ତହସିଲଦାର,ଅଂଗନୱାଡି କର୍ମୀକଂ ନାଁ ରେ ଜମି ଜାଲିଆତି ଅଭିଯୋଗ କ୍ରାଇମବ୍ରାଂଚକୁ ଗଲା?
କଟକ ୨୪।୯ ( ସ୍ୱ.ପ୍ର)- କଟକ ଜିଲ୍ଲାନ୍ତର୍ଗତ କଣ୍ଟାପଡା ତହସିଲ ର ତହସିଲଦାର ଆର୍ତ୍ତ ତ୍ରାଣ ମଲ୍ଲିକ ଓ ଜଗତସିଂହପୁର ଜିଲ୍ଲା ଆଳିପିଂଗଳ ଅଂଚଳର ଜଣେ ଅଂଗନୱାଡି କର୍ମୀକଂ ଜମିକିଣାବିକା ଜାଲିଆତି ଅଭିଯୋଗ କ୍ରାଇମବ୍ରାଂଚକୁ ସପ୍ରମାଣେ ଯାଇଥିବା ଜଣାପଡିଛି। ପ୍ରାପ୍ତ ସୂଚନାନୁଯାୟୀ ,କଟକ ଜିଲ୍ଲା କଣ୍ଟାପଡା ତହସିଲ ବ୍ରାହ୍ମଣସାଇଲୋ ରାଜସ୍ୱ ନିରୀକ୍ଷକକଂ ଅଧୀନରେ ଆସୁଥିବା ଖେରସ ଗ୍ରାମରେ ଖାତା ନମ୍ବର ୩ ଚକ ନଂ ୪୨୭, ପ୍ଲଟ୍ ନଂ ୯୧୨ ହାଡଗାଡିଆ,ସ୍ଥିତିବାନ, ୧ଏକର ୭ଡେଃ ର ଇଜିମାଲି ଚାଷଜମି ଚକରେ ରହିଛି। ଜମି କାଗଜାତ ଅନୁଯାୟୀ ୩ଜଣ ଅଂଶୀଦାର ଯଥା:ଅଚ୍ୟୁତାନନ୍ଦ ମହାପାତ୍ର,ଅବଧୂତ ମହାପାତ୍ର, ଅନାମ ଚରଣ ମହାପାତ୍ର ପିତା: ଇନ୍ଦ୍ରମଣିମହାପାତ୍ର ଅଟନ୍ତି । ଅଭିଯୋଗ ଅନୁଯାୟୀ ଅଚ୍ୟୁତା ନନ୍ଦକଂ ମ୍ରୁତ୍ୟୁ ୨।୧। ୨୦୧୩ ମସିହାରେ ହୋଇସାରିଛି।ଅବଧୂତକଂ ବିନା ଜାଣତରେ ଓ ଅଚ୍ୟୁତାନନ୍ଦକଂ ପ୍ରାୟ ୭ବର୍ଷ ତଳେ ହୋଇସାରିଥିବା ମ୍ରୁତ୍ୟୁକୁ ଚପାଇରଖି ଅନାମ ଚରଣ ମହାପାତ୍ର ନିଆଳି ସବ ରେଜିଷ୍ଟରକଂ ନିକଟରେ ବଣ୍ଟନ ହୋଇନ ଥିବା ଓ ଅଂଶ ସାବ୍ୟସ୍ତ ହୋଇ ନ ଥିବା, ଫଳରେ ଚଉହଦି ସ୍ଥିର ନ ଥିବା ଜମିର କିଛି ଅଂଶକୁ ପ୍ରଜ୍ଞାପାରମିତା ଦାସ ନାମକ ଜଣେ ମହିଳାକୁଂ ବିକ୍ରିଖର୍ଦ୍ଦି କବଲାରେ ଦେଇଛନ୍ତି। ଶ୍ରୀମତି ଦାସ ଜଗତସିଂହପୁର ଜିଲ୍ଲା,ଆଳିପିଂଗଳ ଜେଲପାଖ କେଉଁ ଏକ ଗାଁ ରେ ଅଂଗନୱାଡିରେ କର୍ମୀ ଅଛନ୍ତି। ଜମି କିଣାବିକା ଆଗରୁ ସେ ସରକାରକଂ ଠାରୁ ଥିବା ନିୟମାନୁଯାୟୀ ଆଗୁଆ ଅନୁମତି ନେଇଛନ୍ତି କି ନା ତାହା ଜଣାପଡିନାହିଁ, ଯାହା ତଦନ୍ତ ପରେ ସ୍ପଷ୍ଟ ହେବ।ଲୁଚା ଛପାରେ ଚାଲିଥିବା ଘଟଣା ସଂପର୍କରେ ସୁରାକ ବାରି ଅବଧୂତକଂ ପରିବାର ଏପରି ବେଆଇନ କିଣା ଜମିର ମ୍ୟୁଟେସନ ନ କରିବାକୁ କଣ୍ଟାପଡା ତହସିଲଦାର ଆର୍ତ୍ତତ୍ରାଣ ମଲ୍ଲୀକ କୁଂ ସମସ୍ତ ଘଟଣା ଲିଖିତ ଭାବେ ଜଣାଇଥିଲେ ହେଁ ସେ ଆବେଦନ ଗ୍ରହଣ ନ କରି ଫେରାଇଦେଇଥିଲେ।ଫଳରେ ନିଜର ଭାତହାଣ୍ଡି ନିଜ ଆଖି ଆଗରେ ଚାଲିଯାଉଥିବା ଦେଖି,ଅବଧୂତ ଓ ତାଂକ ପିଲାମାନେ କ୍ରାଇମବ୍ରାଂଚ ଅତିରିକ୍ତ ମହାନିର୍ଦ୍ଦେଶକକଂ ଦ୍ୱାରସ୍ଥ ହୋଇଛନ୍ତି । ଆମେ ଏ ସଂପର୍କରେ ତହସିଲଦାର ଆର୍ତ୍ତ ତ୍ରାଣ ମଲ୍ଲିକ କଂ ମତାମତ ଜାଣିବାକୁ ଚାହିଁଥିଲୁ ସେ” ଜଣେ ଅଂଶୀଦାର ମ୍ରୁତ ଥିବା ଜାଣି ନଥିଲେ ବୋଲି କହିବା ସହ ଅନ୍ୟଜଣେ ଦାଖଲ ଖାରଜ ନୋଟିସ ପାଇଥିବା ,ଆର.ଆଇ ମ୍ୟୁଟେସନ କରନ୍ତି ତେବେ ଚକରେ ଥିବା ଜମି ଚକ ଭଂଗାଯିବ ନାହିଁ କେବଳ ଜଣେମାଲିକକଂ ବଦଳରେ ନୂଆ କ୍ରେତାକଂ ନାମ ଦରଜ ହେବଏମିତିକା ହଜାର କେଶଅଛି” ବୋଲି କହିଥିଲେ।ତେବେ କାହାର କେଉଁଠୁ ବୋଲି ଜଣାପଡିବ କେମିତି ? ଯଦି ଦଖଲ ନେବାକୁ କେନ୍ଦ୍ରକରି ଆଇନ ଶ୍ରୁଂଖଳା ପରିସ୍ଥିତି ଉପୁଜେ କିଏ ଦାୟୀହେବ ? ପ୍ରସଂଗରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରି ନୀରବ ହୋଇଯାଇ ଥିଲେ। ତେବେ ଆମେ ମ୍ରତବ୍ୟକ୍ତିକ ମ୍ରୁତ୍ୟୁର ପ୍ରମାଣପତ୍ର ଓ ଅନ୍ୟକାଗଜାତ ପ୍ରମାଣ ପାଠକକଂ ଅବଗତି ତଥା ସନ୍ଦେହମୋଚନ ନିମିତ୍ତ ଏଠାରେଉପସ୍ଥାପିତ କରୁଛୁ।

