
ତୀର୍ଥଯାତ୍ରା ପାଲଟିଲା ଶିକ୍ଷକଙ୍କ ମହାଯାତ୍ରା!
କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)୨୯/୦୫ କଟକ ଜିଲ୍ଲା,ଗୋବିନ୍ଦପୁର ଥାନା ଅନ୍ତର୍ଗତ,ଚଉପଡା ଗ୍ରାମ ର ଜଣେ ଆଦର୍ଶ ଶିକ୍ଷକ(ଅବସର ପ୍ରାପ୍ତ)ବିପ୍ର ଚ ରଣ ଦାସ ତୀର୍ଥଯାତ୍ରା ବସରେ ନେପାଳ,କାଠ ମା ଣ୍ଡୁ ଆଦି ଭ୍ରମଣସାରି ଫେରୁଥିବା ବେଳେ ଆଜି ପ୍ର ତ୍ୟୁଷ ପ୍ରାୟ ୪.୩୦ସୁଦ୍ଧା ଏକ ରାସ୍ତା ଦୁର୍ଘଟଣାର ଶୀକାର ହୋଇ ପ୍ରାଣ ହରାଇଛନ୍ତି।କାଠମାଣ୍ଡୁ ଠା ରୁ ପ୍ରାୟ ୩୦କିମି ପାଖାପାଖି ବାଟ ଆସିବା ପ ରେ ତାଙ୍କୁ ଅଗତ୍ୟା ଝାଡ଼ା ଲାଗିଥିଲା।ବସ ରହି ବା ସଙ୍ଗେ ସଙ୍ଗେ ସେ ବସର ପଛପାଖ ଦେଇ ଅ ପର ପାର୍ଶ୍ଵକୁ ରାସ୍ତା ପାର ହେଉଥିଲେ।ଠିକ୍ ସେ ତିକି ବେଳେ ବସର ଆଗପଟରୁ ଆସୁଥିବା ଜଣେ ବାଇକ୍ ଆରୋହୀ ତାଙ୍କୁ ଧକ୍କା ଦେଇଥିଲେ।ଫଳ ରେ ସେ ସେଠାରେ ପଡ଼ିଯାଇଥିଲେ,ପକ୍କା ସଡ଼କ ଉପରେ ତାଙ୍କ ମୁଣ୍ଡ ମାଡ଼ ହୋଇ ଯାଇଥିଲା।ତାଙ୍କୁ ତୁରନ୍ତ ସ୍ଥାନୀୟ ଚିକିତ୍ସାଳୟକୁ ନିଆ ଯାଇଥିଲେ ହେଁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ନେ ପାଳ ସରକାରଙ୍କ ପକ୍ଷରୁ ତାଙ୍କ ମୃତ ଦେହକୁ ଆ ମ୍ବୁଲାନ୍ସ ଯୋଗେ ତାଙ୍କ ବାସ ଭବନକୁ ଅଣାଯାଉ ଛି।ଏହି ତୀର୍ଥ ଯାତ୍ରାରେ ଯାଇଥିବା ତାଙ୍କ ପତ୍ନୀ ଶ୍ଵଶୁର ଓ ଶାଶୂ ମଧ୍ୟ ଉକ୍ତ ଆମ୍ବୁଲାନ୍ସ ଯୋଗେ ମୃ ତ ଦେହ ସହିତ ଫେରୁଛନ୍ତି।ନେପାଳ ସରକାର ଙ୍କ ପକ୍ଷରୁ ତାଙ୍କ ମୁଦ୍ରାରେ ୫ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ମିଳିଛି ବୋଲି ସହଯାତ୍ରୀ ମାନଙ୍କ ସୂଚ ନାରୁ ଜଣା ପଡ଼ିଛି।ସ୍ୱର୍ଗତଃ ଶିକ୍ଷକ ବିପ୍ରଚରଣ ୨୦ ନଭେମ୍ବର ୧୯୫୮ମସିହାରେ ଜନ୍ମଗ୍ରହଣ କ ରିଥିଲେ।ସେ ସାଇଲୋ ଝାରପଡ଼ା ହାଇସ୍କୁଲରୁ ୧୯୭୬ ମସିହାରେ ମାଟ୍ରିକ ପାସ କରି ବାଙ୍କୀ ମହାବିଦ୍ୟାଳୟର ବିଜ୍ଞାନଛାତ୍ର ଭାବେ ସ୍ନାତକ ହୋଇଥିଲେ,ରହମ୍ବା ସ୍ଥିତ ପଞ୍ଚାୟତରାଜ ହାଇ ସ୍କୁଲରେ ଗଣିତ ଓ ବିଜ୍ଞାନ ଶିକ୍ଷକତା କରୁଥିବା ବେଳେ ଟ୍ରେଣ୍ଡ ଯୋଗ୍ୟତା ଶିକ୍ଷକ ହୋଇଥିଲେ। ଉତ୍ତମ ଶିକ୍ଷାଦାନ ନିମନ୍ତେ ଛାତ୍ର ଓ ଅଭିଭାବକ ମହଲରେ ସେ ବେଶ ଆଦୃତ ହୋଇଥିଲେ।ଅବ ସର ପରେ ଓଡ଼ିଶା ସରକାର ତାଙ୍କୁ ଠିକା ଶିକ୍ଷକ ଭାବେ ସ୍ଥାନୀୟ ବଡପାଟସୁନ୍ଦରପୁର ବାଳିକା ହା ଇସ୍କୁଲରେ ନିଯୁକ୍ତି ଦେଇ ଥିବାରୁ ସେଠାରେ ଶିକ୍ଷା ଦାନ କରୁଥିଲେ।ତାଙ୍କର ଦୁଇ ଝିଅ(ବିବାହିତ)ଅ ଛନ୍ତି।ସେ ପାଲା ଓ ମଞ୍ଚ ଯାତ୍ରା ମାନଙ୍କର ଜଣେ ଅତି ଗୁଣଗ୍ରାହି ଦର୍ଶକ ଥିଲେ।ତାଙ୍କର ହଠାତ୍ ଏ ପରି ଆକସ୍ମିକ ବିୟୋଗ ଖବର ପ୍ରସାରିତ ହେବା ପରେ ଆଜି ସାରା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି।