ଜଣେ ବିଜୁଳି ଗ୍ରାହକକଂ ଘରକୁ ୩ଟି ସର୍ଭିସ ତାର ରେ ସଂଯୋଗ !
କଣ୍ଟାପଡା/ଅଡଶପୁର ୧୯।୮(ନି.ପ୍ର) ଅଡଶପୁର ସ୍ଥିତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଚୀର ପଛପଟେ ସରକାରୀ ଜାଗାରେ ଗଢିଉଠିଥିବା ଏକ ଘରକୁ ଗୋଟିଏ ବିଦ୍ୟୁତ ଖୁଣ୍ଟରୁ ୩ ଟି ସର୍ଭିସ ତାରରେ ସଂଯୋଗ ଦିଆ ଯାଇଥିବା କୌତୁହଳ ସ୍ରୁଷ୍ଟି କରିଛି । ଗୋଟିଏ ପରିବାର ଅଥଚ ତିନିଟି ସଂଯୋଗ କଣ ପାଇଁ ବୋଲି ପଚାରିବାରେ କେତେକ କହିଥିଲେ ଗୋଟିକରେ ଏ.ସି ଚଳାଯାଉଛି , ଅନ୍ୟଟିରେ ଆଖୁବିଲ ପାଇଁ ପାଣିମୋଟର, ତ୍ରୁତୀୟଟିରେ କେବଳ ବଲ୍ବ ଜଳାଯାଏ, ବିଭାଗ କେବଳ ବଲ୍ କୁ ସଂଯୋଗର ପଇସା ନିଏ ,ଅନ୍ୟସବୁ ଚୋରା। ବିଭାଗୀୟ କର୍ମଚାରୀ ହିଁ ଏ ସବୁ ସଂଯୋଗ ନିଜେ ଆସି ଦେଇଛନ୍ତି, ନଚେତ ମାଡଖାଇବେ। ପୂର୍ବରୁ ଜଣେ ଜେ.ଇ ବାକିଆ ବିଲ୍ ମାଗିବାକୁଆସି ମରଣାନ୍ତକ ଆକ୍ରମଣର ଶୀକାର ହୋଇଥିଲେ। ସତ୍ୟ ଅନୁସଂଧାନ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।