
କାହାର ପାରିତୋଷିକ ଭାବେ ପୋସ୍ତଳ ମଂଚରେ ଏ ‘ମହାମହିମ’ଶବ୍ଦର ପ୍ରୟୋଗ ?
ମଧୁବାବୁ ଲେଖିଥିବାଏକ କବିତାରଅଂଶ ଅନେକ ପାଠକକଂର ମନେଥିବ ନିଶ୍ଚୟ “ତୋଷାମଦିଆକଂ କୁକୁର ପ୍ରକ୍ରୁତି ଅଂଇଠା ପତରେ ଧ୍ୟାନ” ସଂପ୍ରତି ଦେବୀ -କନ୍ଦଳ ଦ୍ୱୀପାଂଚଳରେଆୟୋଜିତ ୫ଦିନ ବ୍ୟାପୀ ପୋସ୍ତଳ ପଂଚାୟତ ମହୋତ୍ସବକୁ ଦେଖିବାପରେ ସ୍ୱତଃ କିଛି ସଚେତନ ନାଗରିକକଂ ମନରେ ଏକଥା ଉଂକି ମାରିଛି। ଯାହାକୁ ସମସ୍ତେ ଖୋଜୁଛନ୍ତି ବାସ୍ତବରେ କିଏ ସେହି ବ୍ୟକ୍ତି ଯାହାର କି ଏତେବଡ ସ୍ୱାର୍ଥ ଏହିଉତ୍ସବରେ ନିହିତ ଅଛି।କେହି କେହି କହୁଛନ୍ତି ବଗୁଲିଆ ଗୁଡାକ ଲୋକକୁଂ ତାଛଲ୍ୟ କରିବାକୁ ଡାକିଛନ୍ତି।କେତେକ ପିଛିଲା ଦିନର ସ୍ୱର୍ଗତଃ ସାଂସଦ ଲୋକନାଥ ଚୌଧୁରୀକଂ ସାସଂଦପାଣ୍ଠିରୁ କଣ୍ଟାପଡା ଜମି ହଡପର ନାନା ଅପବାଦିଆ କଥାଗୁଡାକ ଉଠାଉଛନ୍ତି। ଯେତେ ନ ଶୁଣିବ ନ ଶୁଣିବ ବୋଲି ଚାହିଁଲେ ବି ନାରଦ କଣ ପିଛା ଛାଡୁଛନ୍ତି ?ବର୍ଷାଦିନ ବେଂଗରଡିଲା ଭଳିଆ କାନ ଅତଡା ପକେଇ ସାରିଲେଣି ଚାରିଆଡେ ବୁଲି ବୁଲି ଗପୁଛନ୍ତି କିଏ କହୁଛି ଅତି ତେଲମାରି ଗୋଟାଏ ବଡ ଫାଇଦା ମାରିବାକୁ ବସିଛି।ନା ପଚାରିଲେ ସମସ୍ତେ ଚୁପ ।ବହୁ ଅନୁସଂଧାନ କରି ବୁଝିଲୁ ମଂଚରେ କୁଆଡେ ଲେଖାଯାଇଛି “ମହାମହିମ ଅତିଥି ଓ ଜନସାଧାରଣ “? ତେବେ ଅସୁବିଧା ହେଲା କୋଉଠି?ଜଣେ ପୁରା ଗରମ ହେଇ କହିଲେ ହଇଓ ତମେ ପା କୁଆଡେ ଆମ ଅଂଚଳର ଗୋଟାଏ ବଡ ସାମ୍ବାଦିକ?କେତେ ବୁଢା ହେଲେ ବୁଦ୍ଧି ପାକଳ ହେବ?ଆଉ ଜଣେ ତାକୁ ଅର୍ଥ କରି ବୁଝେଇବା ଭଂଗୀରେ କହିଲା ହେ ସାମ୍ବାଦିକ ନୁହଁ ବେ ! କାଗଜ ବିକା ହକର। ନ ହେଲେ ଦେଖୁନୁ କେହିଜଣେ ଏମିତିକି ଆଜି ସଂଧ୍ୟାର ମୁଖ୍ୟ ଅତିଥି ପୂର୍ବତନ ସାଂସଦ ଓ ବିଧାୟକ,ପ୍ରଚଣ୍ଡ ଜ୍ଞାନୀ, ସୁ-ବକ୍ତା ଶ୍ରୀଯୁକ୍ତ ତ୍ରିଲୋଚନ କାନୁନ ଗୋ କେବଳ ଆମ ଅଂଚଳର ନୁହେଁ ସାରା ଓଡିଶାର ଦ୍ୱୀପ କହିଲେ ଚଳେ କେବଳ ଦ୍ୱୀପାଂଚଳ ନୁହେଁ, ସାର୍ ଭୂଲଟାକୁ ବାରି ନ ଥାନ୍ତେ ? ନା ନା ଜ୍ଞାନର ତୁଣ୍ଡି ଟା ମୁଁହରୁ ଖୋଲିଲେ କାଳେ ଅକଳି ଆ ହବ।ତା ପାଖ ଜଣକଂ କହିଲା ସାର ପା ଦି ହାତିଆ ଚିରକୁଟି କନା ଖଣ୍ଡକ ଆଉ ଗୋଟାଏ କାଗଜ ଛପା ସାର୍ଟିଫିକେଟ ନବାକୁ ଆଇସେନ୍ତି,ସିଏ କାହିଁକି ମୁହଁ ଖୋଲିବେ?ସାର୍ଟିଫିକଟ ତାଂକର କାଳେ କଟିଯିବ ?ଜଣେ ଅନ୍ଧାର ଭିତରୁ ଦାନ୍ତ ନେଫେଡି କହିଲା ଶଳା କୁତ୍ତିକୁକୁର ଭଳିଆ କେଇଟା ଟଂକାପାଇଁ ଏ ଖବରକାଗଜ ହକର ଗୁଡାକ ମହାଜ୍ଞାନୀ ସାମ୍ବାଦିକ ବୋଲେଇ ଏତେ ବଡ ଶୀତରେ କନା କାମୁଡି ପଡିଛନ୍ତି ଶଳା ସାମ୍ବାଦିକ ଥେଲା ଜଣେ ସେ ମିଶ୍ର, ଲେଖିଲେ ଲୋକ ପଢୁଥେଲେ ତାକୁ ତ ଛୋଟା ଟା ସମାଜ ଅଫିସରେ ଟଂକା ପକେଇ ହଟେଇଦେଲା ଆଉ ସାମ୍ବାଦିକ କାହାନ୍ତି ?ଆରେ ଛାଡ ସେ କଥା ଲେଖାରେ କୋଉଠି ଭୂଲ ଆଗ ସେ କଥା କିଏ କହିପାରିବ କୁହ?ହଠାତ୍ ଜଣେ ଭୂବନେଶ୍ୱରିଆ ବାବୁ କହିଲେ ଶୁଣ ମୁଁ କହୁଛି । ରାଷ୍ଟ୍ରପତି ପ୍ରଣବ ଦା’ କଂ ଦ୍ୱାରା ୨୦୧୨ ଅକ୍ଟୋବର ୯ ତାରିଖରୁ ପ୍ରୋଟକଲ ନିୟମ ପରିବର୍ତ୍ତିତ ହୋଇଛି।ଫଳରେ ରାଷ୍ଟ୍ରପତି,ରାଜ୍ୟପାଳକୁଂ ସମ୍ବୋଧନ ସୂଚକ ମହାମହିମ ଶବ୍ଦ ଆଉ ବ୍ୟବହାର ବନ୍ଦ ହୋଇଛି କେବଳ ସେତିକି ନୁହେଁ ୨୦୧୯ ରୁ ଉପରାଷ୍ଟ୍ରପତି ଭେଂକିଆ ନାଇଡୁ ଏହି ଶବ୍ଦ ପରିବର୍ତ୍ତେ ‘ଆଦରଣୀୟ ‘ବ୍ୟବହାର ହେବାକୁ ଦେଇଥିବା ପରାମର୍ଶ ବି କାର୍ଯ୍ୟକାରୀ ହୋଇଆସୁଛି।ଏମିତିକି ସଂସଦର ଉଭୟ ସଦନରେ ବି ।ତେବେ ପୋସ୍ତଳ କଣ ଭାରତ ବାହାରେ ?ଏଇ ଦେଖୁନ ମୁଖ୍ୟମନ୍ତ୍ରୀକୁଂ ଶ୍ରେଷ୍ଠ ପ୍ରଶାସକ ସଜେଇ, ବାଇଦ ବଜେଇ ପଂଜେ ଚାମଚା କେତେ ଫାଇଦା ନେଲେ ? କେହିଜଣେ କହିଲାନାହିଁ କି ଶାସକ ଟି ପ୍ରଶାସକ ହେଲା କେମିତି?ଏଗୁଡାକ ଅତି ତେଲମରା କଥା ନୁହଁ କି ?କେତେ ଫାଇଦା ନବା ଆଶାରେ ମଣିଷଏତେ ନିର୍ଲଜ ସାଜି ପାରିବ?Akbar was a great ruler . not adminstraitor. ଶାସକ ପ୍ରଶାସକ ଭିତରେ ଫରକ ଏତିକି ଶାସକ ବା ଶାସନର ନିର୍ଦ୍ଦେଶ କୁ ପ୍ରଶାସକ ବା ପ୍ରଶାସନ କାର୍ଯ୍ୟକାରୀ କରିଥାଏ। ତେଣୁ ଶାସକ ପ୍ରଶାସକ ହେବ କେମିତି ?ନବୀନ ଯଦି ଶ୍ରେଷ୍ଠପ୍ରଶାସକ,ତେବେ ଶାସକ କିଏ ?