ଦଳିତ ଯୁବତୀ ନିଖୋଜକୁ ମାସେ ବିତିଲା,ପତ୍ତାମିଳୁନି
କଣ୍ଟାପଡା ୨୦।୮(ନି.ପ୍ର) ଗୋବିନ୍ଦପୁର ଥାନାନ୍ତର୍ଗତ ବଡପାଟସୁନ୍ଦରପୁର ନଈକୁଳସାହିର ବ୍ରଜଭୋଇକଂ ଯୁବତୀ ଝିଅ ନିଖୋଜକୁ ମାସେ ବିତିଲାଣି। ଗୋବିନ୍ଦପୁର ଥାନାରେ ଯୁବତୀର ଘରପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା ଓ ଘର ନିକଟର ଜଣେ ସବର୍ଣ ଯୁବକ ତାକୁ ଭଲପାଉଥିଲା,ବିବାହର ପ୍ରତିଶ୍ରୁତି ଦେଇଥିଲା ବୋଲି ପୁଲିସକୁ କହିବାପରେ ପୁଲିସ ପୁଅଘର ଲୋକକୁଂ ପଚରାଉଚରା ପାଇଁ ଡକାଇଥିଲା । ହେଲେ ଘରଲୋକେ ଏଥିନେଇ କୌଣସି ତଥ୍ୟ ଦେଇପାରି ନ ଥିଲେ। ଘଟଣା ପରଠୁ ପୁଅ ଓ ଝିଅଉଭୟ ଫେରାର ରହିଛନ୍ତି। ସୂଚନା ଯୋଗ୍ୟ ଯେ ଗତବର୍ଷଏହି ଥାନା ତୁଣ୍ଡା ଗ୍ରାମରୁ ଜଣେ ନାବାଳିକାଟିକୁ ବିବାହ ପ୍ରଲୋଭନ ଦେଖାଇ କେତେକ ସବର୍ଣ ବିବାହିତ ବ୍ୟକ୍ତି ଅପହରଣ କରିନେଇଥିଲେ। ଘରଲୋକେ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସଏହାକୁ ସେଭଳି ଗୁରୁତ୍ୱ ଦେଇ ନ ଥିଲା। ୨୧ଦିନପରେ ନା ବାଳିକାର କଂକାଳ ନିଆଳି -ଗୋବିନ୍ଦପୁର ମଧ୍ୟସ୍ଥଳ ମାଗୁରାକୁଦରେ ମାଟିତଳୁ ପୁଲିସଉଦ୍ଧାର କରିଥିଲା। ୩ଜଣ ଅଭିଯୁକ୍ତ ଗିରଫ ହୋଇ ଜେଲରେ ଅଛନ୍ତି।ଅପହରଣ, ବଳାତ୍କାର ପରେ ହତ୍ୟା କରିଥିବା ସେତେବେଳେ ଜଣାପଡିଥିଲା।