ଜିଲ୍ଲାଖବର

ଟୋଲଗେଟ ଘଳିଆ : ଦୈନିକ ଲକ୍ଷ ଲକ୍ଷ ଟଂକାର ରାଜସ୍ୱହାନୀ !

Spread the love

ଭିଜିଲାନ୍ସ ,କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା , ଜାତୀୟ ରାଜପଥ କର୍ତ୍ତ୍ରୁପକ୍ଷ ନୀରବ କାହିଁକି ?

କଟକ(ସ୍ୱ.ପ୍ର)/ଟାଂଗୀଚୌଦ୍ୱାର (ନି.ପ୍ର)- କଥାରେ ଅଛି ବାପ ପୁଅ ରାତି ଅନିଦ୍ରା, ମୁଗୁରା ପଛ ମେଲା ।ସେମିତି ଘଟଣାର ନଜିର ଦେଖିବାକୁ ମିଳିଛି ରାଜସ୍ୱ ଆଦାୟର ପ୍ରମୁଖ ଭୂମିକା ନିଭାଉଥିବା ଟୋଲଗେଟ ଫି । ହେଲେ ଘଳିଆ ବନ୍ଦ କରିବାକୁ ପଦକ୍ଷେପ ନ ନେଇ ରାଜ୍ୟ ଭିଜିଲାନ୍ସ ବିଭାଗ,କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା,ସର୍ବୋପରି ଜାତୀୟ ରାଜପଥ କର୍ତ୍ତ୍ରୁପକ୍ଷକଂ ଦୀର୍ଘନୀରବତା ଏମାନକଂ ଭୂମିକା ପ୍ରତି ଅଂଗୁଳି ନିର୍ଦ୍ଦେଶ କରୁଛି । ଆମ ପ୍ରତିନିଧିକଂ ସୂଚନାନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ମଂଗୁଳି ଠାରେ ଟୋଲଗେଟ ରହିଛି। ଟିକସ ଫାଂକିବାକୁ ଟୋଲଗେଟ ଠାରୁ ଟାଂଗୀ ମଧ୍ୟରେ ଡାହାଣପଟ ରାସ୍ତାରେ ପ୍ରତିଦିନ ଶହଶହ ଭାରୀଯାନ ,ବାଇକ ଓ ଚାରିଚକିଆ ମଂଗୁଳି ଛକ ଠାରୁ ଭୂଲ ରାସ୍ତାରେ ଯାଉଥିବାରୁ ମଂଗୁଳି ଟୋଲ ଗେଟ ଠାରୁ ଟାଂଗୀ ମଧ୍ୟରେ, ହରିଅନ୍ତା ଛକ ନିକଟରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ଟାଂଗୀଥାନା, ଏନ.ଏଚ.ଏ.ଆଇ କର୍ତ୍ରୁପକ୍ଷ ପଦକ୍ଷେପ ନେବାକୁ ଯେତେଦାବୀ ହେଲେ ବି ଫଳ ଶୂନ ସାବ୍ୟସ୍ତ ହେଉଛି ।ପ୍ରାୟ ୧୦ଦିନ ତଳେ ହରିଅନ୍ତା ଛକ ନିକଟରେ ନିଜ ଘରସାମ୍ନାରେ ଜୟରାମ ଜେନା

ନାମକ ଜଣେ ଯୁବକକୁଂ ଗୋଟିଏ ସ୍କର୍ପିଓ ଗାଡି ପଛପଟୁ ଧକ୍କା ଦେଇଥିଲା।ସେ ଆହତ ହୋଇଏବେ ଚିକିତ୍ସାଧୀନ ଅଛନ୍ତି । ମଂଗୁଳିଛକ ଠାରୁ ଟୋଲ ଗେଟର ଡାହାଣପଟରେ ଥିବା ବିଅର ଗୋଦାମକୁ ଆସୁଥିବା ଭାରୀଯାନ ଟୋଲ ଗେଟର ୧୦୦ମିଟର ପୂର୍ବରୁ (ଟାଂଗୀପଟୁ )ପ୍ରବେଶ କରୁଛନ୍ତି,ପୁନଃ ଟୋଲଗେଟ ପରେ ହରିଅନ୍ତା ୨୦୦ମିଟର ପରେ ରାସ୍ତାପାର ହୋଇଯାଉଛନ୍ତି । ସେହିଭଳି ଚୌଦ୍ୱାର ପଟୁ ଭାରୀଯାନ ଟୋଲ ଫି ଫାଂକିବାକୁ ଓଭର ବ୍ରିଜ ପଟେ ଆସି ଓ ବିଅର ଗୋଦାମ ପଟେ ଆସି ହରିଅନ୍ତା ପୂର୍ବରୁ ଓଲଟା ପଟେ ଯାଇ ହରିଅନ୍ତା ଛକ ନିକଟରେ ରାସ୍ତାପାର ହୋଇ ଟାଂଗୀ ଆଡକୁ ଯାଉଛନ୍ତି। ସାଧାରଣ ଲୋକକଂ ଆଖିକୁ ଏହା ଦେଖା ଯାଉଛି, ଅଥଚ ତଦନ୍ତକାରୀ ସଂସ୍ଥାଗୁଡିକୁ ଏ ସବୁ ଦେଖା ଯାଉନି ।କଥାରେ କୁହନ୍ତି ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ?

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

ନିଆଳି ବିଧାନସଭାଆସନ: ବିଜେପି ପ୍ରାର୍ଥୀଙ୍କର ଅଞ୍ଚଳ ସମସ୍ୟାକୁ ବାଦ୍ ଦେଇ ଜାତୀୟ ଇସୁରେ ମିଶନ ପୂରଣ ହେବ କେମିତି?କମୁଛି ନିଜ ଘରର ସମର୍ଥନ?(ଭାଗ-୩)

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ପୂର୍ବରୁ ଥିବା କଟକ ଜିଲ୍ଲା ଗୋବିନ୍ଦପୁର ବିଧାନସଭା […]