
ଗଣମାଧ୍ୟମ ଖବରଦାତା ଙ୍କୁ ମରଣାନ୍ତକ ଆକ୍ରମଣ!!

ଗଣମାଧ୍ୟମ ଉପରେ ଆକ୍ରମଣର କଳା ଅଧ୍ୟାୟ
କଟକ,୦୪।୦୩ (ବ୍ୟୁରୋ) ଖବର ସଂଗ୍ରହରେ ନିୟୋଜିତ ଜଣେ ପ୍ରତିନିଧିଙ୍କ ଉପରେ ଆଜି ସର୍ବ ସମକ୍ଷରେ ମରଣାନ୍ତକ ଆକ୍ରମଣ ଆଉ ଏକ କଳା ଅଧ୍ୟାୟର ପୃଷ୍ଠା ମଣ୍ଡନ କରିଛି।
ଖବର ଅନୁଯାୟୀ,କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧିନସ୍ଥ କଣ୍ଟାପଡ଼ା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ ସାଇଲୋ ଝାରପଡ଼ା ହାଇସ୍କୁଲ ଏକ ସରକାରୀ ଶିକ୍ଷାନୁଷ୍ଠାନ ଅଟେ।ଉକ୍ତ ବିଦ୍ୟାଳୟ ପରିସରରେ ଏକ ୪୦/୫୦ ବର୍ଷର ପୁରୁଣା ଲିମ୍ବଗଛ ରହିଥିଲା।ବିଦ୍ୟାଳୟରେ ଏବେ କେବଳ ୯ମ,ଦଶମ ଶ୍ରେଣୀ ରହିଛି,ଛାତ୍ର,ଛାତ୍ରୀ ସଂଖ୍ୟା ମୋଟ ୮୭ ଥିବାବେଳେ ପ୍ରାୟ ୬ ଟି ଶ୍ରେଣୀ କକ୍ଷ ଓ ଦୁଇଟି କାର୍ଯ୍ୟାଳୟ କକ୍ଷ ରହିଛି।ଏସବୁ କୋଠାଘର ଅଟେ।ଏତତ୍ ଭିନ୍ନ ମରାମତି ଅପେକ୍ଷାରେ କିଛି ଗୃହ ବି ରହିଛି।ସରକାର ଗୃହ ମରାମତି ନିମନ୍ତେ ନିକଟରେ ପ୍ରାୟ ୩ ଲକ୍ଷ ଭଳି ଅର୍ଥ ରାଶି ମଞ୍ଜୁର କରିଛନ୍ତି।ଉକ୍ତ ଅନୁଦାନରେ ମରାମତି କରିବା ବଦଳରେ ଆବଶ୍ୟକତା ନ ଥାଇ,ଏକ ନୂତନ କକ୍ଷର ନିର୍ମାଣ ନିମନ୍ତେ ବ୍ୟାପକ ସ୍ଥାନ ଖାଲି ଥାଇ,ବିନା ଜଙ୍ଗଲ ବିଭାଗ ଅନୁମତିରେ ଓ ବିନା ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁମୋଦନରେ ଜୀବିତ ଲିମ୍ବ ଗଛଟିକୁ ମାଫିଆଙ୍କ ଦ୍ଵାରା କାଟି ଦିଆ ଯାଇଥିବାରୁ ସ୍ଥାନୀୟ ଲୋକେ ଅଭି ଯୋଗ କରିଥିଲେ।ଉକ୍ତ ଅଭିଯୋଗ ଭିତ୍ତିରେ ଗତକାଲି ସତ୍ୟାନୁସ ନ୍ଧାନରେ ଫଟୋ ପ୍ରମାଣ ସହ ଖବର ପ୍ରକାଶିତ ହୋଇଥିଲା।ମାତ୍ର ପ୍ରଧାନ ଶିକ୍ଷକ ଅନୁପସ୍ଥିତ ଥିବାରୁ ଆଜି ପ୍ରତିନିଧି ଭଗବାନ ଭୋଇ ପ୍ରଧାନ ଶିକ୍ଷକଙ୍କ ବକ୍ତବ୍ୟ ଜାଣିବାକୁ ବିଦ୍ୟାଳୟରେ ଦିନ ପ୍ରାୟ ୧୧.୩୦ ବେଳେ ପହଞ୍ଚି ଥିଲେ।ସେ ଫଟୋ ଉଠାଇବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷକ ମନୋରଞ୍ଜନ ଦାଶ ହଠାତ ମାଡ଼ ମାରିବା ସହ ତାଙ୍କ ଗଳା ଚିପିଧରି ମାରିଦେବା ଉଦ୍ୟମ କରିଥିଲେ।ଏହାଦେଖି ପାଖରେ ଥିବା ସହକର୍ମୀ ଛଡ଼ାଇବାକୁ ଉଦ୍ୟମ କରି ଥିଲେ।ଭଗବାନ ଭୋଇ ଜଣେ ଦଳିତ ବ୍ୟକ୍ତି ହୋଇଥିବାରୁ ତାଙ୍କ ଜାତି ଉଦ୍ଦେଶ୍ୟରେ ଆକ୍ଷେପ ବି ହୋଇଥିବା ଅଭିଯୋଗରେ ରହିଛି। ଗୋବିନ୍ଦପୁର ଥାନାରେ ଅଭିଯୁକ୍ତ ଶିକ୍ଷକ ମନୋରଞ୍ଜନ ଦାଶଙ୍କ ନାମରେ ଲିଖିତ ଅଭିଯୋଗ ହୋଇଛି।