
ଚାଷୀଙ୍କ ତଣ୍ଟି କାଟୁଥିଲେ! ଧରାପଡ଼ି କେଶ ଖାଇଲେ; ଧାନ ଜବତ
କଟକ ସଦର,୨/୦୩ ଦିନ ଦି ପହରେ ଚାଷୀଙ୍କ ତଣ୍ଟିରେ ଛୁରୀ ଚଳାଉ ଥିଲେ,ଧରାପଡ଼ି କେଶ ଖାଇଲେ,ଧାନ ଜବତ ହେଲା।ଘଟଣାଟି କଟକ ସଦର ବ୍ଲକ ଅନ୍ତର୍ଗତ ଶଙ୍ଖତ୍ରାସ ଠାରେ ଘଟିଛି।ପ୍ରାପ୍ତ ସୂଚନା ଅନୁଯାୟୀ,ସରକାରୀ ଧାନ ମଣ୍ଡି ଜରିଆରେ ଚାଷୀ ମାନଙ୍କ ଠାରୁ ସୀମିତ ସମୟ ନିମନ୍ତେ ସରକାର ଧାର୍ଯ୍ୟ ଦରରେ ଧାନ ସଂଗ୍ରହ କରିଥାନ୍ତି।ମାତ୍ର ମଣ୍ଡି ପରିଚାଳକ,ସମବାୟ ସମିତି ଓ ଦଲାଲଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁ ଚାଷୀ ଶୋଷଣର ଶିକାର ହେଉଥିବା,ଦଲାଲ ଉପକୃତ ହେଉଥିବା,ଚାଷୀ ବଦଳରେ ବେପାରୀ ଧାନକୁ ମଣ୍ଡିରେ ସଂଗ୍ରହ କରି ଧାର୍ଯ୍ୟ ସଂଗ୍ରହ ଲକ୍ଷ୍ୟ ପୁରଣ କରାଯାଉଥିବା ରାଜ୍ୟ ଯୋଗାଣ ବିଭାଗ ନିକଟରେ ବିଭିନ୍ନ ସୂତ୍ରରୁ ଅଭିଯୋଗ ମାନ ପହଞ୍ଚିଥିଲା। ତାଙ୍କ ନିର୍ଦ୍ଦେଶ କ୍ରମେ ,କଟକ ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କଟକ ସଦର ବ୍ଲକ ଅନ୍ତର୍ଗତ ଶଙ୍ଖତ୍ରାସ ଠାରେ ଥିବା ଏକ ନବ ନିର୍ମିତ ଗୋଦାମ ଗୃହରେ ଅଭିରାମ ସାହୁ ନାମକ ଜନୈକ ବ୍ୟକ୍ତି ବିପୁଳ ପରିମାଣ (୧୬୭ ପ୍ୟାକେଟ )ଧାନ ଗଚ୍ଛିତ ଥିବାର ସନ୍ଧାନ ମିଳିଥିଲା।ବହୁ ସମୟ ଅପେକ୍ଷା ପରେ ଶ୍ରୀ ସାହୁ ପହଞ୍ଚି ଥିଲେ,ମାତ୍ର ଯୋଗାଣ ଅଧିକାରୀ ମାନଙ୍କ ଦାବି ଅନୁଯାୟୀ କୌଣସି କାଗଜପତ୍ର ଦର୍ଶାଇ ପାରି ନ ଥିଲେ,ଓ ତାହା ଚାଷୀଙ୍କ ଠାରୁ ସରକାରୀ ଧାର୍ଯ୍ୟ ଦର ୧୯୦୦ ବଦଳରେ ୧୩୪୦ରେ କିଣି ଥିବା କହିଥିଲେ।ଧାନକୁ ଓଜନ କରାଯିବାରେ ତାହାର ପରି ମାଣ ୧୦୪.୨୦ କ୍ଵିଣ୍ଟାଲ ହୋଇଥିଲା।ଉକ୍ତ ଧାନକୁ କଣ୍ଟା ପଡ଼ା ବ୍ଲକ ଅନ୍ତର୍ଗତ ପୁଷ୍ପା ରାଇସ ମିଲକୁ ଜିମାନାମାରେ ଦିଆଯାଇଛି।ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ୧୯୫୫ ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।ଚଢାଉରେ ମୂଖ୍ୟଜିଲ୍ଲା ଯୋଗାଣ ଅଧିକାରୀ ତୁଷାର କାନ୍ତ ଦେ,ଜିଲ୍ଲା।ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର,ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଡଃ ଜ୍ଞାନେନ୍ଦ୍ରିୟ ମିଶ୍ର, ସହକାରୀ ଯୋଗାଣ ଅଧିକାରୀ ଶ୍ରୀମତୀ ରାଜଲକ୍ଷ୍ମୀ ପାତ୍ର, କେଦାର ନାଥ ପ୍ରଧାନୀ କଟକ ସଦର ଯୋଗାଣ ନିରୀକ୍ଷକ ପ୍ରମୁଖ ଭାଗ ନେଇଥିଲେ।