breaking News ଅଂଚଳ ଖବର ଜିଲ୍ଲାଖବର

ଡିନାମାଇଟ ମାଡ଼ରେ ଦୁଲୁକୁଛି ଘରଦ୍ୱାର,ଅଧିକାରୀ ଦେଖା ନାହାନ୍ତି!

Spread the love

କଟକ/ଜଗତସିଂହପୁର,୨୧/୪,(ଜିଲ୍ଲା ପ୍ରତିତିଧି)କଟକ ଓ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଦେଵୀ ଓ କନ୍ଦଳ ନଦୀ ଅବ ବାହିକା ଅଣ୍ଡେଇ ସାହିରୁ ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍ ସାଇବିରି ବମ୍ବିଲୋ ମଧ୍ୟରେ ନଦୀ ଶଯ୍ୟାରେ ଗତ ସପ୍ତାହେ କାଳ ହେଲା ଚାଲିଛି ବୋରିଂ।ବୋରିଙ୍ଗ କାମ ମଝିରେ ମଝିରେ ଡିନାମାଇଟ ଲଗାଇ ଶ୍ରମିକ ମାନେ ସଂଖ୍ୟାଧିକ ବିସ୍ଫୋରଣ କରୁଛନ୍ତି।ଏହି ବିସ୍ଫୋରଣ ଯୋଗୁଁ ସଂପୃକ୍ତ ଅଞ୍ଚଳର ମଠ,ମନ୍ଦିର,ସ୍କୁଲ ଗୃହ,ଓ ବେସରକାରୀ ଲୋକ ମାନଙ୍କ କୋଠା ତଥା ଢ଼ଳେଇ ଘରେ ଫାଟ ସୃଷ୍ଟି ହେବା ସହିତ ଘରଗୁଡିକ ଭୂକମ୍ପ ପରି ଦୋହଲୁ ଥିବା ଅଭିଯୋଗ ଉଠିଛି।ଏକେତ ଏହିସବୁ ଅଞ୍ଚଳ ଭୂକମ୍ପ ପ୍ରବଣ ସିସମିକ ଯୋନ ୨ ରେ ଆସୁଥିବା ସାଟେଲାଇଟ ଚିତ୍ରରୁ ପୂର୍ବରୁ ପ୍ରକାଶିତ।ଏଥି ଯୋଗୁ ଲୋକେ ଭୟ ଆତଙ୍କରେ ଅଛନ୍ତି ଏହା ସହିତ ଏହି ବିସ୍ଫୋରଣ ଘଟଣା,ସେମାନଙ୍କ ଛାନିଆକୁ ଆହୁରି ବହୁ ଗୁଣିତ କରି ଦେଇଛି।ସ୍ଥାନୀୟ ଅଂଚଳର ଏକ ସ୍କୁଲଗୃହ କାନ୍ଥ ଫାଟିଥିବା,୨ଲକ୍ଷ ଟଙ୍କା କ୍ଷତିପୂରଣ ଗ୍ରାମବାସୀ ଦାବି କରିବାରୁ ସେମାନଙ୍କୁ ୫୦ ହଜାର ଟଙ୍କା ଦିଆଯାଇ ଏକ ଆପୋଷ ସମାଧାନ କରାଯାଇଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ତଥ୍ୟ ମିଳିଛି।ତେବେ କିଏ କରୁଛି ଏହି ବିସ୍ଫୋରଣ?କିଏ ଦେଉଛି ଏହି କ୍ଷତିପୂରଣର ଟଙ୍କା??ଖବର ନେବାରେ ଶ୍ରମିକମାନେ ବିଶେଷ କିଛି ତଥ୍ୟ ଦେଇ ନ ପାରିଥିଲେ ହେଁ,ସେମାନେ କହୁଥିବା କଥା କେନ୍ଦ୍ର ତୈଳ ମନ୍ତ୍ରଣାଳୟ ଦ୍ଵାରା ତୈଳ ଅନୁସନ୍ଧାନକୁ ଇଙ୍ଗିତ କରୁଛି।ତେବେ ବିଭାଗୀୟ କୌଣସି ଯନ୍ତ୍ରୀ କିମ୍ବା ଅଧିକାରୀ ଉପସ୍ଥିତ ନ ଥାଇ ଡିନାମାଇଟ ବିସ୍ଫୋରଣକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ କେହିଜଣେ ସୁପରଭାଇଜର ଘଟଣା ସ୍ଥଳରେ ଖୁବ୍ କମ୍ ସମୟ ଲାଗି ଦେଖା ଦେଇଥିଲେ ହେଁ ଗ୍ରାମବାସୀ ତାଙ୍କ ସହ ଦେଖା କି ଆଲୋଚନା ସୁଯୋଗ ପାଇ ନାହାଁନ୍ତି।ଗ୍ରାମବାସୀ କହିଛନ୍ତି କି ସାଟେଲାଇଟ ଚିତ୍ରକୁ ଭିତ୍ତି କରି ଏହି ଖନନ କରାଯାଉଥିବା ବେଳେ ଆଜିକୁ କୁଆଡେ ୩୫ ବର୍ଷ ତଳେ ଉକ୍ତ ସ୍ଥାନରେ ଅନୁରୂପ କାର୍ଯ୍ୟ କରାଯାଇ ତାହା ପରେ ବନ୍ଦ ରହିଥିଲା।ଯଦି କଥାଟି ସତ୍ୟ ଓ ତୈଳର ସନ୍ଧାନ ମିଳିଛି ବୋଲି ନିଷ୍କର୍ଷ ହୋଇଥାଏ ତେବେ ନିୟମାନୁଯାୟୀ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ରାଶି ମିଳିବାର ବନ୍ଦୋବସ୍ତ କରାଯିବା କଥା।ମାତ୍ର ତାହା ନ କରି ଲୁଚା ଛପାରେ କାହାକୁ ୫୦ ହଜାର ଦିଆଯାଉଛି ତ ଆଉକାହାକୁ କିଛି ବି କୁହାଯାଇନାହିଁ।ଏଣୁ ଘଟଣାର ଖୋଲା ମେଲାରେ ସ୍ଥାନୀୟ ଲୋକଙ୍କୁ ନେଇ ଆଲୋଚନା ରେ କାର୍ଯ୍ୟ ଅଗ୍ରଗତି କରାଇବାକୁ ଦାବୀ ଉଠିଛି।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]