିବା ଆଇନ କମିଶନ କଂ ଅଗଷ୍ଟ ୨୦୦୯ ପରାମର୍ଶକୁ ନାକଚ କରିଛନ୍ତି । ଯହିଁରେ ସୁପ୍ରିମ କୋର୍ଟକୁ ଭାଗ କରାଯାଇ ସାମ୍ବିଧାନିକ ବେଂଚ ଦିଲ୍ଲୀ, ଚେନାଇ,/ହାଇଦ୍ରାବାଦ, କୋଲକାତା ଓ ମୁମ୍ବାଇରେ ହାଇକୋର୍ଟକଂ ରାୟ ଉପରେ କାର୍ଯ୍ୟକରିବାକୁ ଉଲ୍ଲେଖ ଥିଲା । ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ରୋହିନଟନ୍ ଏଫ ନରିମାନ୍ ,ଆଟର୍ଣି ଜେନେରାଲ କେ.କେ ଭେନୁଗୋପାଲଏବଂ ବହୁ ପୂର୍ବତନ ବିଚାରପତି ଉପସ୍ଥିତ ଥିଲେ । ନ୍ୟାୟ ପ୍ରଦାନରେ ବିଳମ୍ବକୁ ହ୍ରାସ କରିବା ଲକ୍ଷ୍ୟରେ ଉପରାଷ୍ଟ୍ରପତି ମତଦେଇଥିଲେ ଯେ ବିଚାର ବିଭାଗ ଦ୍ୱାରା ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ ଅନୁସରଣ କରାଯାଇପାରେ । ଯହିଁରେ ମାମଲା ବିଚାର ବେଳେ କେତେ ଥର ମୁଲତବୀ ହୋଇପାରିବ ତାହା ଧାର୍ଯ୍ୟ କରାଯାଇପାରିବ। ବିଭିନ୍ନ ଦିଗକୁ ବିଚାରକୁ ନେଇ ଗୋଟିଏମାମଲା କେତେ ସମୟରେ ବିଚାର ସରିବ ତାହା ସୁନିଶ୍ଚିତ କରାଯାଇପାରିବ । ସେ ସରକାରକୁଂ ମଧ୍ୟ ସମ୍ବୋଧିତ କରି କହିଥିଲେ ଯେ ବିଚାରବିଭାଗରେ ଖାଲିଥିବା ପଦବୀଗୁଡିକୁ ପୂରଣ କରିବାକୁ ସରକାର ତତ୍ପର ହେବା ଦରକାର।ଫଳରେ ବିଳମ୍ବିତ ନ୍ୟାୟକୁ ଏଡାଯାଇପାରିବ।ଏହି ମର୍ମରେ ସେ ସରକାର ଓ ବିଚାର ବିଭାଗକୁ ସର୍ବଶେଷରେ ନିବେଦନ କରିଥିଲେ। ସୂଚନା ଯୋଗ୍ୟ ଯେ ଶ୍ରୀ ନାଇଡୁ ରାଜ୍ୟସଭାର ଅଧ୍ୟକ୍ଷ ଅଟନ୍ତି । ଦଳବଦଳ ନିରୋଧ ଆଇନ ଯାହାକି ୧୦ମ ଅନୁଛେଦରେ ରହିଛି ସେ ସଂପର୍କରେ ତୁରନ୍ତ ନିଷ୍ପତ୍ତି ନେବାକୁ ଓ ଆଇନରେ ଥିବା ଘଳିଆକୁ ଦୂରକରିବାକୁ ବିଚାର ପ୍ରକ୍ରିୟାର ସମୟ ସୀମା ଧାର୍ଯ୍ୟ କରିବା ଉଚିତ ବୋଲି ମତଦେଇଥିଲେ । ବହୁମାମଲାରେ ବିଚାର ସରିବା ବେଳକୁ କାର୍ଯ୍ୟକାଳ ସରିଯାଉଥିବା ନେଇ ସେ ବହୁ ଉଦାହରଣ ଦେଇଥିଲେ। ଏଥିପାଇଁ ଟ୍ରିବ୍ୟୁନାଲ ଗୁଡିକ ମଧ୍ୟ ସ୍ଥାପନ କରାଯାଇପାରେ।ସୂଚନାଯୋଗ୍ୟ କି, ପି.ଟି.ଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଇନମନ୍ତ୍ରୀ ରବିଶଂକର ପ୍ରସାଦ ପାର୍ଲାମେଣ୍ଟରେ ଏକ ଲିଖିତ ଉତ୍ତରରେ ଦର୍ଶାଇଥିଲେ ଦେଶର ୨୫ଟି ହାଇକୋର୍ଟରେ ୪୩.୫୫ ଲକ୍ଷ ମାମଲା ପଡିରହିଛି ।ଏଥିରୁ ୧୮.୭୫ ଲକ୍ଷ ଦେୱାନୀ ଓ ୧୨.୧୫ଲକ୍ଷ ଫୌଜଦାରୀ। ପଡିରହିଥିବା ମାମଲାରୁ ୮ଲକ୍ଷ ଦଶନ୍ଧିରୁ ଉର୍ଦ୍ଧ୍ୱ ,୨୬.୭୬ ଲକ୍ଷ ୫ବର୍ଷରୁ କମପୁରୁଣା ,୮.୪୪ ଲକ୍ଷ ୫ବର୍ଷରୁ ଉର୍ଦ୍ଧ୍ୱ ଓ ୧୦ ବର୍ଷରୁକମ୍ ,୮.୩୫ ଲକ୍ଷ ୧୦ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା । ଚଳିତ ଜୁନ ୧ତାରିଖ ସୁଦ୍ଧା ୧ଲକ୍ଷ ୫୮ ହଜାର ୬୬୯ କେଶ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।୨୦୧୮ ଅପ୍ରେଲ ସୁଦ୍ଧା ୩କୋଟିରୁ ଉର୍ଦ୍ଧ୍ୱ ମାମଲା ସୁପ୍ରିମକୋର୍ଟ, ହାଇକୋର୍ଟ,ଓ ଅଧସ୍ଥନ କୋର୍ଟ ଗୁଡିକରେ ପଡିରହିଛି ଏମିତିକି୧୦୦୦ରୁ ଉର୍ଦ୍ଧ୍ୱମାମଲା ୫୦ ବର୍ଷରୁ ଉର୍ଦ୍ଧ୍ୱ ହେଲା ସୁପ୍ରିମକୋର୍ଟରେ ପଡିଛି ,ଯହିଁରୁ ଅନେକ ପକ୍ଷକଂ ମ୍ରୁତ୍ୟୁ ହୋଇସାରିଲାଣି।ଏଥିରୁ ଉପରାଷ୍ଟ୍ରପତିକଂ ବକ୍ତବ୍ୟ କେତେ ପ୍ରଣିଧାନ ଯୋଗ୍ୟ ତାହା ସହଜରେ ଅନୁମେୟ ।
ନ୍ୟାୟପାଳିକାର ଛୁଟି ଶିକ୍ଷାନୁଷ୍ଠାନ ଠାରୁ ଅଧିକ ସେଥିରେ ପୁଣି ଓକିଲ ମାନଙ୍କ ଆନ୍ଦୋଳନ ଅଧିକ ସବୁ କୋର୍ଟରେ ବିଚାରପତିଙ୍କ ଅଭାବ ଆମ ଦେଶରେ ବିଚିତ୍ର ନ୍ଯାୟବ୍ଯବସ୍ଥା ମାମଲାର ଶୁଣାଣି ଶିର୍ଘସରିବକିପରି
ସୁ ଚିନ୍ତିତ ମତାମତ ନିମନ୍ତେ ଧନ୍ୟବାଦ