କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”
କୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”
କଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)ବିଜେଡି ସରକାରଙ୍କ ସମୟରୁ କୋଟି କୋଟି ଟଙ୍କାର ନଦୀବାଲି ମାଫିଆ ମାନେ ଲୁଟି ନେଉଥିଲେ।ରାଜ୍ୟରେ ବିଜେପିର ନୂଆ ଶାସନ ପରେ ଆଜି ପ୍ରଥମଥର ଲାଗି ବିଜେପି ଏକ ପ୍ରେସମିଟ ଜରିଆରେ ଏହାର ପ୍ରତିବାଦ କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ,ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ଜଣେ ଟାଣୁଆ ନେତା,ସ୍ୱଚ୍ଛ ପରିମଳ ପଞ୍ଚାୟତ ନିମନ୍ତେ ପୂର୍ବତନ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ (ପୋସ୍ତଳ ପଞ୍ଚାୟତ)ସରପଞ୍ଚ,ବର୍ତ୍ତମାନର ନବନିଯୁକ୍ତ କଣ୍ଟାପଡ଼ା ବ୍ଲକ ଆତ୍ମା ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀ ପୋସ୍ତଳ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଜେଡି ସରକାର ସମୟରୁ,ଗୁଣ୍ଡାଗର୍ଦ୍ଦୀ କରି କେତେକ ବାଲି ମାଫିଆ ମୂଲ୍ୟବାନ ନଦୀବାଲି ସମ୍ପଦକୁ ଲୁଟି ନେବା ସହିତ ରାଜ୍ୟ ରାଜକୋଷକୁ ଲୁଟି ନେଉଥିଲେ,ରାଜ୍ୟରେ ବିଜେପିର ନୂତନ ସରକାର ଗଠନ ପରେ ଆଉ ସେପରି ଲୁଟକୁ ପ୍ରଶୟ ଦିଆଯିବ ନାହିଁ,ଶହଶହ ଏକରର ନଦୀବାଲିକୁ ମାଫିଆ ମାନେ ଚଳିତ ଥର ଲୁଟିବା ଯୋଜନା ଏବେ ଆରମ୍ଭ କରୁଛନ୍ତି।ପୂର୍ବଭଳି ମେସିନଦ୍ଵାରା ଏପରି କରାଯିବା ଏବେ ଆରମ୍ଭ ହେଉଛି।ପୂର୍ବରୁ ଥିବା ଗୋବିନ୍ଦପୁର ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି।ଆଶା କରାଯାଉଛି କି ସମଗ୍ର ପ୍ରଶାସନ ଏହା ରୋକିବାରେ ସଫଳ ହେବ।ସରକାରୀ କଳକୁ ସଂପୂର୍ଣ୍ଣ ସକ୍ରିୟ କରାଯିବ। ସୂଚନା ଯୋଗ୍ୟ ଯେ ପୂର୍ବରୁ ବାଲି ମାଫିଆଙ୍କ ଯୋଗୁ ରାସ୍ତା,ଘାଟ,ବନ୍ଧ,ବାଡ ସବୁ ଧ୍ବସ୍ତ, ବିଧ୍ୱସ୍ତ ହୋଇ ଜନ ସାଧାରଣ ବ୍ୟାପକ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇ ଆସୁଥିଲା।
ବାଲି ମାଫିଆ ଓ ନଦୀବାଲି ଦୁର୍ନୀତିର ବିରାଟ ବରଗଛରୁ ମାତ୍ର ଦୁଇଟି ଛୋଟ ବର ଓହଳ :ଏହି ଦୁଇପୃଷ୍ଠା କାଗଜ ହେଉଛି (ସେହି ତିର୍ଥପଡ଼ା ନଦୀବାଲି ଘାଟର) ମୂଲ୍ୟବାନ ତଥ୍ୟର କିଛି ଅଂଶ ମାତ୍ର,ଯହିଁରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ମେସିନ୍ ନୁହେଁ ମଣିଷ ଦ୍ଵାରା ବାଲି ଉତ୍ତୋଳନ ହେବ,ସେହି ସଂଖ୍ୟା ହେଉଛି ୨୮ଜଣ ମାତ୍ର,କିନ୍ତୁ ପ୍ରଶାସନ ଓ ଥାନା ଜାଣତରେ ମେସିନ୍ ଦ୍ଵାରା ଲୁଟ ହେଉଛି ବାଲି,କୋଟି ଟଙ୍କା ରାଜକୋଷରୁ ଲୁଟି ନେଲେଣି ବାଲି ମାଫିଆ!!!
ଏହା ହେଉଛି ସେହିକାଗଜ ଯାହା ସୁ-ନିର୍ଦ୍ଦିଷ୍ଟ କରୁଛି ଯେ ବଡଖରମଙ୍ଗା କନ୍ଦଳ ନଦୀବାଲି ଘାଟ ଯହିଁରେ ମେସିନ୍ ନୁହେଁ,ମଣିଷଦ୍ଵାରା ବାଲି ଉତ୍ତୋଳନ ହେବ,ହେଲେ ବିଜେଡି ସରକାର ଅମଳରୁ ଖଣିବିଭାଗ ଅଧିନକୁ ଲଘୁଖଣିଜକୁ ନିଆ ଯାଇ କିପରି କୋଟିକୋଟି ଟଙ୍କାର ରାଜସ୍ବ ଲୁଟା ଯାଉଥିଲା,ମୋଟାଅଙ୍କର ବଟି ଆଦାୟ ଲାଗି ଆଇନ୍ ଓ କ୍ଷମତାର ଏହା କେନ୍ଦ୍ରୀୟକରଣ ପଲିସି ନୁହେଁ ତ ଆଉ କଣ!!??