କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖାରେ ଲିଖିତ ଅଭିଯୋଗ:କଣ୍ଟାପଡା ବ୍ଲକ ମାଗଣାଘର ଜାଲିଆତି ପ୍ରସଂଗ
ମାଗଣା ଆବାସ ପାଇବା ଆଶା ଏବେ କଣ୍ଟାପଡା ବ୍ଲକ ରେ ମହଂଗା ସାବ୍ୟସ୍ତ ହେବାକୁ ଯାଉଛି।ପ୍ରଶାସନ ଦ୍ୱାରା ପ୍ରସ୍ତୁତ ତାଲିକାରେ ଏତେ ତଂଚକତା କରାଯାଇଛି ଯେ ପ୍ରଶାସନ ମୁହଁରେ ଉତ୍ତର ଦେବାକୁ ଭାଷା ନାହିଁ। ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଶହଶହ ସଂଖ୍ୟାରେ ଉଦ୍ଦେଶ୍ୟ ମୁଳକ ଭାବେ ପ୍ରସ୍ତୁତ ତାଲିକାରେ ହାରାହାରି ୯୦% ପରିବାର ପୂର୍ବରୁ ଘରପାଇଥିବା, କୋଠାଘର ଥିବା ଲୋକକଂର ସେଇଏକା ପ୍ଲଟଉପରେ ଘରଥିବା , ୨୦୧୧ ମସିହା ସାମାଜିକ ଅର୍ଥନୈତିକ ସର୍ଭେରେ ଗୋଟିଏ ପରିବାର ସରକାରୀ ଭାବେ କାଗଜାତ ପ୍ରମାଣ ପ୍ରଶାସନ ନିକଟରେ ମହଜୁଦ ଥିବା ସତ୍ତ୍ୱେ୨୦୧୬ ରାସନ ପ୍ରସ୍ତୁତି ବେଳେ ଗୋଟିଏ ପରିବାରକୁ ଏକାଧିକ ପରିବାର ଦର୍ଶାଯାଇଥିବା କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକକୁଂ ଗତକାଲି ଲିଖିତ ଅଭିଯୋଗ ହୋଇଛି ।ସବୁଠୁ ବଡକଥା ଯେ ,ଅଭିଯୁକ୍ତ ଭାବେ କଟକ ଜିଲ୍ଲାପାଳ,କଣ୍ଟାପଡାବ୍ଲକ ବିଡିଓକୁଂ ଦର୍ଶାଯାଇଛି।କାରଣ ସେମାନକଂ ସ୍ୱାକ୍ଷରରେ ହିତାଧିକାରୀକଂ ତାଲିକାର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସମସ୍ତ କାଗଜପତ୍ର ପ୍ରମାଣ ସେଇମାନକଂ କାର୍ଯ୍ୟାଳୟରେ ଉପଲବ୍ଧ ରହିଛି ।ଏହା ସତ୍ତ୍ୱେ ଏପରି ସୁଯୋଗ ସେମାନେ କିପରି ଦେଲେ ?ତାହା ହିଁ ପରମ ବିସ୍ମୟର କାରଣ ପାଲଟିଛି ।ଅଧିକାଂଶ ହିତାଧିକାରୀ ସ୍ୱାମୀ- ସ୍ତ୍ରୀ,ବାପ-ପୁଅ ,ଶ୍ୱଶୁର- ଜ୍ୱାଇଁ ଓ ସେଇ ଏକା ପ୍ଲଟ ଉପରେ ଘର ।୫୦ରୁ ଉର୍ଦ୍ଧ୍ୱ ହିତାଧିକାରୀକଂ ସ୍ୱାକ୍ଷରରେ ପ୍ରଦତ୍ତ ଅଭିଯୋଗ ପତ୍ରଉପରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଲେ କ୍ରାଇମବ୍ରାଂଚ ବିରୁଦ୍ଧରେ ଓଡିଶା ହାଇକୋର୍ଟରେ ରିଟ୍ ଆବେଦନ ଦାୟର କରାଯିବ ବୋଲି ଏହି ଅଭିଯୋଗ କାରୀମାନେ ଆଜି ସୂଚନା ଦେଇଛନ୍ତି । ତେବେ ପ୍ରଶାସନର ମତାମତ ଜାଣିବାକୁ କଣ୍ଟାପଡା ବ୍ଲକ ବିଡିଓ କେ. ଅଶୋକ କୁମାରକୁଂ ଯୋଗାଯୋଗ କରାଯାଇଥିଲା ମାତ୍ର ସେ ମୋବାଇଲ ଉଠାଇନଥିଲେ ।