ଜିଲ୍ଲାଖବର ରାଜ୍ୟଖବର

ଦଣ୍ଡମୁକ୍ତ ଶାସନରେ:ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଭିତରେ ଶାରୀରିକ ନିର୍ଯ୍ୟାତନା !!!

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ରାଜ୍ୟ ସରକାରଙ୍କ ଦଣ୍ଡମୁକ୍ତ ଶିକ୍ଷା ଅନ୍ତର୍ଗତ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ବରିଷ୍ଠ ଓ ଦଳିତ ବର୍ଗର ଶିକ୍ଷକ ପୁନାନନ୍ଦ ବେହେରାଙ୍କ ପ୍ରତି ଜାତିଆଣ ମନୋଭାବ ରଖି ଉଦ୍ଦେଶ୍ୟମୂଳକ ରୂପେ ନିର୍ଯ୍ୟାତନା ଦିଆଯାଇ ଥିବାର ଲିଖିତ ଅଭିଯୋଗ ଆଣିବାରୁ ତାଙ୍କୁ ଏହି ଅଭିଯୋଗ ପ୍ରତ୍ୟାହାର କରିନେବାକୁ ଚାପ ଦିଆ ଯାଇଥିଲା।ଏଥିରେ ସହମତ ନ ହେବାରୁ ତାଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ,ବିଭାଗୀୟ ଧମକ ଦେଇ କାରଣ ଦର୍ଶାଇବାକୁ କୈଫିୟତ ମାଗିଥିଲେ, ବ୍ଲକ ଶିକ୍ଷାଧିକାରୀ ପ୍ରତାପ ପ୍ରଧାନ।କୈଫିୟତର ଉତ୍ତର ବି ଯଥାର୍ଥ ଭାବେ,ଉପଯୁକ୍ତ ସମୟରେ ମିଳିଯାଇଥିଲା।ତଥାପି ଜାତିଆଣ ମନୋଭାବ ଆକ୍ରୋଶରୁ ଛାଡ଼ ମିଳି ନ ଥିଲା।ଶିକ୍ଷାଧିକାରୀ ତାଙ୍କ ସହକର୍ମୀଙ୍କ ସହାୟତାରେ ଏକ କଙ୍ଗାରୁ କୋର୍ଟ ବସାଇ ଓ ଉକ୍ତ କୋର୍ଟରେ ହାଜିର୍ ହେବାକୁ ଲିଖିତ ନୋଟିସ ଜାରି କରିଥିଲେ।ସଂପୃକ୍ତ ଶିକ୍ଷକ ଜଣଙ୍କ ଛାନିଆରେ ଅସୁସ୍ଥ ହୋଇ ପଡ଼ିଥିଲେ ମଧ୍ୟ ନିର୍ଦ୍ଦୟ, ନିଷ୍ଠୁର ଶିକ୍ଷାଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଭୟରେ ସଠିକ୍ ସମୟରେ ଆଜି ଏହି ବିଚାର ପ୍ରକ୍ରିୟାର କଙ୍ଗାରୁ କୋର୍ଟ କକ୍ଷରେ ହାଜିର୍ ହୋଇଥିଲେ।ଦେଖନ୍ତୁ କିପରି ଦୟନୀୟ ଅବସ୍ଥାରେ ଏହି ଅସୁସ୍ଥ ଦଳିତ ଶିକ୍ଷକ ଜଣଙ୍କ ବିଚାର ସ୍ଥଳରେ ତଳେ ହାତ ଯୋଡ଼ି,ବେକରେ ଗାମୁଛାଟିଏ ପକାଇ ପ୍ରାର୍ଥନା ମୁଦ୍ରା ରେ ଅତି ଅସହାୟ ଭାବେ ବସିଛନ୍ତି!ଓ ବିଚାରକ ଭାବେ କେଉଁମାନେ ଉପସ୍ଥିତ ଅଛନ୍ତି।ଏମିତିକି ପାଦ ରୁ ତାଙ୍କର ଚପଲ ମଧ୍ୟ ଖୋଲିବାକୁ ପଡିଛି ବସିବାକୁ ଆସନଟିଏ ମଧ୍ୟ ମିଳିନାହିଁ।ଆଜିର ଦିନରେ ଦଳିତ ମାନେ ପୂର୍ବଭଳି କିଭଳି ଜାତିଆଣ ମନୋଭାବର ଶିକାର ହୋଇ ନିର୍ଯ୍ୟାତିତ ହେଉଛନ୍ତି,ମାନବିକ ଅଧି କାରର ହନନ ହେଉଛି ଏହା ପ୍ରଥମ ଉଦାହରଣ ନୁହେଁ,ପୂର୍ବରୁ ପ୍ରତାପ ମଲ୍ଲିକ ନାମକ ଅନ୍ୟ ଜଣେ ପ୍ରାଥମିକ ଶିକ୍ଷକଙ୍କୁ ମଧ୍ୟ ଏପରି ନିର୍ଯ୍ୟାତନା ଦେଇ ଥିବାର ଅଭିଯୋଗ ରାଜ୍ୟ ମାନବାଧିକାର କମିଶନ ଙ୍କ ନିକଟରେ ମାମଲା ନମ୍ବର ୨୮୧୯/୨୧ରେ ଉକ୍ତ ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ବିଚାରାଧିନ ରହିଛି ଘଟଣା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟିହୋଇଛି।ହାଜିର ନିମନ୍ତେ ନୋଟିସ ଜାରି କରିଥିବା ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ବହୁ ସଙ୍ଗୀନ ଓ ଆର୍ଥିକ ଅନିୟମିତତାର ଅଭିଯୋଗ ରହିଥିବା ବେଳେ,ଉକ୍ତ ଘଟଣା ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ଲୋଡ଼ା ଯାଇଥିଲା।ସେ ଏହାକୁ ଅତି ହାଲୁକା ଭାବେ ନେଇଥିବା ସ୍ପଷ୍ଟ ହୋଇଥିଲା।ଘଟ ଣା ଏବେ ରାଜ୍ୟ ମାନବାଧିକାର କମିଶନଙ୍କୁ ଯିବା ନେଇ ଆପାତତଃ ସ୍ଥିର ହୋଇଛି ବୋଲି ସୂଚନା ମିଳିଛି।ଘଟଣା ପଛରେ କିଛି ଷଡ଼ଯନ୍ତ୍ରକାରୀ ଶିକ୍ଷକ ଥିବା,ଓ ବିଦ୍ୟାଳୟରେ ଅଧିକାଂଶ ଦିନ ବିଦ୍ୟାଳୟ ରେ ଅନୁପସ୍ଥିତ ଥାଇ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ ବ୍ୟାହତ କରୁଥିବା ଅଥଚ ବିଦ୍ୟାଳୟ ଛାଡି ଶିକ୍ଷାଧି କାରୀଙ୍କ କାର୍ଯ୍ୟାଳୟରେ ଦିନ କାଟୁଥିବା ଶିକ୍ଷକଙ୍କୁ ଶିକ୍ଷାଧିକାରୀ କାହିଁକି ଘଣ୍ଟ ଘୋଡାଉଛନ୍ତି ତାହା ଏ ବେ ସୁଦ୍ଧା ରହସ୍ୟାବୃତ୍ତ ହୋଇ ରହିଛି।

ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଉକ୍ତ ଶିକ୍ଷକ କରୁଛନ୍ତି କଣ????

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]