
କେମିତି ହେଉଛି ପାଟକୁରା ବିକାଶ? ବିନାଶ କାଳେ ବିପରିତ ବୁଦ୍ଧି !
ପାଟକୁରା/ଗରଦପୁର ୨୧।୮ (ବ୍ୟୁରୋ) ବିକାଶର ଚିତ୍ର ଯଦି କେହି ଦେଖିବାକୁ ଚାହୁଁଥାନ୍ତି ତେବେ ବେଶୀଦୂର ମାଲକାନାଗିରି କି କୋରାପୁଟ ଯିବାକୁ ପଡିବନାହିଁ। କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଓ ଗରଦପୁର ବ୍ଲକରେ ପହଂଚିଲେ ଚଳିବ। କରିଲୋପାଟଣା କଲେଜର ପୂର୍ବତନ ଅଧ୍ୟକ୍ଷ ବସନ୍ତ ତ୍ରିପାଠୀ ମହୋଦୟକଂ ସୂଚନାନୁଯାୟୀ, ଚଁ ପୁର ହାଟକୁ ଯିବାବେଳେ ମଇଁନ୍ଦିପୁର ଗଡା ଠାରୁ ଗୋବିନ୍ଦପୁର ଗଡା ପର୍ଯ୍ୟନ୍ତ ପ୍ରାୟ ୮୦୦ ମିଟର ନଦୀବନ୍ଧ ରେ ମୋରମ ବିଛା ହେଉନି ଛିଂଚା ହେଉଛି । ଆଉ କିଛି କୁଆଡେ ବନ୍ଧ ଧାରରେ ଏଠି ସେଠି ବଡ ଗୁଲୁଗୁଲା ପରି ପଡିଛି। ଗରଦପୁର ବ୍ଲକ ଅଫିସ,କୋରୁଆ ଫାଣ୍ଡି, ପାଟକୁରାଥାନା, ରେଜିଷ୍ଟ୍ରାର ଅଫିସ, କେତେକ ହାଟବଜାର ସମେତ ଅନେକ କଲେଜ, ହାଇସ୍କୁଲ,ସ୍କୁୁଲକୁ ସଂଯୋଗ କରୁଥିବା ଏ ଛୋଟିଆ ବନ୍ଧ ରାସ୍ତା ଟି ୧୦ବର୍ଷ ଭିତରେ ସବୁଦିନିଆ ରାସ୍ତାଟିଏ ରେ ପରିଣତ ହୋଇପାରିଲାନି ବୋଲି ସାରକଂର କ୍ଷୋଭ । ହେଲେ ତତୋଧିକ ଦୁଃଖ ସାରକଂ ପାଖେ ପାଠପଢି ବଡମଣିଷ ହେବାକୁ ସ୍ୱପ୍ନ ଦେଖିଥିବା ଏଇ ସବୁ ପୁରୁଣା ପିଲାକଂର ଯେ, “ସାର ଏସବୁ କଥାଉଠେଇ କୁଆଡେ ସେମାନକଂ ସ୍ୱପ୍ନ ସବୁ ଭାଂଗି ଦେଉଛନ୍ତି”। ଆମ ମତରେ ସ୍ୱପ୍ନ ନୁହେଁ ବରଂ ଦିବା ନିଦ୍ରାକୁ ସାର ଉଡେଇ ନେଉଛନ୍ତି । ତା ଛଡା ୨୦ବର୍ଷ ଶାସନରେ ସରକାର କେବଳ ବିଜୟ ମହାପାତ୍ରକଂ ପିଛାପଡିପଡି ବେଳଗଲା। ଆଉ ବିକାଶ ନା ଛତୁପୋଡା ହେବ କଣ, କେତେବେଳେ ? ତେଣୁ ପାଟକୁରା ବିକାଶ ନୁହେଁ ବରଂ ବିନାଶ ଆଡକୁ ଧାଉଁଛି ବୋଲି ଥୋକେ କଂ ଧାରଣା ଏବେ ବଳବତ୍ତର ହେବାରେ ଲାଗିଛି ।