breaking News ଅଂଚଳ ଖବର ଜିଲ୍ଲାଖବର

କଣ୍ଟାପଡ଼ା ପଞ୍ଚାୟତ ସମିତି ଓ ସରପଞ୍ଚ ଫଳାଫଳ କେଉଁ ଦଳ ସପକ୍ଷରେ??

Spread the love

ବିପଦରେ ଭୋଟ ବାକ୍ସ!!??

ବିପଦରେ ଏବେ ପଞ୍ଚାୟତ ନିର୍ବାଚନର ଜନମତ ସଂଗୃହିତ ଭୋଟ ବାକ୍ସ ଗୁଡ଼ିକ।ଏଥିଲାଗି ଶାସକ ବିଜେଡି ଦଳ ସୁଚିନ୍ତି ତ ଯୋଜନା ପ୍ରସ୍ତୁତ କରିସାରିଥିଲା।ଯାହାକୁ ବିରୋଧି ଦଳ ଗୁଡ଼ିକ ସେଭଳି ଗୁରୁତ୍ଵ ଦେଲେ ନାହିଁ।ପୂର୍ବରୁ ୧୯୬୪ ମସିହା ଗ୍ରାମପଞ୍ଚାୟତ ଆଇନର ଚଳି ଆସୁଥିବା ବ୍ୟବସ୍ଥା ଅନୁଯା ୟୀ,ଭୋଟ ସରିବା ପରେ ବିଭିନ୍ନ ପ୍ରାର୍ଥୀଙ୍କ ଉପସ୍ଥିତ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ କେଉଁ କେଉଁ ପ୍ରାର୍ଥୀଙ୍କୁ କେତେ ଭୋଟ ମିଳିଛି?ମୋଟ ଭୋଟ ସଂଖ୍ୟା କେତେ?ତାହାର ହିସାବ ଅଣ ଆନୁଷ୍ଠାନିକ ଭାବେ ଦେଇ ଭୋଟବାକ୍ସ ଜଉମୁଦ କରା ଯାଏ।ଏହି ବାକ୍ସ ଗୁଡ଼ିକୁ ବ୍ଲକ କାର୍ଯ୍ୟାଳୟରେ ଚୁଡାନ୍ତ ଗଣତି ଯାଏ ସାଇତି ରଖି ଗଣତିପରେ ଫଳ ଘୋଷଣା ପରେ ୧୫ ଧାରାରେ ବିଜ୍ଞପ୍ତି ଜାରି କରାଯାଇ ନିର୍ବାଚନକୁ ସିଦ୍ଧ କରା ଯାଏ।ଏହା ସତ୍ତ୍ବେ କେତେକ ଅସାଧୁ ସରକାରୀ ଅଧିକାରୀ ଏଥିରେ ହେର ଫେର କରି ବେଳେବେଳେ ଧରାପଡ଼ି ହିନସ୍ଥା ଓ ଲୋକହସା ହୋଇଥାଆନ୍ତି।ଗତ ନିର୍ବାଚନରେ ଏହି ବ୍ୟବ ସ୍ଥା ଥାଇ ମଧ୍ୟ କଟକ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ସାଇଲୋ ଝାର ପଡ଼ା ପଞ୍ଚାୟତରେ ବାମଦେବ ପାତ୍ର ୨୬ଖଣ୍ଡ ଭୋଟରେ ଜିତିଥିବାବୁଥ ଗୁଡ଼ିକର ଗଣତି ପରେ ଜଉ ମୁଦା ହେଲା।ବାକ୍ସ ବ୍ଲକ କାର୍ଯ୍ୟାଳୟ ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷାରେ ରହିଲା।ଗଣତି ଦିନ ବିଡ଼ିଓ ଆଖି ଠାରି ଦେଲେ ଜଣେ ବ୍ୟକ୍ତି ୩୦ଟି ଭୋଟକୁ ଆଖି ଆଗରେ ପାଟିରେ ଚୋବେଇ ଗିଳି ଦେଲା।

ଚଳିତ ଥର ନିଷ୍ପତ୍ତି ହେଲା ଯେ ବୁଥରେ ସେପରି ଆଉ ଗଣତି ହେବ ନାହିଁ!!କାହିଁକି??କଣ ସେମିତି ସମସ୍ୟା ହେଲା କି??ବାସ୍ତବରେ ଏହି ତଞ୍ଚକତା କୁ ନା ବିରୋଧୀ ଦଳ ଗୁଡିକ ସର୍ବଦଳୀୟ ବୈଠ କରେ ବିରୋଧ କଲେ?ନା ନ୍ୟାୟାଳୟକୁ ଗଲେ?ନା ଆନ୍ଦୋଳନକୁ ଗଲେ?ତେବେ ଚାଲାକ୍ କିଏ?ପଡ଼ିଲା?ବିରୋଧୀ ଦଳଗୁଡିକ କେବଳ ଦୁର୍ବଳ ଓ ବିଭାଜିତ ନୁହନ୍ତି,ଆଇନଗତ ଲଢେଇରେ ଢେର୍ ଦୁର୍ବଳ ମଧ୍ୟ।ବାହାରେ ସଶକ୍ତ ନୁହନ୍ତି କି,ଭିତରେ ଚତୁର ମଧ୍ଯ ନୁହନ୍ତି।ଏବେ ହେବ କଣ??ବ୍ଲକ କାର୍ଯ୍ୟାଳୟ ଗୁଡ଼ିକ ସୁରକ୍ଷିତ ତ?ପୁଲିସ,ଅମଲା ପ୍ରଶାସନ ସବୁ…ସରକାରଙ୍କ ଆଜ୍ଞାରେ ଉଠ ବସ।ବାଡ ଯଦି ୪ଦିନ ୪ରାତି କାଳ ଫସଲ ଖାଇଲା,ତେବେ …!!!??? ନିର୍ବାଚନ ମାମଲା ଗୁଡ଼ିକର ଫଳାଫଳ ତ ସମସ୍ତଙ୍କୁ ଜଣା।ସିଭିଲ ମାମଲା ହୋଇଥିବାରୁ,ଏହାକୁ ପରବର୍ତ୍ତୀ ଆଉ ଦୁଇ ତିନିଟି ନିର୍ବାଚନ ଯାଏ ତାରିଖ ଗଡ଼େଇ ନେବା ବି ଅତି ସହଜ।ଅବଶ୍ୟ ଲ’ କମିଶନ ଓ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଏହି ମାମଲା ଗୁଡ଼ିକ ର ରାୟ ପ୍ରକାଶ,ପରାମର୍ଶ ଆଦି ଦିଗରେ ହେଉ ଥିବା ବିଳମ୍ବ ଏଡାଇବାକୁ ପଦକ୍ଷେପ ଆଗାମୀ ଦିନରେ ସୁଫଳ ଦେଇପାରେ ମାତ୍ର ଏବେ???….

ଗୋବିନ୍ଦପୁର ଥାନା ଅନ୍ତର୍ଗତ,ଡିମୀରି ପଞ୍ଚାୟତ ର ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଅଭିଷେକ ମହାପାତ୍ରଙ୍କ ତାଙ୍କ ଦାଣ୍ଡ ଦୁଆରେ ରାତିରେ ରଖା ଯାଇଥିବା ଚାରି ଚକିଆ ଯାନକୁ ପୋଲିସ କର୍ମ ଚାରୀ ମାନେମିଶି ରାତିରେ ଭାଙ୍ଗି ଦେଇଥିବା ଅଭିଯୋଗ ହେଉଛି।ମିଳିଥିବା ସୂଚନା ଅନୁ ଯାୟୀ,ଶାସକ ବିଜେଡି ଦଳ ଡିମିରି ପଞ୍ଚାୟତରେ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଛି l ସେହି ପଞ୍ଚା ୟତର ବିଜେଡିର ସ୍ଥିତି ସୁଧାରି ହେଉ ନ ଥିବାରୁ ଓ ବିଜେପି ପକ୍ଷରୁ ସରପଞ୍ଚ ପଦବୀ ନିମନ୍ତେ ଲଢ଼ୁଥିବା ଓ ଭଲ ସ୍ଥିତିରେ ଥିବା ଅଭିଷେକଙ୍କୁ ନାନା ଭାବେ ନିରାଶ କରିବା ଲକ୍ଷ୍ୟରେ ଶାସକ ବିଜେଡିର କେତେକ କର୍ମୀ ପୂର୍ବଦିନ ତାଙ୍କୁ ବନ୍ଧୁକ ରେ ମାରିଥିଲେ ଏବଂ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।ଘଟଣା ସମ୍ପର୍କରେ ସଦର ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ସେ ଲିଖିତ ଅଭି ଯୋଗ ଦେଇଥିଲେ।ଏହା ଉପରେ କୌଣସି ପଦ କ୍ଷେପ ଏ ଯାଏ ହୋଇନାହିଁ।ମାତ୍ର ଶାନ୍ତି ଶୃଙ୍ଖଳା ରକ୍ଷା ନାଁ ରେ ପୁଲିସ ସଶସ୍ତ୍ର ବଳ ସହାୟତାରେ ସେଠାରେ ରାତ୍ରି କାଳୀନ ପଇଁତରା ମାରୁଥିଲା।ତେଣୁ ରାତିସାରା ପୁଲିସ ପଇଁତରା ସତ୍ତ୍ବେ ଯଦି କେହି କିପରି ରାସ୍ତା ଉପରେ ଏପରି କାର୍ଯ୍ୟ କରିବାକୁ ସୁଯୋଗ ପାଇଲା ତେବେ ଏହା ନିଜେ ପୁଲିସ କିମ୍ବା ପୁଲିସର କାର୍ଯ୍ୟ ଧାରା ଉପରେ ପ୍ରଶ୍ନବାଚୀ ଓ ଶକ୍ତି ପ୍ରତି ଆହ୍ବାନ ନ ହେବ ବା କାହିଁକି???? ତେଣୁ ପୁଲିସ ବିରୁଦ୍ଧରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ହେଲେ ଜଣା ପଡ଼ିବ ସେହି ନିର୍ଦ୍ଦିଷ୍ଟ ସମୟରେ କେଉଁ ପୁଲିସ କର୍ମ ଚାରୀ ସେଠାରେ ବାହାଲ(ମୁତୟନ) ଥିଲେ।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]