କନ୍ଦଳନଦୀର ବିଜୁସେତୁରାସ୍ତା ଭୁଷୁଡିବା ଘଟଣା:ରାତିଅଧିଆ ତାଳିପକା ମରାମତି କାହାସ୍ୱାର୍ଥରେ ?
କଣ୍ଟାପଡା/ କଟକ ୧୬।୮(ନି.ପ୍ର) ଗ୍ରାମ ଉନ୍ନୟନ ବିଭାଗ ମାର୍ଫତରେ କୁଳବ୍ରାହ୍ମଣସାଇଲୋ ଠାରେ କନ୍ଦଳ ନଦୀଉପରେ ପ୍ରାୟ ୧୯କୋଟି ଟଂକା ବ୍ୟ ୟରେ ନବନିର୍ମିତ ବିଜୁସେତୁ ଓ ମାସକ ତଳେ ନିର୍ମାଣ ସରିଥିବାଏହାର ସଂଯୋଗୀ ରାସ୍ତା ଭୁଷୁଡିପଡିଥିବା ନେଇ ଗତକାଲି ଖବର ପ୍ରସାରଣ ହୋଇଥିଲା। ତେବେ ବିଳମ୍ବିତ ରାତିରେଏହାର ତାଳିପକା ମରାମତି ଜନସାଧାରଣକୁଂ ଘୋରସନ୍ଦେହରେ ପକାଇଛି।ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣ ବେଳେ ପଥର ସନ୍ଧିରେ ନଦୀବାଲି ଭରା ଯାଇଥିଲା ତଳେ ମଧ୍ୟ ନଦୀବାଲି ବିଛାଇ ନିର୍ମାଣ ହୋଇଥିଲା ,ନଦୀରେ ପ୍ରବାହିତ ବନ୍ୟାଜଳ ଓ ଦିନକର ଲଗାଣ ବର୍ଷା ରେ ବାଲି ଧୋଇଯିବାରୁ ରାସ୍ତା ସଂପୁର୍ଣ ଭୁଷୁଡିଗଲା ଏହାର ମରାମତି ନୁହେଁ , ମୁଳରୁ ଆଉଥରେ ନିର୍ମାଣ ଦରକାର , ନ ହେଲେ ମରାମତି କାମଦେବନି ବୋଲି ଅଣ୍ଡେଇସାହି ର ଜଣେ ବରିଷ୍ଠ ନାଗରିକ ଭବାନୀ ଶଂକର ସାମନ୍ତରାୟ ମତ ଦେଇଛନ୍ତି । ତେବେ ଆଜିମଧ୍ୟ ବି ଭାଗୀୟ ଅଧିକାରୀ ଗଣମାଧ୍ୟମକୁ ଧରାଛୁଆ ଦେଇନାହାନ୍ତି ।
