
କେନ୍ଦ୍ରାପଡା:ପରକୀୟା ପ୍ରିତୀରୁ ଯୌତୁକ ନିର୍ଯ୍ୟାତନା,ଟାଂଗୀ ପୁଲିସ ଜବତକଲା ଯୌତୁକ ସାମଗ୍ରୀ
ବାହାଘରର ୮ବର୍ଷ ପରେ ଦେଢ ବର୍ଷରଏକ କନ୍ୟାସନ୍ତାନର ଜନକ ହୋଇ ମଧ୍ୟ ଗୋଲାପି ମିଜାଜ ତୁଟି ନ ଥିବାରୁ ପରକୀୟା ପ୍ରିତୀରେ ଉବୁଟୁବୁ ଜଣେ ବିବାହିତ ପୁରୁଷ ଯୌତୁକ ନିର୍ଯ୍ୟାତନାରେ ଫସି ଯାଇଛନ୍ତି।ଫଳରେ ସୁନାସଂସାର ଚୁନାହୋଇଛି ଓ ନିଜ ପତ୍ନୀକଂ ଲିଖିତ ଅଭିଯୋଗ କ୍ରମେ ଟାଂଗୀ ପୁଲିସ ନିର୍ଯ୍ୟାତନା ମାମଲା ରୁଜୁକରି କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଛାଂଚୁଣିଆ ଗାଁ ରୁ ଯୌତୁକ ସାମଗ୍ରୀ ଜବତକରି କନ୍ୟାଘର ଜିମା ଦେଇଛି। ମିଳିଥିବା ସୂଚନାନୁଯାୟୀ ,ଟାଂଗୀ ଥାନା ଭଗତପୁ୍ର ଅଂଚଳର ଜନୈକ କନ୍ୟାକୁଂ ପରିବାର ଲୋକେ କେନ୍ଦ୍ରାପଡା ସଦର ଥାନା ଛାଂଚୁଣିଆ ଗାଁର ପ୍ରତାପ କୁମାର ଚୁଳିକଂ ସହିତ ବୈଦିକ ରିତୀରେ ବିବାହ ଦେଇଥିଲେ।ବିବାହ ପରେ ଏବେ ତାଂକର ଦେଢ ବର୍ଷରଏକ ଶିଶୁ କନ୍ୟା ଅଛି ମାତ୍ର ପ୍ରତାପ ପରକୀୟା ପ୍ରିତୀରେ ପଡି ନିଜପତ୍ନୀକୁଂ ଶାରିରୀକ,ମାନସିକ ନିର୍ଯ୍ୟାତନା ସହିତ ଅଧିକ ଯୌତୁକ ଦାବୀ କରିଥିଲେ।ଫଳରେ ତାଂକ ପତ୍ନୀ ଝିଅକୁ ଧରି ବାପଘରକୁ ଚାଲିଯାଇଥିଲେ ଓ ସେଠାରେ ଟାଂଗୀ ଥାନାରେ ସ୍ୱାମୀ,ଶାଶୁ,ଶ୍ୱଶୁରକଂ ନାମରେଲିଖିତ ଅଭିଯୋଗ କରିଥିଲେ।୧୫ଦିନ ତଳେ ରୁଜୁ ଏହି ମାମଲାରେ ଶାଶୁ ଓ ଶ୍ୱଶୁର ୪୧ A ସି.ଆର.ପି.ସି ରେ ଥାନାରୁ ଜାମିନରେ ମୁକୁଳିଥିବା ବେଳେ ପ୍ରତାପ ଫେରାର ରହିଛନ୍ତି ଟାଂଗୀ ପୁଲିସ କେନ୍ଦ୍ରାପଡା ପୁଲିସ ସହାୟତାରେ ଆଜି ପ୍ରତାପକଂ ଘରୁ ଯୌତୁକ ସାମଗ୍ରୀ ମଧ୍ୟରୁ କେବଳ ୬୦ଗ୍ରାମ ସୁନାକୁ ଛାଡି ଅନ୍ୟାନ୍ୟ ସାମଗ୍ରୀ ଜବତକରିଛନ୍ତି ତାହା କନ୍ୟାଘର ଜିମା ଦିଆ ଯାଇଛି।ଅଭିଯୋଗର ସ୍ୱଳ୍ପ ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାରେ ସଫଳ ହୋଇଥିବାରୁ ଟାଂଗୀ ପୁଲିସ ପ୍ରତି ସାଧାରଣରେ ଭରସା ବ୍ରୁଦ୍ଧିପାଇଛି ।
