ଦୁର୍ନିତି

କାର୍ଗିଲ ଯୁଦ୍ଧରେ ଶତ୍ରୁ ସୈନିକଙ୍କୁ ନିହତ କରିଥିବା ସତ୍‌ପାଲ ଟ୍ରାଫିକ୍‌ କନେଷ୍ଟବଳ ଥିବା ଜାଣି ତୁରନ୍ତ ପଦୋନ୍ନତି ଦେଲେ ଅମ୍ରିନ୍ଦର ସିଂହ

Spread the love
indiatimes.com

ନୂଆଦିଲ୍ଲୀ : ଆଜି କାର୍ଗିଲ ବିଜୟ ଦିବସ ପାଳନ କରାଯାଉଥିବା ବେଳେ ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ୨୦ବର୍ଷ ପୂର୍ତ୍ତି ଅବସରରେ ଦେଶର ଅନେକ ସ୍ଥାନରେ କାର୍ଗିଲ ଯୁଦ୍ଧ ସମୟରେ ଦେଶକୁ ରକ୍ଷା କରିଥିବା ଯବାନଙ୍କ କାହାଣୀ ସାମ୍ନାକୁ ଆସିଛି । ଏ ମଧ୍ୟରେ ପଞ୍ଜାବର ସଙ୍ଗରୁର୍‌ରେ ଟ୍ରାଫିକ କନେଷ୍ଟବଳ ଭାବେ କାମ କରୁଥିବା ସତ୍‌ପାଲ ସିଂହଙ୍କ କାହାଣୀ ସାମ୍ନାକୁ ଆସିଛି । କାର୍ଗିଲର ଟାଇଗର ହିଲ୍ ଯୁଦ୍ଧ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ସତ୍‌ପାଲ ସିଂହ । କାର୍ଗିଲ ଯୁଦ୍ଧ ପରେ ତାଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେନାରୁ ବାହାରିବା ପରେ ତାଙ୍କୁ ପଞ୍ଜାବରେ ଟ୍ରାଫିକ କନେଷ୍ଟବଳ ଭାବରେ ନିଯୁକ୍ତି ମିଳିଥିଲା । ବୀର ଚକ୍ର ମିଳିଥିବା ଜାଣି ମଧ୍ୟ ତାଙ୍କୁ ସେ ସମୟରେ କନେଷ୍ଟବଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଏବେ ସେ ଭୁଲକୁ ସୁଧାରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ । ସତ୍‌ପାଲଙ୍କ ବିଷୟରେ ଜାଣି ସେ ତୁରନ୍ତ ତାଙ୍କ ପଦୋନ୍ନତି କରିବା ସହ ତାଙ୍କୁ ଏଏସ୍‌ଆଇ ଭାବେ ନିଯୁକ୍ତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]