ଅଂଚଳ ଖବର ଜିଲ୍ଲାଖବର ରାଜ୍ୟଖବର

ଗଣମାଧ୍ୟମ ଖବରଦାତାଙ୍କୁ ଆକ୍ରମଣ ଘଟଣା:ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ରୁଜୁ ହେଲା ମାମଲା,ହେଲେ ଗିରଫ କେବେ???

Spread the love

ପୁଲିସର କାର୍ଯ୍ୟ ସନ୍ଦେହ ଘେରରେ!!

କଟକ ଗ୍ରାମାଞ୍ଚଳ,୦୭।୦୩(ନି.ପ୍ର) ଗୋବିନ୍ଦପୁର ଥାନା ଅନ୍ତର୍ଗତ ସାଇଲୋ ଝାରପଡା ହାଇସ୍କୁଲ ପରିସରରେ ଥିବା ୪୦/୫୦ ବର୍ଷ ର ଏକ ଜୀବନ୍ତ ପୁରୁଣା ଲିମ୍ବଗଛକୁ ରାଜ୍ୟ ଜଙ୍ଗଲ ପରିବେଶ ବିଭାଗ ବିନା ମଞ୍ଜୁରୀରେ ଓ କଟକ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ବିନାନୁମତିରେ କାଟିଦିଆ ଯାଇଥିବାର ଅଭିଯୋଗ କ୍ରମେ କଣ୍ଟାପଡା ବ୍ଲକ ନିମନ୍ତେ ନିଯୁକ୍ତ ଖବରଦାତା ଭଗବାନ ଭୋଇ କଟା ଲିମ୍ବଗଛର ଫଟୋସହ ଏକ ଖବର ପରିବେଷଣ କରିଥିଲେ। ଏଥିରେ ଉତ୍ତକ୍ଷିପ୍ତ ହୋଇ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ମନୋରଞ୍ଜନ ଦାଶ ବିଦ୍ୟାଳୟ ପରିସରରେ ଗତ ସୋମବାର ମଧ୍ୟାହ୍ନରେ, ସର୍ବ ସମକ୍ଷରେ ଉକ୍ତ ପ୍ରତିନିଧିଙ୍କ ଗଳଚିପି ମାରିଦେବା ଉଦ୍ୟମ ଓ ଜାତି ଉଦ୍ଦେଶ୍ୟରେ ଆକ୍ଷେପ କରିଥିବା ବେଳେ ଉପସ୍ଥିତ ପ୍ରତ୍ୟେକ୍ଷ ଦର୍ଶୀ ମାନଙ୍କ ହସ୍ତକ୍ଷେପ ଯୋଗୁ ଅଳ୍ପକେ ବଞ୍ଚି ଯାଇଥିଲେ।ଡାକ୍ତରୀ ମାଇନା ପରେ ଏକ ଲିଖିତ ଅଭିଯୋଗ ଗୋବିନ୍ଦପୁର ଥାନାରେ ସେହିଦିନ ଦାଖଲ ହୋଇଥିଲା।ପୁଲିସ ଥାନା କେଶ ନମ୍ବର ୦୨୩/୨୧ ଭାରତୀୟ ଦଣ୍ଡବିଧି ଆଇନ ଦଫା ୨୯୪/୫୦୬ ସମେତ ଆଦିବାସୀ ହରିଜନ ନିର୍ଯ୍ୟାତନା ଆଇନ ଦଫା ୩ କ୍ରମେ ମାମଲା ରୁଜୁ କରିଛି ।ଘଟଣାର ତଦନ୍ତଭାର ସଦର ଉପଖଣ୍ଡ ପୁଲିସ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଉପରେ ନ୍ୟସ୍ତ ଅଛି।ମାତ୍ର ଅଭିଯୁକ୍ତ ଶିକ୍ଷକଙ୍କୁ ଜାମିନ ଦିଆଇବାକୁ ପୁଲିସ ଏଭଳି ସମ୍ବେଦନଶୀଳ ଅପରାଧିକ ମାମଲାରେ ଦଣ୍ଡବିଧି ଆଇନର ଦଫା ୩୦୭ ବାଦ ଦେଇଥିବା ଦଳିତ ମହାସଂଘର ଜଣେ ନେତା ଓ ଆଇନଜୀବୀ ଅଭିଯୋଗ ଉଠାଇଛନ୍ତି।ଫଳରେ ଏହା ବିରୁଦ୍ଧରେ ଆନ୍ଦୋଳନ ହେବା ସମେତ ଗ୍ରାମାଞ୍ଚଳ ପୁଲିସ ଅଧ୍ୟକ୍ଷ,ଓ ରାଜ୍ୟ ପୁଲିସ ମୁଖ୍ୟ,ରାଜ୍ୟ ଗୃହ ସଚିବ,ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ସେ ସତର୍କ କରାଇଛନ୍ତି।ଅନୁସନ୍ଧାନରୁ ଜଣାପଡିଛି କି ବିଦ୍ୟାଳୟକୁ ପ୍ରତ୍ୟେହ ନିଜର ଭିନ୍ନ ଭିନ୍ନ ୪ ଚକିଆ ଯାନରେ ବସି ଆସୁଥିବା ଏହି ଶିକ୍ଷକ ଜଣଙ୍କ ବିଦ୍ୟାଳୟ ପରିସରରେ ଯାନଗୁଡିକୁ ରଖିଥାନ୍ତି।ଘଟଣା ଦିନ ଉକ୍ତ ଯାନଟିର ଫଟୋ ସମ୍ପୃକ୍ତ ପ୍ରତିନିଧି ଉଠାଇବା ପରେ ତାଙ୍କ ଉପରେ ଏପରି ବର୍ବର ଆକ୍ରମଣ ହୋଇଥିଲା।ସରକାରଙ୍କ ନିୟମ ଅନୁଯାୟୀ,କୌଣସି ସରକାରୀ କର୍ମଚାରୀ ସ୍ଥାବର,ଅସ୍ଥାବର ସମ୍ପତ୍ତି ଆହରଣ କରିଥିଲେ ସରକାରଙ୍କ ପ୍ରାକ ଅନୁମତି ନେବା କଥା।ଗାଡିର ବୀମା,ଚାଳକ ଲାଇସେନ୍ସ ବି ଜରୁରୀ ଲୋଡ଼ା।ତେବେ ଏ ସବୁ ଥିଲାକି ନାହିଁ, ଘଟଣା ଦିନ ଗାଡି କିଏ ଚଳାଉଥିଲେ?ଇତ୍ୟାଦି ନାନା ପ୍ରଶ୍ନ ଏବେ ମୁଣ୍ଡ ଟେକିଛି।ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ପୂର୍ବରୁ ବହୁ ଆପତ୍ତି ଜନକ କାର୍ଯ୍ୟ କଳାପ ଯୋଗୁ ବିଦ୍ୟାଳୟର ଶୈକ୍ଷିକ ପରିବେଶ କଳୁଷିତ ହେଉ ଥିବାର ଅଭିଯୋଗମାନ ହୋଇ ଆସୁଛି।ଏସବୁ ଏବେ ସାରା ଅଂଚଳରେ ଚର୍ଚ୍ଚା ଜୋର ଧରିଛି,ଯାହାର ତଦନ୍ତ ନିହାତି ଆବଶ୍ୟକ ବୋଲି ସାଧରଣରୁ ମତ ପ୍ରକାଶ ପାଇଛି। ଖବରଦାତା ଭଗବାନ ଭୋଇଙ୍କ ପରି ଜଣେ ଉଚ୍ଚ ଶିକ୍ଷିତ,ସରଳ ଅମାୟୀକ ଯୁବକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ବିଭିନ୍ନ ମହଲରୁ ଘୋର ନିନ୍ଦା ପ୍ରକାଶ ପାଇଛି।ପୁଲିସ ତଦନ୍ତରେ ପ୍ରତ୍ୟେକ୍ଷଦର୍ଶୀ ମାନଙ୍କୁ ବାଦ ଦେଇ ଘଟଣା ବେଳେ ଅନୁପସ୍ଥିତଙ୍କ ସାକ୍ଷୀ ନେଇଥିବା ଅଭିଯୋଗ ହେଉଥିବା ବେଳେ ପୁଲିସ ନିଜେ ନିଜର ତଦନ୍ତକୁ ବାଟବଣା କରୁଥିବା ରହସ୍ୟଜନକ ହୋଇଛି।

ଅନ୍ୟ ଏକ ଘଟଣାରେ ବି ଗୋବିନ୍ଦପୁର ପୁଲିସର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି।ଗତ ପ୍ରାୟ ସପ୍ତାହକ ତଳେ କଣ୍ଟାପଡା ତହସିଲ ଅନ୍ତର୍ଗତ ଝାରପଡା – ବଡଖରମଙ୍ଗା ରାସ୍ତା ପାର୍ଶ୍ଵ ସରକାରୀ ଗୋଚର ଜମି ଉପରେ ଥିବା ପ୍ରାୟ ୩ ଲକ୍ଷରୁ ଅଧିକ ମୂଲ୍ୟର, ଚାଳିଶ ବର୍ଷରୁ ଉର୍ଦ୍ଧ୍ବ ୨ଗୋଟି ବିରାଟକାୟ ଚାକୁଣ୍ଡା ଗଛକୁ ସରକାରୀ ଛୁଟିଦିନ ଦେଖି ମାଫିଆ ମାନେ କାଟିନେଲେ।ଗଛ କଟା ବେଳର ଓ ଟ୍ରାକ୍ଟରରେ ଲଦା ହେଉଥିବାର ଫଟୋସହ ଖବର ପ୍ରସାରିତ ହୋଇଥିଲା। ଉକ୍ତ ଖବର ଭିତ୍ତିରେ ଝାରପଡା ରାଜସ୍ବ ନିରୀକ୍ଷକ ବିଶ୍ୱନାଥ ପ୍ରଧାନ ତଦନ୍ତକରି ସତ୍ୟତା ଥିବା ଜାଣିବାକୁ ପାଇଲେ ଓ ତହସିଲଦାରଙ୍କୁ ଗଛ ବିକ୍ରେତା ଙ୍କ ନାମସହ ଲିଖିତ ଜଣାଇଲେ।ତହସିଲଦାରଙ୍କ ସ୍ବାକ୍ଷରରେ ଉକ୍ତ ଅଭିଯୋଗ ଗୋବିନ୍ଦପୁର ଥାନାରେ ପହଂଚିବା ପରେ ପୁଲିସ ନାମକୁ ମାତ୍ର ତଦନ୍ତ କରୁଛି ,ଜବତ କାଠ ମଜୁରାଇ ଗ୍ରାମର ଜନୈକ କାଠ ବେପାରୀଙ୍କ ଦାଣ୍ଡରେ ରଖାଯାଇଥିବା ବେଳେ ଏହାକୁ ଏଯାଏ ଜବତ କରାଯାଇନାହିଁ, ପୁଲିସ ଅନ୍ଧାରରେ ବାଡ଼ିବୁଲାଇ କାଠ ଚୋର ଓ ଚୋରି କାଠକୁ ଖୋଜୁଛି।

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]