କଟକ(ଗ୍ରାମାଂଚଳ): ‘କରୋନା’ସତର୍କତା ପାଳି ନ ପାରି ଇଟାଭାଟିରେ ବନ୍ଧାପଡିଛି ବାହାର ଜିଲ୍ଲା ଶ୍ରମିକକଂ ଜୀବନ ?



କଟକ ଗ୍ରାମାଂଚଳ:(ସତ୍ୟାନୁସଂଧାନ ବ୍ୟୁରୋ) ‘କରୋନା’ଭୟରେ ସମଗ୍ର ବିଶ୍ୱ ଆତଂକିତ,୧୮୮ରାଷ୍ଟ୍ରକୁ କବଳିତ କରି ଏହି ମହାମାରୀଏବେ ମ୍ରୁତ୍ୟୁର କରାଳ କାୟା ବିସ୍ତାର କରିଛି।ବିଭିନ୍ନ ଦେଶ କଟକଣାମାନ ଜାରୀ କରିମଧ୍ୟ ମ୍ରୁତ୍ୟୁର ବିଭିଷିକାକୁ ରୋକିପାରୁନାହାନ୍ତି। ଭାରତସରକାର ଓ ରାଜ୍ୟ ସରକାର ମିଳିତଭାବେ ସଂକ୍ରମଣ କେମିତି ଆଗକୁ ନ ବଢିବ ସେ ଦିଗରେ କଠୋର ପ୍ରତିଷେଧକ ବ୍ୟବସ୍ଥା ଲଗାଇସାରିଛନ୍ତି।ତଥାପି ଘଟଣାର ଭୟାବହତା ନବୁଝି କେତେକ ଇଟାଭାଟିମାଲିକ ଜିଲ୍ଲା ବାହାରୁ ଆସିଥିବା ଶ୍ରମିକ ମାନକୁଂ ଭାଟିରେ ଅସ୍ୱାସ୍ଥ୍ୟକର ପରିବେଶରେ ବାକିଆପାଉଣା ନ ଦେଇ ଅଟକାଇ ରଖିଥିବାର ଅଭିଯୋଗ ହେଉଛି। କେବଳଏତିକି ନୁହେଁ ଏମାନକଂ ପରିଚୟ ସଂପର୍କରେ କୌଣସି ତଥ୍ୟ ନା ଅଛି ସ୍ଥାନୀୟ ପୁଲିସ ପାଖରେ ନା ଶ୍ରମ ବିଭାଗ ପାଖରେ।ଅସ୍ଥାୟୀ ତମ୍ବୁରେ ଏମାନକଂ ଜୀବନ ବନ୍ଧା ପଡିଛି।ରାତିହେଲେ ଲୁଚିଛପି ଏମାନେ ହାଟବଜାର କରୁଛନ୍ତି କରୋନା ବିପଦ ଯେ କେବଳ ଏହି ଶ୍ରମିକକଂ ପ୍ରତିଅଛି ତା ନୁହେଁ ବରଂଏମାନକଂ ଦ୍ୱାରା ସ୍ଥାନୀୟ ଅଧିବାସୀକଂ ପ୍ରତି ବି ରହିଛି।କିଏ ଏମାନକୁଂ ସ୍ୱାସ୍ଥ୍ୟ ସଚେତନ କରୁଛି ?ସେହିଭଳି ବାହାର ରାଜ୍ୟ ମହାରାଷ୍ଟ୍ରରେ କରୋନା ଅଧିକ ସଂକ୍ରମିତ ଖବର ଆସୁଥିବା ବେଳେ ସେଠାରୁ ଫେରିଥିବା ବିଭିନ୍ନପାଣି ପାଇପ ମିସ୍ତ୍ରୀ,ଠିକାଦାର,ଶ୍ରମିକ ସରକାରକଂ ଦ୍ୱାରା ଜାରୀ କଟକଣା ଏଡାଇ ଗାଁ ଗାଁ ରେ ମୁହଁ ଛପାଦେଇଛନ୍ତି ଓ ଲୋକମାନକଂ ସହ ମିଶି ସଂକ୍ରମଣ କରେଇବାରେ ଲାଗିଛନ୍ତି। ସରକାରୀ କର୍ମଚାରୀ ମାନକୁଂ ସ୍ଥାନୀୟ ଲୋକେ ସୂଚନା ଦେଲେବି ଫଳ କିଛି ହେଉନି। ସେହିପରି ବାହାର ରାଜ୍ୟରୁ ନଦୀରୁ ବାଲିନେବାକୁ ଆସିଥିବା ଟ୍ରକ ଚାଳକ ଓ ହେଲପରକଂ ପ୍ରତି କିଛି ଅଂକୁଶ ଥିବା ଭଳି ଜଣା ପଡୁନାହିଁ।ଗୋଟିଏ ପଟେ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ବିପତ୍ତି ଟାଳିବାକୁ ମିଳିତଭାବେ ବିଭିନ୍ନ ନିୟମ ଓ କଟକଣାମାନ ଲାଗୁ କରି ଲୋକମାନକଂ ଜୀବନ ବଂଚେଇବାକୁ ଅହରହ ଉଦ୍ୟମ ଚଳେଇଥିବା ସ୍ଥଳେ ମୁଷ୍ଟିମେୟ କେତେ ଜଣକଂ ଯୋଗୁ ସମୂହକଂ ଜୀବନ ବିପଦ ଭିତରକୁ ଠେଲି ହୋଇଯାଉଛି।ଯେହେତୁ କରୋନାର କୌଣସି ଚିକିତ୍ସା ନାହିଁ ଓ ସଂକ୍ରମଣ ଥରେ ବ୍ୟାପିଲେ କୌଣସି ସରକାରକଂ ପକ୍ଷରେ ଏହାକୁ ରୋକିବା ସମ୍ଭବ ନୁହେଁ ବୋଲିଏକଥା ସରକାର ବାରମ୍ବାର କହି ଆସୁଛନ୍ତି ତାହା ସତ୍ତ୍ୱେ କେତେକ ଉଲଂଘନ କରୁଥିବାରୁ ସମସ୍ତେ ପୋକମାଛିଭଳି ମରିବା ଅପେକ୍ଷା କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।
