
କୁନିବୈଜ୍ଞାନିକକଂ ପ୍ରୟୋଗଶାଳା: ବିଜ୍ଞାନମେଳା,କଣ୍ଟାପଡା ବ୍ଲକ
ବୈଜ୍ଞାନିକକଂ ଆଧାର ଶିଳା,କୁନି ବିଜ୍ଞାନୀକଂ ପ୍ରୟୋଗ ଶାଳା
ଇଂରାଜୀରେଏକ proverb ଅଛି “morning shows the day” ଅର୍ଥାତ ଗୋଟିଏ ପ୍ରାତଃକାଳ ଦିବସର ପ୍ରାକ୍ ସୂଚନା ଦେଇଥାଏ।ସେହିଭଳି ଜଣେ ବିଦ୍ୟାର୍ଥୀର ବାଲ୍ୟକାଳର ବିଦ୍ୟାଧ୍ୟୟନ ଆଗାମୀ ଭବିଷ୍ୟତର ମୂଳଦୁଆ ଭାବେ ବିବେଚିତ ହୋଇଥାଏ।ଯଦିଏହାକୁ ସତ୍ୟଭାବେ ବିଶ୍ୱାସ କରାଯାଏ ତେବେ ଆଗାମୀ ଦିନର ନୂତନଉଭାବନ,ନୂଆ ନୂଆ ଗବେଷଣାର ପ୍ରବେଶଦ୍ୱାର,ଜଣେ ବଡ ବୈଜ୍ଞାନିକ ଭାବେ ଗଢାଯିବାର ଆଧାରଶୀଳା ପାଲଟିଥିବା ବିଜ୍ଞାନମେଳା ଗୁଡିକ କୁନିବୈଜ୍ଞାନିକକଂ ପ୍ରୟୋଗଶାଳା ଧରାଯିବା ଅତ୍ୟୁକ୍ତି ହେବ ନାହିଁ।ଯହିଁରେ ପିତା, ମାତା ପରିବାରର ଅନ୍ୟ ସଦସ୍ୟ ଗଣ , ଶିକ୍ଷକ ଶିକ୍ଷୟତ୍ରୀ ମାନକଂ ଅବଦାନ , ମେଳାପୂର୍ବର ପ୍ରସ୍ତୁତି ଓ ରାତ୍ରୀ ଅନିଦ୍ରା ଆଗାମୀ ଦିନପାଇଁ ସ୍ମରଣୀୟ।ବିଜ୍ଞାନପାଇଁ ଆଗ୍ରହ ସ୍ରୁଷ୍ଟି କରିବାରେ ପ୍ରତିଯୋଗୀତା ମୂଳକ ପ୍ରକଳ୍ପ ପ୍ରସ୍ତୁତି ଓ ଆୟୋଜିତ ବିଜ୍ଞାନମେଳା ଗୁଡିକର କେବଳ ଯେ ଛାତ୍ରଛାତ୍ରୀ ମାନକଂ ବିଜ୍ଞାନ ଶିକ୍ଷାକୁ ବିକଶିତ କରୁଛି ତା ନୁହେଁ ବରଂ ସାଧାରଣରେ ଏହାକୁ ଦେଖିବାକୁ ବି ଯଥେଷ୍ଟ ଆଗ୍ରହ ପରିଲକ୍ଷିତ ହେଉଛି।ଏହିକ୍ରମରେ ଚଳିତ ବର୍ଷର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା କଣ୍ଟାପଡା ବ୍ଲକଅନ୍ତର୍ଗତ ଅଡଶପୁର ସ୍ଥିତ ପ୍ରାଚୀ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ନିଆଳି ବିଧାୟକ ଡାଃ ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ
ମୁଖ୍ୟଅତିଥି କଣ୍ଟାପଡା ପଂଚାୟତ ସମିତି ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ, ସମ୍ମାନିତ ଅତିଥି ,ଅଚ୍ୟୁତାନନ୍ଦ ପ୍ରଧାନ ଓ ଅରୁଣ କୁମାର ମହାପାତ୍ର,ସହକାରୀ ମଣ୍ଡଳ ଶିକ୍ଷାଧିକାରୀ କଣ୍ଟାପଡା,ଅଜୟ କୁମାର ପାତ୍ର,ପ୍ରଧାନ ଶିକ୍ଷକ , ପ୍ରାଚୀ ନୋଡାଲ ଏକାଡେମୀ; ନିମନ୍ତ୍ରିତ ଅତିଥି ଭାବେ କଣ୍ଟାପଡା ବ୍ଲକର ସମସ୍ତ ସି.ଆର.ସି.ସି, ସମସ୍ତ ଶିକ୍ଷକ ସଂଗଠନର ସଭାପତି ଓ ସଂପାଦକ ଯୋଗ ଦେଇଥିଲେ।ଅତିଥିମାନକଂ ପରିଚୟ ପ୍ରଦାନର ପରଂମ୍ପରା ସୁଶ୍ରୀ ଶ୍ରୀମତି ଅସୀମା ମହାପାତ୍ର,ବେଣୁଧର ଲେଂକା, ସି.ଆର.ସି.ସିକଂ ଦ୍ୱାରା ସଂପନ୍ନ ହୋଇଥିଲା । ସେହିଭଳି ଦ୍ୱିତୀୟାର୍ଦ୍ଧ ଅପରାହ୍ନ,ଉଦଯାପନ ଅଧିବେଶନରେ ମୁଖ୍ୟ ଅତିଥିଭାବେ କଣ୍ଟାପଡା ତହସିଲର ଏକ୍ସକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଶୁଭ୍ରାଂଶୁ ଶେଖର ସାହୁ, ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ,ଅକ୍ଷୟ କୁମାର ଷଡଂଗୀ,ସମ୍ମାନିତଅତିଥି ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ପାଢୀ ଓ ଗୋପବନ୍ଧୁ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରସାନନ୍ଦ ଘଡାଇ ମଂଚାସୀନ ଥିବାବେଳେ ମଣ୍ଡଳ ଶିକ୍ଷାଧିକାରୀ ଦେବେନ୍ଦ୍ର କୁମାର ବାରିକ ସଭାପତିତ୍ୱ କରିଥିଲେ ଅତିଥି ପରିଚୟର ପାରମ୍ପରିକତା ରକ୍ଷା କରିଥିଲେ ସି.ଆର.ସି.ସି ହରେକ୍ରୁଷ୍ଣ ଭୋଇ।ପ୍ରମୁଖ ଭାଗ ସହଯୋଗରେ ବରିଷ୍ଠ ଶିକ୍ଷକ ତଥା ଶିକ୍ଷକନେତାଗଣ କିଶୋର ରାଉତରାୟ ,ଲକ୍ଷ୍ମୀଧର ଭୋଇ ,ପ୍ରମୋଦ କୁମାର ଭୋଇ , ରବିନାରାୟଣ ସାଥୁଆ,ମହେନ୍ଦ୍ରନାଥ ବାରିକ ,ରାସବିହାରୀ ରଣା ସି.ଆର.ସି.ସି ଅଜିତ କୁମାର ମହାପାତ୍ର,ପୁର୍ଣାନନ୍ଦ ବେହେରା, ବିଶ୍ୱନାଥ ଆଚାର୍ଯ୍ୟ, ମୋହନ କୁମାର ସେଠୀ,ମନୋଜ କୁମାର ମହାରଣା,ବୈକୁଣ୍ଠ ନାଥ ମହାନ୍ତି , ହରେକ୍ରୁଷ୍ଣ ଭୋଇ,ରବୀନ୍ଦ୍ର ନାଥ ରାଉତରାୟ ,ଅରବିନ୍ଦ ପଟନାୟକ ପ୍ରମୁଖ ଥିଲେ।ଧନ୍ୟବାଦ ଅର୍ପଣ କରିଥିଲେ ସି.ଆର.ସି.ସି ପୂର୍ଣାନନ୍ଦ ବେହେରା।
ମୋଟ୍ ୯୨ଟି ପ୍ରକଳ୍ପ ମେଳାରେ ପ୍ରଦର୍ଶିତ ହୋଇଥିଲା ।ସିନିୟର ବିଭାଗରେ ଦିପ୍ତୀରଂଜନ ଦାସ ପ୍ରଥମ ଗୋପବନ୍ଧୁ ନୋଡାଲଉଚ୍ଚ ବିଦ୍ୟାଳୟ ,ସୁଶ୍ରୀ ମହାନ୍ତି (୨ୟ) ସୁନ୍ଦରଗ୍ରାମ ବାଳିକାଉଚ୍ଚ ବିଦ୍ୟାଳୟ ,ଅନ୍ନପୂର୍ଣା ଦାସ(୩ୟ) ପ୍ରାଚୀଏକାଡେମୀ ,ଅଡଶପୁରକଂ ପ୍ରକଳ୍ପ ନିର୍ବାଚିତ ହୋଇଥିବା ବେଳେ ଜୁନିଅର ବିଭାଗରେ – ଗାୟତ୍ରୀ ମହାପାତ୍ର(୧ ମ) ରାଧାମୋହନ ଉଚ୍ଚପ୍ରାଥମିକ ବିଦ୍ୟାଳୟ,ଆଦିତ୍ୟ ପ୍ରୁଷ୍ଟି (୨ୟ) ସୁନ୍ଦରଗ୍ରାମ ନୋଡାଲ ଉଚ୍ଚ ବିଦ୍ୟାଳୟ,ଆଶୁତୋଷ ସାହୁ(୩ୟ) କେ. ଏନ୍.ନୋଡାଲ ଉଚ୍ଚ ବିଦ୍ୟାଳୟ ନିର୍ବାଚିତ ହୋଇଥିଲେ।ବ୍ଲକସ୍ତରୀୟ ଚୟନ ହୋଇଥିବା ଛାତ୍ର ଛାତ୍ରୀମାନେ ଆସନ୍ତା ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଭାଗନେବେ ।
