
ଚୋର ସପକ୍ଷରେ ନିଆଳି ବିଧାୟକ ଏତଲାକାରୀଙ୍କୁ ଚାପ ଦେଇ ଲୋକହସା ହେଲେ!
କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା,୧୫/୦୨ ଚୋର ସପକ୍ଷରେ ଏତଲା କାରୀଂକୁ ଏତଲା ପ୍ରତ୍ୟାହାର କରିବାକୁ ଚାପ ଦେଇ ନିଆଳି ବିଧାୟକ ଆଜି ପୁଣି ଥରେ ହଟହଟା ହୋଇଛନ୍ତି!ମାତ୍ର ଫଳ ଶୁନ ପ୍ରମାଣିତ ହୋଇଛି।ମିଳିଥିବା ତଥ୍ୟସୂଚନା ଆଧା ରରେ ଜଣା ପଡ଼ିଛି ଯେ ଓଲଟପୁର ଥାନାକୁ ଲାଗି ଥିବା ଫୁଲନଖରା-ନିଆଳି ୬୦ନମ୍ବର ରାଜ୍ୟ- ରାଜପଥ ଉପରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ର ସେକ୍ସନ କାର୍ଯ୍ୟାଳୟ ଓ ଡାକବଙ୍ଗଳା ଭିତରୁ ଏକ ବହୁମୂଲ୍ୟ ଚାକୁଣ୍ଡା ଗଛକୁ କେହି ଦୁର୍ବୃତ୍ତ କାଟିଥିବା ନେଇ ୪ଦିନ ହେଲା ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ଲାଗି ରହିଥିଲା।ଲୋକେ ବିଭାଗୀୟ ଅଧିକାରୀଙ୍କ ସମେତ କିଛି ଗଣମାଧ୍ୟମକୁ ଏହା ଜଣାଇ ଥିଲେ।ଫଳରେ ବିଭାଗୀୟ ଏସ ଡି ଓ, ସହକାରୀ ଯନ୍ତ୍ରୀଙ୍କ ଉପରେ ଚାପ ବଢିଥିଲା।ଗଣ ମାଧ୍ୟମର ପ୍ରଶ୍ନରେ ଘାଇଲା ଅଧିକାରୀ ମାନେ ଥାନାରେ ଏହି ଗଛ ଲୁଟି ବାବଦରେ ଲିଖିତ ଅଭି ଯୋଗ ବଦଳରେ ନାନା ଟାଳଟୁଳ ନୀତି ଧରି ଚାପିବାକୁ ଉଦ୍ୟମ କରିଥିଲେ।କେତେକ ଗଣ ମାଧ୍ୟମର ସ୍ଥାନୀୟ ପ୍ରତିନିଧି ବଟି ନେଇ ଖବର ଛପାଇ ନଥିଲେ।ତେବେ ପାଟସୁନ୍ଦରପୁର ଗ୍ରାମ ପଞ୍ଚାୟତର ଜଣେ ସମାଜସେବୀ ଗଣେଶ ଚନ୍ଦ୍ର ମଲ୍ଲିକ ଆଜି ଓଲଟପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଉକ୍ତ ଅଭିଯୋଗରେ ବିଭାଗୀୟ ଏସଡିଓ,ସହକାରୀ ଯନ୍ତ୍ରୀ,ଡାକବଙ୍ଗ ଳାର ଜଣେ କର୍ମଚାରୀଙ୍କ ସମେତ ଜଣେ ଠିକା ଦାରଙ୍କ ନାମ ଉଲ୍ଲେଖ ରହିଥିବା ବେଳେ ପୁଲିସ ସେମାନଙ୍କୁ ଥାନାକୁ ଡ଼କାଇ ପଚରା ଉଚୁରା କରି ଥିଲା।ଅପରାହ୍ନରେ ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ଏତଲାକାରି ଗଣେଶ ଚନ୍ଦ୍ର ମଲ୍ଲି କଙ୍କୁ ମୋବାଇଲ ଫୋନରେ କଲ୍ କରିଥିଲେ, ବିଧାୟକଙ୍କ ଫୋନ ଦେଖି ଚା ଦୋକାନ ଲୋକ ଗହଳିରେ ଥିବା ଗଣେଶ ଫୋନ ଉଠାଇ ଥିଲେ, ବିଧାୟକ କହିଲେ”ଆରେ ଗଣେଶ ତୁ କଣ ଏତ ଲାରେ ସମାଜସେବୀ ବୋଲି ଲେଖିଛୁ?ତୋ ଘର ତ ପାଟସୁନ୍ଦରପୁର,କଣ୍ଟାପଡ଼ା ଡାକବଙ୍ଗଳା ଭି ତରୁ ଗଛ କିଏ କାଟିଲା ତୁ କାହିଁକି ଏତଲା କଲୁ?ସେ ଥାନା ଆଇ ଆଇ ସି କୁ ଏତଲା ଉଠାଇ ନେ ବାକୁ କହି ଦେ “।ବିଧାୟକଙ୍କ ଏପରି ଚୋରକୁ ସଲାମ ଠୁଙ୍କିବା ଦେଖି ଲୋକେ ହସିଥିଲେ।ନି ୟମ ଅନୁ ଯାୟୀ ସରକାରୀ କାର୍ଯ୍ୟାଳୟ ଭିତରୁ କିଛି ଚୋ ରୀ ହେଲେ ତାହା ସଂପୃକ୍ତ ଥାନାରେ ଲିଖିତ ଅ ଭିଯୋଗ କରିବାକୁ ଅଧିକାରୀ/କର୍ମଚା ରୀ ଏକ ପ୍ରକାର ବାଧ୍ୟ।ଯାହାର ପୁଲିସ ତଦନ୍ତ କ ରିବା ବିଧି।ଅଥଚ ଅଧିକାରୀ ମାନେ ଏହି ସର୍ବନି ମ୍ନ ଦାୟି ତ୍ଵ ନିର୍ବାହରେ ଅସମର୍ଥ,ଅପାରଗ କିମ୍ୱା କୌଣସି କାରଣରୁ ସକ୍ଷମ ନ ହେବାରୁ ପବ୍ଲିକଙ୍କ ପକ୍ଷରୁ ଏତଲା ହେବା ସି ଆର ପି ସି ଧାରା ୧୫୪ (୧) ଅନୁଯାୟୀ ବିଧିନିୟମ ରହିଛି, ଅଥଚ ଏମ ବି ବି ଏସ ପାଠ ପଢି ଡାକ୍ତର ହୋଇଥିବା ବିଧାୟକ ସି ଆର ପିସି ର ଧାରା କାହୁଁ ବୁଝି ପାରନ୍ତେ।ଅନ୍ୟ ପକ୍ଷରେ ଚତୁଃପାର୍ଶ୍ଵ ଉଚ୍ଚପ୍ରାଚୀର,ଲୁହା ଫାଟକ ଥାଇ ଏତେ ବଡ ଗଛକୁ କିଏ?କିପରି?କାଟିବା ରେ ସକ୍ଷମ ହେଲା,ଯାହା ଦୀର୍ଘ ଘଣ୍ଟାର ଓ ଏକା ଧିକ ଲୋକଙ୍କ ବିନା ସହଯୋଗରେ କଦାପି ସମ୍ଭ ବ ନୁହେଁ,ଅଥଚ ବିଧାୟକ ମହାଶୟ ସରକାରୀ ସମ୍ପତ୍ତିର ସୁରକ୍ଷା ବଦଳରେ ଚୋରଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଏତଲା ପ୍ରତ୍ୟାହାର କରିବାକୁ ଚାପ ପ କାଇବା କେତେଦୂର ଯୁକ୍ତିଯୁକ୍ତ ତାହା ହିଁ ବିଚାର୍ଯ୍ୟ ।ଅନ୍ୟପକ୍ଷରେ ଅଭିଯୋଗ ହୋଇଛି ଯେ ଡାକ ବଙ୍ଗଳାରେ ସରକାରୀ ଭାବେ ନିଯୁକ୍ତି ପାଇଥିବା ଜନୈକ କର୍ମଚାରୀଙ୍କ ବଦଳରେ ତାଙ୍କ ପୁଅ ସେ ଠାରେ ଡ୍ୟୁଟି କରୁଛି,ଏହା କୁଆଡେ ବିଭାଗୀୟ ଅଧିକାରୀଙ୍କ ଜାଣତରେ ଚାଲିଛି!!ଘଟଣା ସମ୍ପର୍କ ରେ ଆମେ ଏହି ଏସ ଡି ଓ ଙ୍କୁ ପଚାରିଥିଲୁ ସେ ଏହି ଗଛ ଲୁଟ ବିଷୟରେ ପଦକ୍ଷେପ ବଦଳରେ କଟା ଯାଇଥିବା ଗଛ ନିଲାମ କରାଯିବ ବୋଲି ସଫେଇ ଦେଇଥିଲେ।ଏବେ ଜଙ୍ଗଲ ବିଭାଗ ଅଥ ବା ଅନ୍ୟ କୌଣସି ଅଧିକାରୀଙ୍କ ଠାରୁ ପଛୁଆ ତା ରିଖ ପକାଇ ଗଛ କାଟିବାର ଅନୁମତି ନେବାକୁ ଉ ଦ୍ୟମ ଜାରୀ ରହିଥିବା ସୂଚନା ମିଳିଛି।