ରାଜ୍ୟଖବର

ତହସିଲ କାର୍ଯ୍ୟାଳୟରେ ଗୁଣ୍ଡାଗର୍ଦ୍ଦି କରି ଆଇନକୁ ହାତକୁନେଲେ ନିଆଳି ବିଧାୟକ!ସି.ସି.ଟି.ଭି କୁ ସାକ୍ଷୀକଲେ ଅସହାୟ କର୍ମଚାରୀ ?

Spread the love

ସରକାର ବିଜେଡିର,ବିଧାୟକ ବି ଶାସକଦଳର,କର୍ମଚାରୀ ବି ସରକାରକଂର, ମୁଖ୍ୟମନ୍ତ୍ରୀ ସବୁବେଳେ କହିଥାନ୍ତି ଆଇନ ତା ବାଟରେଯିବ ହେଲେ ଅନ୍ୟାୟ କାର୍ଯ୍ୟନିମନ୍ତେ କର୍ମଚାରୀ ମାନକୁଂ ବାଧ୍ୟ କରି ସଫଳ ନ ହେବାରୁ ଖୋଦ୍ ଶାସକଦଳ ବିଧାୟକ କାର୍ଯ୍ୟାଳୟ ଭିତରେ ପଶି ଗୁଣ୍ଡା ଗର୍ଦ୍ଦି କରିବା କେତେଦୂର ଯୁକ୍ତି ସମ୍ମତ ?ଫସଲକୁ ସୁରକ୍ଷା ଦେବା ବଦଳରେ ବାଡଖାଉଛି ଫସଲ !ଆଇନ କିପରି ନିଜବାଟରେ ଯାଉଛି ଦେଖିବାକୁ ବାକି ରହିଲା ?ସରକାର ଓ ଶାସକଦଳପାଇଁ ଯାହାଏକ କଳାଅଧ୍ୟାୟ

କଥା ଅଛି ବିଳମ୍ବରେ ହେଲେ ମଧ୍ୟ ସତ ପାତାଳରୁ ଫୁଟି ବାହାରେ। ‘ଫନି’ ବାତ୍ୟାରେ କୋଟୀ ଟଂକାର ଅନିୟମିତତା ହୋଇଥିବାର ଅଭିଯୋଗ ହୋଇ ଆସୁଥିଲା ଫଳରେ ଅଯୋଗ୍ୟହିତାଧିକାରୀ ମାନେ ନିଜର କୋଠାଘର ସୁରକ୍ଷିତ ଥାଇ ମଧ୍ୟ ନାନା ତଂଚକତା କ୍ରମେ ରାଜକୋଷର ବିପୁଳ ଅ‍ର୍ଥକୁ ଲୁଟିନେବାରେ ସକ୍ଷମ ହେଲେ।ଏବେ ରାଜନେତା ଓ ପ୍ରଶାସନ ମୁହାଂ ମୁହିଁ ଅବସ୍ଥାରେ।ପରିସ୍ଥିତି ଅଣାୟତ କିପରି ଲୁଟ୍ ଟଂକା ଉଦ୍ଧାର ହେବ ?

ତହସିଲ କର୍ମଚାରୀ ନିଜ ସଂଘ ଜରିଆରେଏକଜୁଟ ହୋଇ ବିଧାୟକ ନିଜେ କାର୍ଯ୍ୟାଳୟ ଭିତରେ ୫୦ରୁ ଉର୍ଦ୍ଧ୍ୱଅସାମାଜିକକୁଂ ଧରି କରିଥିବା ଗୁଣ୍ଡାଗର୍ଦ୍ଦି ବିରୁଦ୍ଧରେ ଜିଲ୍ଲାପାଳକୁଂ ଲିଖିତ ଅଭିଯୋଗ ଦେଇଥିବାବେଳେ ବିଧାୟକ ମଧ୍ୟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ କୋଠାଘର ଥିବା ଲୋକକୁଂ ‘ଫନି’ ଘରଭଂଗା ସହାୟତା ରାଶି ଦେଇଥିବାର ଭିଜିଲାନ୍ସ ତଦନ୍ତ ଦାବୀ କରିଥିବା କୁହାଯାଉଛି। ଫଳରେ ନିଜେ ଜିଲ୍ଲାପାଳ ପୋଲିସ ସୁରକ୍ଷାବଳ ସହାୟତାରେ ଅନିୟମିତତାର ତଦନ୍ତ କରିବାକୁ ଏସ୍.ଆର.ସି ନିର୍ଦ୍ଦେଶ ଦେଇଛନ୍ତିଯହିଁରୁ ଫନିସହାୟତା ନାଁ ରେ କୋଟି କୋଟି ଟଂକା ଘୋଟାଲାର କଳଂକ ସରକାରକଂ କାର୍ଯ୍ୟ କଳାପକୁ ଅଂଗୁଳି ନିର୍ଦ୍ଦେଶ କରୁଛି

ମିଳିଥିବା ସୂଚନାନୁଯାୟୀ କଣ୍ଟାପଡା ତହସିଲରେ କର୍ମଚାରୀ ମାନେ ଫନିଘରଭଂଗା ସହାୟତା ତାଲିକା ପ୍ରସ୍ତୁତିରେ ମୋଟା ଅଂକର କମିଶନି ଆଦାୟ କରି ବହୁକୋଠାଘର ଥିବା ଅଯୋଗ୍ୟ ହିତାଧିକାରୀକୁଂ ଯୋଗ୍ୟ କରିଛନ୍ତି।ମାତ୍ର ବହୁ ଗରୀବ ଲୋକ ଏ ଯାଏ ସହାୟତାରୁ ବଂଚିତ ହୋଇ ଭଂଗା ଘରେ ପଡିଛନ୍ତି।ଏମିତି କି ସରକାରକଂ ବାରମ୍ବାର ତାଗଦା ସତ୍ତ୍ୱେ ବି ଚିଠା ତାଲିକା କାହାକୁ ଆପତ୍ତି ଅଭିଯୋଗ ନିମନ୍ତେ ପ୍ରଦର୍ଶନ ନ କରି ଆର.ଆଇମାନେ ଲୁଚିବୁଲିବା ସହିତ ଜିଲ୍ଲାକାର୍ଯ୍ୟାଳୟକୁ ପ୍ରକାଶନ ନିମନ୍ତେ ପଠାଇଦେଇଛନ୍ତି ଓ ତାହା ପ୍ରକାଶିତ ହୋଇସାରିଲାଣି।ଉକ୍ତ କ୍ରମେ ନାହାଳପୁର ରାଜସ୍ୱ ସର୍କଲର ଯୋହଳଗ୍ରାମରେ ସର୍ବାଧିକ ଅନିୟମିତତାର ଅଭିଯୋଗ ଉଠିଛି କିନ୍ତୁ ତହସିଲ ପ୍ରଶାସନ ଏହାକୁ ଅଣଦେଖା କରିଛି।ଏମିତିକି ଶତକଡା ୧୦ଟି ନମୁନାକୁ ତହସିଲଦାର ଯାଂଚ ନ କରି ସହାୟତା ରାଶି ମଂଜୁର କରିଛନ୍ତି।ଗତ ୧୨ ତାରିଖରେ ପୋସ୍ତଳ ପଂଚାୟତର ଜଣେ ବ୍ୟକ୍ତି କଣ୍ଟାପଡା ବ୍ଲକ କାର୍ଯ୍ୟାଳୟରେ ଗୋବିନ୍ଦପୁର ଓ ଧାନମଣ୍ଡଳ ଦୈତ ଦାୟୀତ୍ୱରେ ଥିବା ରାଜସ୍ୱ ନିରୀକ୍ଷକ କିଶୋର କୁମାର ସ୍ୱାଇଁକୁଂ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ।ଏହାର ପ୍ରତିବାଦରେ ଶ୍ରୀ ସ୍ୱାଇଁ ତହସିଲଦାରକଂ ଜରିଆରେ ଓଲଟପୁର ଥାନାରେ ୧୩।୧୨।୨୦୧୯ରେ ଏକ ଏତାଲା ଦେଇଥିଲେ।ମାତ୍ର ପୁଲିସଏହାଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା।ବରଂ ୧୩।୧୨।୨୦୧୯ ଅପରାହ୍ନ ପ୍ରାୟ ୪ଟାବେଳେ ନିଆଳି ବିଧାୟକ ଏବଂ ବାରଂଗ ପଂଚାୟତ ସମିତି ଅଧ୍ୟକ୍ଷ ୫୦ରୁଉର୍ଦ୍ଧ୍ୱ ଅସାମାଜିକ ତଥା ଦଳୀୟ କର୍ମୀକଂ ସହିତ କଣ୍ଟାପଡା ତହସିଲ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିଥିଲେ। ତହସିଲଦାର ଓ ସମସ୍ତ କର୍ମଚାରୀକଂ ଉପସ୍ଥିତିରେ ରାଜସ୍ୱ ନିରୀକ୍ଷକ କିଶୋର କୁମାର ସ୍ୱାଇଁକୁଂ ବିଧାୟକଅସଭ୍ୟ ଭାଷାରେ ଗାଳିଗୁଲଜ ଓ ସାର୍ଟକଲର ଧରି ବାଡେଇବାକୁ ଧମକ ଦେଇଥିଲେ । ପୂର୍ବଏତାଲାକୁ ପ୍ରତ୍ୟାହାର କରିବାକୁ ଧମକ ଦେବା ସହିତ ତମେ ତଣ୍ଟିଆ ଖାଇବା ଯୋଗ୍ୟବୋଲି କହି ମୁଁ ଓ ମୋରଲୋକମାନେ ମିଶି ବର୍ତ୍ତମାନ ଉଠେଇନେବୁ,ବାରଂଗ ବ୍ଲକ ଅଧ୍ୟକ୍ଷ ଧମକ ଦେଇ କହିଥିଲେ ବର୍ତ୍ତମାନ ଯେଉଁ ନାମ ଗୁଡିକ ଆମେଦେବୁ ସେଗୁଡିକ ଫନିଘରଭଂଗାରେ ପୁରେଇବ ନ ହେଲେ ଆମେ ତୁମକୁ ଏଇଠି ସମସ୍ତେ ମିଶି ବାଡେଇବୁ,ତୁମେ କାହା ବିରୁଦ୍ଧରେ ଏଫ୍.ଆଇ.ଆର ଦବ ଆମେ ଦେଖିବୁ ଏହା କହି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଜିଲ୍ଲାପାଳକୁଂ ଦିଆ ଯାଇଥିବା ଉକ୍ତ ଲିଖିତ ଅଭିଯୋଗରେ ରହିଛି ଯେ ଫନିବାତ୍ୟା ଠାରୁ ସମସ୍ତ କର୍ମଚାରୀ ତହସିଲ ଓ ବ୍ଲକରେ ଦୁର୍ବ୍ୟବହାର ଓ ଚାପରେ ରହି ଆସୁଛନ୍ତି ଫଳରେ ମାନସିକ ଚାପରେ ରହି ସରକାରୀ କାର୍ଯ୍ୟ ସୁଚାରୁ ରୂପେ କରିପାରୁ ନାହାନ୍ତି। ତହସିଲଦାର ମଧ୍ୟ କର୍ମଚାରୀମାନେ ସହାୟତା କରୁ ନଥିବାରୁ ନିଜର ଅସହାୟତା ପ୍ରକାଶ କରିଥିଲେ।ତେଣୁ ସେମାନକୁଂ ଅନ୍ୟତ୍ର ବଦଳି କରିଦେବାକୁ ମଧ୍ୟ ନିବେଦନ କରିଛନ୍ତିବିଧାୟକକଂ କାର୍ଯ୍ୟକଳାପ ତହସିଲ ସି.ସି.ଟି.ଭି ରେ ରେକର୍ଡ ରହିଥିବା ସେମାନେ ଉଲ୍ଲେଖ କରିଥିବାରୁ ତାହାର ଯାଂଚ କରିବା ନିହାତି ଜରୁରୀ ହୋଇପଡିଛି ଆବେଦନ ତହସିଲଦାରକଂ ସୁପାରିଶ କ୍ରମେ ଜିଲ୍ଲାପାଳକୁଂ ଦିଆ ଯାଇଛି।ଓଡିଶା ରାଜସ୍ୱ କ୍ଷେତ୍ର କର୍ମଚାରୀ ସଂଘ ଓ ଓଡିଶା ରାଜସ୍ୱ ଅମଲା ସଂଘକୁ ଏହାର ନକଲ ଦିଆ ଯାଇଛିଜିଲ୍ଲାପାଳ ଘଟଣାର ଅନୁସଂଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ଅପରପକ୍ଷରେ ବିଧାୟକ ଜିଲ୍ଲାପାଳକୁଂ ଭେଟି ବିରୁଦ୍ଧରେ ହୋଇଥିବା ଅଭିଯୋଗର ସଫେଇ ଦେଇଛନ୍ତି ।ତେବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ସେ ଫନି ସହାୟତା ତାଲିକାରେ ବହୁ କୋଠାଘର ବାଲା ସ୍ଥାନ ପାଇଥିବାରୁ ସେ ଗାଳିଦେଇଥିବାକୁ ସ୍ୱୀକାର କରିଥିଲେ ହେଁ ନିଜେ ବେଆଇନ୍ କାର୍ଯ୍ୟ କରିବାକୁ ବାଧ୍ୟକରୁଥିବା କଥା ଲୁଚାଇଥିବା ଅଭିଯୋଗ ହୋଇଛି ।ତେବେ ସି.ସି .ଟି. ଭି ଯାଂଚକଲେ କିଏ ସତ କହୁଛି ଘଟଣାଉପରୁ ପରଦା ହଟିବ।ବିଧାୟକ ହରଡଘଣାରେ ପଡିଥିବା ବେଳେ ନାହାଳପୁର ଆର.ଆଇ କୁଆଡେ. ଏମ୍ ଏଲ.ଏକଂ କଥାରେ ପଡି ଦଳୀୟ କର୍ମୀକୁଂ ସାହାଯ୍ୟ କଲି ଅଥଚ ଓଲଟା ଗାଳି କରୁଛନ୍ତି କି ତୋତେ କୋଠାଘର ବାଲାକୁଂ ଦେବାକୁ କହିଥିଲି ?ବୋଲି କହୁଛନ୍ତି। ତେବେ ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡିଛି ଯେ ଆସନ୍ତା ସପ୍ତାହରେ ନିଜେ ଜିଲ୍ଲାପାଳ ଯୋହଳ ଗ୍ରାମରେ ପୁଲିସ ବଳ ସହିତ ଫନି ଜାଲିଆତି ତଦନ୍ତରେ ପହଂଚିବାକୁ ରହିଛି । ଯାଂଚରେ ଯେଉଁମାନେ ତଂଚକତା କରି ଫନି ସହାୟତା ନେଇଥିବାର ଧରାପଡିବେ ସେମାନକଂ ବିରୁଦ୍ଧରେ ସାର୍ଟିଫିକେଟ୍ କେଶ୍ ହୋଇଅର୍ଥ ଆଦାୟ କରାଯିବ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]