କନ୍ଦଳନଦିର କୁଳବ୍ରାହ୍ମଣସାଇଲୋ ଠାରେ”ବିଜୁ”ସେତୁକୁ ସଂଯୋଗ ରାସ୍ତା ଭୁଷୁଡିଲା !ନଦିପାରି ଗାଂ କୁ ଯୋଗାଯୋଗ ବିଛିନ୍ନଆଶଂକା
କଟାପଡା ୧୫।୮(ନି.ପ୍ର) ଦେବିନଦି ର ଶାଖାନଦି,କନ୍ଦଳ ଉପରେ କୁଳ ବ୍ରାହ୍ମଣସାଇଲୋ ଠାରେ ନବ ନିର୍ମିତ”ବିଜୁ”ସେତୁ କୁ ସଂଯୋଗ କରୁଥିବା ଏକମାତ୍ର ପିଚୁରାସ୍ତା ସଂଯୋଗ ସ୍ଥଳରୁ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ନଦିଗର୍ଭକୁ ଭୁଷୁଡିବା ଆରମ୍ଭ ହୋଇଛି। ଫଳରେ ଆଉ କିଛିଘଣ୍ଟା ପରେ କିଛି ଅଘଟଣ ଘଟିବା କିମ୍ବା ସେତୁଦେଇ ଯୋଗାଯୋଗ ସଂପୁର୍ଣ ବିଛିନ୍ନ ହେବା ଆଶଂକା ସ୍ରୁଷ୍ଟି ହୋଇଛି
ପ୍ରାପ୍ତ ସୁଚନାନୁଯାୟି ସେତୁଟିଏ ନ ଥିବାରୁ କୁଳବ୍ରାହ୍ମଣସାଇଲୋ ଠାରୁ ନଦିପାରି ପଂଚାୟତ ଗୁଡିକୁ ଡଂଗା ବ୍ୟତିତ ଯାତାୟତ ସମ୍ଭବ ହେଉ ନ ଥିଲା ।ଫଳରେ ଜନସାଧାରଣ ଅକଥନିୟ ଦୁର୍ଦ୍ଦଶା ଭୋଗୁଥିଲେ । ୨୦୧୪ ମସିହା ନିର୍ବାଚନ ପ୍ରାୟ ମାସେ ଥାଇ ରାଜ୍ୟସରକାର ବିଜୁସେତୁ ଯୋଜନାରେ ଏଠାରେ ଏକ ସେତୁନିର୍ମାଣ ନିମନ୍ତେ ୧୯କୋଟିଟଂକା ମଂଜୁର କରିଥିଲେ। ମୁଖ୍ୟମନ୍ତ୍ରି ନବିନ ପଟନାୟକ ନିଜେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେତୁନିର୍ମାଣ ନିମନ୍ତେ ଧାର୍ଯ୍ୟ ସମୟ ୩ବର୍ଷ ଥିଲା। ରାଜଲକ୍ଷ୍ମି କନଷ୍ଟ୍ରକସନ ଟେଣ୍ଡର ଜରିଆରେ କାର୍ଯ୍ୟଟିର ନିର୍ମାଣ ଦାୟିତ୍ୱ ନେଇଥିଲେ। ତେବେ ବିଭିନ୍ନ କାରଣ ଦର୍ଶାଇ ନିର୍ମାଣ ସମାପ୍ତିରେ ଅହେତୁକ ବିଳମ୍ବ ଘଟାଯାଇଥିଲା।ଏମିତିକି ସେତୁନିର୍ମାଣ ଶେଷ ହୋଇମଧ୍ୟ ସଂଯୋଗ ରାସ୍ତା ନିର୍ମାଣ କରା ନ ଯିବାରୁ ବର୍ଷାଧିକ କାଳ ସେତୁ ବ୍ୟବହାର ହୋଇପାରି ନ ଥିଲା ।ଅବଶେଷରେ ଅତି ତରବରିଆ ଭାବେ ନିମ୍ନମାନର କାର୍ଯ୍ୟ ହେଉ ଥିବାରୁଏହା ବିରୁଦ୍ଧରେ ଜନଅସନ୍ତୋଷ ସ୍ରୁଷ୍ଟି ହେଲେ ବି କେହି ଏହାକୁ ଗୁରୁତ୍ୱ ଦେଇ ନ ଥିଲେ। ୧୫ଦିନ ତଳେ ସ୍ୱଳ୍ପ ସମୟର ବର୍ଷାରେ ସେଠାରେ ସ୍ରୁଷ୍ଟି ବିରାଟ ଗର୍ତ୍ତକୁ ତାଳିପକାଇ ମରାମତି କରାଯାଇ ଥିଲେ ହେଂ ଗତ ୨ଦିନ ତଳେ ଦିନକର ଲଘୁଚାପ ବର୍ଷାକୁ ଏହି ମରାମତି ସମ୍ଭାଳି ପାରିନ ଥିଲାଓ ପିଚୁରାସ୍ତା ନଦି ଗର୍ଭକୁ ଭୁଷୁଡିବା ଆରମ୍ଭ ହୋଇଥିଲା । ଗତକାଲିଠାରୁଏହା ଗୁରୁତର ଆକାର ଧାରଣ କରିଥିଲା।ଏବେ ପରିସ୍ଥିତି ଏଭଳି ବିପଜ୍ଜନକ ସ୍ଥିତିରେ ପହଂଚିଛି ଯେ କେଉଂ ମୁହୁର୍ତ୍ତ ରେ ଯେ, ଏକ ବିରାଟ ଅଘଟଣ ଘଟି ଯାତାୟତ ସଂପୁର୍ଣ ବନ୍ଦ ହୋଇ ନ ଯିବ ଏହି ଆଶଂକାକୁ ଏଡା ଯାଇ ନପାରେ। ଘଟଣାଟି ଏଭଳି ଗୁରୁତର ଥିବା ସତ୍ତ୍ୱେ ବିଭାଗିୟ ଅଧିକାରି ଓ ଯନ୍ତ୍ରି ଚୁପ ବସିଛନ୍ତି। ଆଜି ଗ୍ରାମଉନ୍ନୟନ ବିଭାଗର ଯନ୍ତ୍ରି ଓ ଅଧିକାରିକୁଂ ମତାମତ ଜାଣିବାକୁ ଫୋନରେ ଯୋଗାଯୋଗ କରାଯାଇଥିଲା ମାତ୍ର ସେମାନେ ଫୋନ ଉଠାଇ ନ ଥିଲେ ।
