
କମିଶନରେଟ ପୁଲିସର ଛତ୍ରଛାୟା ତଳେ ଚାଲିଛି ବେଆଇନ ଛାତ୍ରାବାସ: ନିୟମ କେବଳ ଧର୍ମକୁ ଆଖିଠାର!
କଟକ/ଭୁବନେଶ୍ୱର ୨୦।୮(ସ୍ୱତନ୍ତ୍ର ପ୍ରତିନିଧି) କମିଶନରେଟ୍ ପୁଲିସ ଅଧୀନରେ ଛତୁଫୁଟିଲାପରି ଖୋଲିଥିବା ବେସରକାରୀ ଛାତ୍ରାବାସ ଗୁଡିକ କିପରି ପରିଚାଳିତ ହେଉଛି? ନିୟମ ନା ବେନିୟମରେ ତାହା ଦେଖିବାକୁ ପୁଲିସର ବେଳନାହିଁ ।ତେଣୁ ନିୟମ କାଗଜପତ୍ରରେ କେବଳ ସୀମିତ ରହିଛି।ବିଶେଷତଃ ଛାତ୍ରୀ ନିବାସ ଗୁଡିକର ନିରାପତ୍ତା ଓ ପରିଚାଳନାରେ ଗୁରୁତର ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ,ଦୈତ ନଗରୀ ଭୁବନେଶ୍ୱର ଓ କଟକ କମିଶନରେଟ୍ ପୁଲିସ ଅଂଚଳରେ ଲଗାମହୀନ ଭାବେ ବଢିଚାଲିଥବା ବେଆଇନ ଛାତ୍ରାବାସ ଗୁଡିକ ବିଶେଷତଃ ଛାତ୍ରୀନିବାସ ଗୁଡିକର ନିରାପତ୍ତାକୁ ଧ୍ୟାନରେ ରଖି ସରକାର ଓଡିଶା ସହରାଂଚଳ ପୁଲିସ ଆଇନ ୨୦୦୩ ରେ ସଂଶୋଧନ ଆଣିଥିଲେ।Registration of private Residential Hostels of Educational institution Regulations 2016 ନାମରେ ଧାର୍ଯ୍ୟ ନିୟମାବଳୀ ପ୍ରଣୟନ ହୋଇଥିଲା। ବେସରକାରୀ ଛାତ୍ରାବାସ ଚଳାଇବାକୁ ହେଲେ ପ୍ରଣୀତ ସର୍ତ୍ତାବଳୀ ପୂରଣକଲେ ହିଁ ପୁଲିସ କମିଶନର ଲାଇସେନସ ଦେବେ। ସର୍ତ୍ତାବଳୀ ରେ ଥିଲା ଭୂମିର ମାଲିକ କଂ ଠାରୁ NOC ,ସ୍ଥାନୀୟ Fire Officer କଂ ଠାରୁ NOC, ବିଦ୍ୟୁତ ବିଭାଗ ନିରୀକ୍ଷକ କଂ NOC,Excutive Engineer ,works dept. recomendation, municipality health , sanitary officer certificate, NOC from IIC local P.S,. copy of agreement of private residential hostel. ହଷ୍ଟେଲ ର ଅବସ୍ଥିତି off/on ମଦବାର କି ଦୋକାନର ୨୦୦ମିଟର ପରିଧି ମଧ୍ୟରେ ଆସୁ ନଥିବ, ହଷ୍ଟେଲର ପିଲାକଂ ନାମ, ସଂଖ୍ୟା ପିତାମାତାକଂ ନାମ, ସ୍ଥାୟୀ ଠିକଣା,ପଢୁଥିବା ଶିକ୍ଷାନୁଷ୍ଠାନର ନାମ,ପାଠ୍ୟକ୍ରମ,ସ୍ଥାନୀୟ ଅଭିବାବକକଂ ନାମ,ଠିକଣା ପ୍ରତି ୬ମାସରେଏହାର Updatation, ସଠିକ ନିରାପତ୍ତା ବ୍ୟବସ୍ଥା, ପ୍ରାଇଭେଟ ସିକ୍ୟୁରିଟୀ, ସି.ସି.ଟି.ଭି ବ୍ୟବସ୍ଥା ୩୦ଦିନର ଛାତ୍ର/ଛାତ୍ରୀକଂ ପ୍ରବେଶ ପ୍ରସ୍ଥାନର ରେକର୍ଡିଂ କମ୍ପୁଟର ରେ ସଂରକ୍ଷଣ ଓ ଚାହିଁବା ମାତ୍ରକେ ଯୋଗାଇପାରିବାର ବ୍ୟବସ୍ଥା, ହଷ୍ଟେଲ ସୁପରିଟେଣ୍ଡେଣ୍ଟ, ୱାର୍ଡେନଓ ଅନ୍ୟକର୍ମଚାରୀକଂ ସବିଶେଷ ତଥ୍ୟ ଏସବୁର ରେଜିଷ୍ଟର ପରିଚାଳନା ବ୍ୟତୀତ ଆହୁରି ଅନେକ ତଥ୍ୟ ରହିଛି ।ଅଥଚ ଏସବୁ ବିନା ବେଆଇନ ଭାବେ ଚାଲୁଥିବା ହଷ୍ଟେଲ ଗୁଡିକପ୍ରତି କମିଶନରେଟ ପୁଲିସ କି ପଦକ୍ଷେପ ନେଇଛି ? ବହୁସ୍ଥାନରେ ଏମିତି କି ଖୋଦ ଭୂବନେଶ୍ୱରର ଗୋବିନ୍ଦପ୍ରସାଦରେ ଏକ ୩ମହଲା ଘରର ଜନୈକ ମାଲିକ (ପାରାଦ୍ୱୀପର) ୧୨ ଜଣ ଛାତ୍ରକୁଂ ଘର ଭଡାଦେଇ ପ୍ରାୟ ୭୨ହଜାର ଟଂକା ମାସିକ ଆଦାୟ କରିଥାନ୍ତି । ଜଣେପିଲା ଘରଛାଡିବା ଅନ୍ୟ ନୂଆ ଜଣକୁଂ ଦଖଲ ଦେଇଯାଏ ।ଏମାନକଂ ମଧ୍ୟରେ ରାଜ୍ୟବାହାରର ଛାତ୍ର ବି ଅଛନ୍ତି । ବିଳମ୍ବିତ ରାତିରେ ଏଠାରେ କିଛି ଛାତ୍ର ନିଶାପାନ କରି ମହିଳା ଯୌନଜିବୀକଂ ସହ ରାତି କଟାନ୍ତି ।ଅଥଚ ନିୟମାବଳୀ କାଗଜରେ କେବଳ ରହିଥାଏ।ଏମିତି କେତେ ବେସରକାରୀ ଛାତ୍ରାବାସ/ଛାତ୍ରୀନିବାସ ଚାଲିଛି ଯାହାର କୌଣସି ଖାତା ଖତିୟାନା ପୁଲିସ ରେକର୍ଡରେ ନାହିଁ , ସି.ସି.ଟି.ଭି ନାହିଁ। ତେବେ କମିଶନରେଟ୍ ପୁଲିସ କରୁଛି କଣ? କେତେକ ଅସାଧୁ ପୁଲିସ କର୍ମଚାରୀ ଅଛନ୍ତି ସେମାନକଂ ଜାଣତରେ ଏପରି ବହୁ ଅନୈତିକ କାର୍ଯ୍ୟ ଚାଲିଛି। ରାଜ୍ୟ ପୁଲିସର ନୂତନ ମଂଗୁଆଳ ଓ ରାଜ୍ୟ ଘରୋଇବିଭାଗ ଧ୍ୟାନ ଦିଅନ୍ତୁ ।