
ଗୋଦାମ ଗୃହ-ଶ୍ରେଣୀକକ୍ଷ ସର୍ପ ଆକ୍ରାନ୍ତ ଛାତ୍ର ୧୦୮ଆମ୍ବୁଲାନ୍ସରେ ଗଲା ମେଡ଼ିକାଲ!
କଟକ ଗ୍ରାମାଞ୍ଚଳ (ନି.ପ୍ର,)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ କମାରସାହି ଗ୍ରାମରେ ଥିବା ଗୋପୀନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ସୁନିଲ ପ୍ରଧାନ ନାମ କ ଜଣେ ଛାତ୍ର ଶ୍ରେଣୀ କକ୍ଷରେ ଏକ ବିଷାକ୍ତ ସର୍ପ ଦ୍ଵାରା ଆକ୍ରାନ୍ତ ହୋଇ ୧୦୮ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ ସ୍ଥାନାନ୍ତର ହୋଇଥିବା ଜଣା ପଡ଼ିଛି।ବିବରଣୀ ଅନୁଯାୟୀ ବିଦ୍ୟାଳୟ କକ୍ଷରେ ରଖାଯାଇ ଥିବା ଆଜବେଷ୍ଟସ,ସିମେଣ୍ଟ ଆଦି ନାନା ସାମଗ୍ରୀ ଯୋଗୁ ପରିବେଶ ଆବ ର୍ଜନାମୟ ଗୋଦାମ ସଦୃଶ ହୋଇଛି।ବୁଧବାର ଏହି ସ୍ଥାନରେ ଲୁଚି ରହିଥିବା ବେଳେ ଏକ ବିଷା କ୍ତ ସର୍ପ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ବାରସାଇ ଲୋ ଗ୍ରାମର ଟୁଲୁ ପ୍ରଧାନଙ୍କ ପୁଅ ସୁନିଲର ହାତ ଉପରେ ପଡ଼ି ଯାଇଥିଲା।ଫଳରେ ସର୍ପର ନାଳ ତାହାର ହାତ ସାରା ଲାଗି ଫୁଲି ଯାଇଥିଲା।୧୦୮ଆମ୍ବୁଲାନ୍ସକୁ ଖବର ଦିଆ ଯାଇଥିଲା ଓ ଆକ୍ରାନ୍ତ ଛାତ୍ରକୁ ମେଡ଼ିକାଲ ସ୍ଥାନାନ୍ତର କରା ଯାଇଥିଲା।ଘଟଣାକୁ ଚାପି ଦେବାକୁ ହୋଇଥିବା ହୀନ ଉଦ୍ୟମ ଶେଷରେ ବିଫଳ ହୋଇଛି,ଫଳ ରେ କଥା ପଦାକୁ ଆସିଛି। ଏ ପର୍ଯ୍ୟନ୍ତ ଶିକ୍ଷା ବିଭାଗର କୌଣସି ଉଚ୍ଚ ଅଧି କାରୀ ଘଟଣାସ୍ଥଳ ପରିଦର୍ଶନ କରି ନାହାନ୍ତି।
