ଦୁର୍ନିତି

କୁଆଡେଗଲା ୫କୋଟି ୫୪ଲକ୍ଷଟଂକା?କେବଳ କଟକଜିଲ୍ଲାର ୨୨୦୮ବିଦ୍ୟାଳୟକୁ ୨ବର୍ଷ ତଳେ ମିଳିଥିଲା!

Spread the love

ନାମ ସର୍ବଶିକ୍ଷା,କାମ ସର୍ବ ଖିଆ !

ଦିନକୁଦିନ ରାଜ୍ୟର ରୁଣ ଭାର ବଢିଚାଲିଛି ତା ସାଂଗକୁ ଦରଦାମ୍ ବି ଖାଉଟୀସାମଗ୍ରୀ ର ମୂଲ୍ୟବ୍ରୁଦ୍ଧି ନିମ୍ନ- ମଧ୍ୟବିତ୍ତ ପରିବାରକୁ ଖୁବ୍ ବାଧୁଛି।କିନ୍ତୁ ରାଜକୋଷ ଅର୍ଥ ଲୁଟ୍ କାହାକୁ ବାଧୁନାହିଁ।ହୁଏତ ଆମ ମାନକଂ ସଚେତନତାର ଅଭାବକୁ ଏଥିପାଇଁ ଦାୟୀ କରାଯାଇପାରେ।କାରଣ ଶିକ୍ଷାବିଭାଗର ଶିକ୍ଷିତ କର୍ମଚାରୀ ,ଶିକ୍ଷକ ଏହି ଲୁଟମାରରେ ସଂପ୍ରୁକ୍ତ ହେଲେ ଧରିବ ବା କିଏ ?ଏମିତି ଘଟଣାର ତଥ୍ୟ ଏବେ ସାମ୍ନାକୁ ଆସିଛିମିଳିଥିବା ତଥ୍ୟ ସୂଚନାନୁଯାୟୀ, ୨୦୧୭-୨୦୧୮ ବର୍ଷରେ ସରକାର ସର୍ବଶିକ୍ଷା ଅଭିଯାନରେ କେବଳ କଟକ ଜିଲ୍ଲାର ୨୨୦୮ ଟି ପ୍ରାଥମିକ ବିଦ୍ୟାଳୟକୁ କମ୍ପୋଜିଟ୍ ଗ୍ରାଣ୍ଟ ଭାବେ ପ୍ରାୟ ୫କୋଟି ୫୪ ଲକ୍ଷ ଟଂକା ଯୋଗାଇଥିଲେ।ବିଦ୍ୟାଳୟ ପିଛା ୧୨ହଜାର୫୦୦,/୨୫ହଜାର, /୫୦ହଜାର ଟଂକାର ଅନୁଦାନ ଯୋଗାଇ ଦିଆ ଯାଇଥିଲା । ନିୟମାନୁଯାୟୀ ଖର୍ଚ୍ଚ ଟଂକାର ବିନିଯୋଗ ପ୍ରମାଣପତ୍ର ଆର୍ଥିକ ବର୍ଷ ଶେଷ ସୁଦ୍ଧା ଶଦାଖଲ କରାଯିବା କଥା।ମାତ୍ର ୨୦୧୭-୧୮ ଆର୍ଥିକ ବର୍ଷ ସରି ୨୦୧୮-୧୯ ଆର୍ଥିକ ବର୍ଷ ସରିବାକୁ ଯାଉଥିବା ବେଳେ ନା ବିନିଯୋଗ ପତ୍ରଏଯାଏ ଦାଖଲ ହେଉଛି ?ନା ଦାୟୀତ୍ୱରେ ଥିବା ଶିକ୍ଷକ ମୁହଁ ଖୋଲୁଛନ୍ତି ?ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ପାଣ୍ଠି ଅନେକ ସ୍ଥାନରେ ଚଳୁ ହୋଇ ସାରିଛି।ଜାଲ୍ ଭାଉଚର ଦାଖଲ କରି କେତେକ ଶିକ୍ଷକ ଟଂକାକୁ ଆତ୍ମସାତ କରିଛନ୍ତି । ମିଛରେ ବିଭିନ୍ନ ମରାମତି ଦର୍ଶାଯାଇଛି ।ଟଂକାର ସିଂହ ଭାଗ ଶିକ୍ଷକ ,ବ୍ଲକ ଶିକ୍ଷାଧିକାରୀ,ସି.ଆର.ସି.ସି ମିଳି ଆତ୍ମସାତ କରିଛନ୍ତି।ହେଲେଏସବୁ ଦେଖି ଯାଂଚକରିବା ଅଧିକାରୀକୁଂ ବେଳକାହିଁ ?ଜଣେ ଶିକ୍ଷୟତ୍ରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ, ୨୦ହଜାର ଭିତରେ ଖର୍ଚ୍ଚ କରି ଅଡିଟ୍ ଆଦିପାଇଁ ହଜାର ଦେଇଦେବ ବୋଲି ତାଂକୁ କୁହାଯାଇଛି।କଥାଟି ଯଦି ବାସ୍ତବରେ ସତ ହୋଇଥାଏ ତେବେ କେବଳ କଟକ ଜିଲ୍ଲାର ୨୨୦୮ ଟି ପ୍ରାଥମିକ ବିଦ୍ୟାଳୟରୁ ମୋଟ୍ କେତେଟଂକାର ଚାନ୍ଦା ଆଦାୟ କରି ନିଆଯାଇଛି ଏତେ ବଡ ରାକେଟରେ କେଉଁମାନେ ଅଛନ୍ତି,କିଂଗ୍ ପିନ କିଏ? ତାହା କେବଳ ଅନୁମାନ କରିବା କଥା।ଏପରି ତୁଳାଦେଇ ପାଣି ପିଆ ଯାଇଛି ଯେ କେହି ମୁହଁଖୋଲିବାକୁ କିମ୍ବା ଭାଉଚର ଦେଖେଇବାକୁ ରାଜି ନୁହନ୍ତି ।ତେବେସୂଚନା ଅଧିକାର ବଳରେ ତଥ୍ୟ ମଗାଯିବ କହିବାରୁ କେତେକ ବିଦ୍ୟାଳୟ ଛାନିଆରେ ଦୋଷ ମାନିଯାଇଛନ୍ତି ।ତେବେଗଭୀର ଜଳର ମାଛ କେବେ ଆଲୋକକୁ ଆସିବ?ତାହାକୁ ଅପେକ୍ଷା କରାଯାଉଛି ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]