ଖବର ସଂଗ୍ରହ ବେଳେ ସାମ୍ବାଦିକା ମଧୁମିତା ସାହୁକୁଂ ନିଆଳିବ୍ଲକ କାର୍ଯ୍ୟାଳୟ ଭିତରେ ବିଜେଡି ଗୁଣ୍ଡାକଂ ମରଣାନ୍ତକ ଆକ୍ରମଣ
ନିଆଳି ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଆଜିଅପରାହ୍ନ ପ୍ରାୟ ୧.୩୦ ବେଳେ ଜଣେକାର୍ଯ୍ୟରତା ମହିଳା ସାମ୍ବାଦିକାକୁଂ ବିଜେଡି ର କର୍ମିମାନେ ମରଣାନ୍ତକଆକ୍ରମଣ କରିଥିବା ନିଅାଳି ଥାନାରେ ଲିଖିତ ଅଭିଯୋଗ ହୋଇଛି ।ଫଳରେ ଓଡିଶାରେ ଆଉଜଣେ ସାମ୍ବାଦିକକୁଂ ଶାସକ ବିଜେଡି ଦଳ କର୍ମି ମାନେ ଅସମ୍ମାନିତ କରିଥିବାର କଳା ଅଧ୍ୟାୟଟିଏ ଯୋଡି ହୋଇଯାଇଛି। ଆମ ନି ଆଳି ପ୍ରତିନିଧିକଂ ସୂଚନାନୁଯାୟୀ, ଅଲଣା ପଂଚାୟତର ନାରାୟଣ ସାହୁ ନାମକ ଜଣେ ବିଜେଡି କର୍ମି ନିଆଳି ବ୍ଲକକୁ କିଛିକାର୍ଯ୍ୟପାଇଁ ଆଜି ଆସିଥିଲେ।ସେ ବ୍ଲକଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନକଂ ସହିତ କାର୍ଯ୍ୟାଳୟ କକ୍ଷରେ କିଛି କଥା ହେଉଥିବା ବେଳେ,ହଠାତ୍ ତାଂକୁ ବିଜେଡି ଦଳର ୨ଜଣ ମୁଖ୍ୟ ଅଭିଯୁକ୍ତ ହଠାତ୍ ପ୍ରବଳ ମାଡ ମାରିବା ଆରମ୍ଭ କରିଥିଲେ।ଏହି ଘଟଣାକୁ ପ୍ରତିବାଦ କରିବା ସହିତ ଖବର ସଂଗ୍ରହ ନିମନ୍ତେ ବ୍ଲକକୁ ଯାଇଥିବା ଦୈନିକ ପ୍ରଗତିବାଦୀର ନିଆଳି ପ୍ରତିନିଧି ମଧୁମିତା ସାହୁ ଫଟୋ ଉଠାଇଥିଲେ। ଫଳରେ ଅଭିଯୁକ୍ତମାନେ ଏହାର ପ୍ରତିବାଦ କରି ତାଂକୁ ମଧ୍ୟ ପ୍ରବଳ ମାଡମାରିବାକୁ ପଛେଇ ନ ଥିଲେ ।ଏହି ଘଟଣାରେ ଦୁଇଟିଲିଖିତ ଅଭିଯୋଗ ନିଆଳି ଥାନାରେ ହୋଇଛି। ଗୋଟିଏ ଅଭିଯୋଗ ନାରାୟଣ ସାହୁକଂ ପକ୍ଷରୁ ଦାୟର ହୋଇଥିବା ବେଳେ ଅନ୍ୟଟି ମହିଳା ସାମ୍ବାଦିକା ମଧୁମିତା ସାହୁକଂ ପକ୍ଷରୁ ହୋଇଛି। ପୁଲିସ ଦୁଇ ଅଭିଯୁକ୍ତକୁଂ ଖୋଜିବା ଆରମ୍ଭ କରିଥିଲେ ହେଁ ସେମାନେ ଫେରାର ରହିଛନ୍ତି ।ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ଧବଳେଶ୍ୱର ଡ୍ୟୁଟି ରେ ଯାଇଥିବାରୁ ଅଧିକ ତ ଥ୍ୟ ହସ୍ତଗତ ହୋଇପାରିନାହିଁ। ଘଟଣାର କାରଣ ସଂପର୍କରେ ସ୍ଥାନୀୟ ଲୋକକଂ ସୂଚନାରୁ ଜଣାପଡିଛି ଯେ ,ପୁରୁଣା ଓ ନୂଆ ଏପରି ଦୁଇଟି ଗୋଷ୍ଠୀରେ ନିଆଳି ବିଜେଡିର କର୍ମି ବିଭାଜିତ ହୋଇଛନ୍ତି ।ଫଳରେ ସରକାର ରୁ ଆସୁଥିବା ସୁବିଧାସୁଯୋଗକୁ ଭାଗବାଣ୍ଟି ନେବାକୁ ସେମାନକଂ ଭିତରେ ଛକାପଂଜା ଲାଗି ରହିଛି।ଗୋଟିଏ ଗୋଷ୍ଠୀ ହାତେଇନେଉଥିବା ସୁବିଧାକୁ ଅନ୍ୟଗୋଷ୍ଠୀ କାଟିଦେଉଥିବା ଅଭିଯୋଗ ହେଉଛି । ଉପାଧ୍ୟକ୍ଷ ସରୋଜ ପ୍ରଧାନ ଆଗରୁ କଂଗ୍ରେସ ଦଳରେ ଥିଲେ ସେଏବେ ବିଜେଡି କୁ ଆସିଛନ୍ତି। ନାରାୟଣ ସାହୁ ଉପାଧ୍ୟକ୍ଷକୁଂ ଧରିଏପରି ଭତ୍ତା ଆଦି କାଟିଦେଉଥିବା ସଂଦେହ ଅପର ଗୋଷ୍ଠୀ ପକ୍ଷରୁ ହୋଇଥିଲା । ତେଣୁତାଂକୁ ଆକ୍ରମଣ ନିମନ୍ତେ ସେମାନେ ଛକିଥିବା ,ଦୁଇଦିନ ଧରି ଖୋଜି ପାଇ ନ ଥିବା ସ୍ଥଳେ ଆଜି ବ୍ଲକ ଆସିଥିବା ଦେଖି ଅପରଗୋଷ୍ଠୀର କେହି ଜଣେ ମୋବାଇଲରେ ଖବର ଦେଇଦେଇଥିଲା। ତେଣୁ ପ୍ରାୟ ୬ଜଣ ତାଂକୁଆକ୍ରମଣ କରିବାକୁ ସେଠାରେ ପହଂଚି ଏହିକାଣ୍ଡ ଭିଆଇଥିଲେ।
