ଦିଦିକଂ ଦାଣ୍ଡଦୁଲୁକା କାଣ୍ଡ!
ସଂପାଦକୀୟ……..
ମଧୁବାବୁ ଲେଖିଥିଲେ’ଆଲୋସଖୀ ଆପଣା ମହତ ଆପେ ରଖି’ ଆଉ ବି କଥାରେ ଅଛି ବାଟିଏ ଚଷିଲେ ନାଁ ବାଟରେ ‘ଦୁଇ’କଲେ ବି ନାଁ ପଡେ।ଓଡିଆ ଜାତିର ଗୌରବଗାଥା,ସୁନାମ ବିଶ୍ୱଦରବାରରେ କାହିଁ କେତେ ଭାବରେ ପ୍ରମାଣିତ,ବହୁଳ ପ୍ରସାରିତ,କିନ୍ତୁ ଗାଁ ପରିମଳ ଧୋବାତୁଠରୁ ଭଳି ଷ୍ଟେସନ ପାଖ ଲୋକ ଗାଡି ଫେଲ !ଏହାଠୁ ବଡ ଦୁଃଖ କଣ ହୋଇପାରେ?ସିଧାସିଧା କହିବାକୁ ଗଲେ ଆଜିର ସମାଜରେ ବଢିଚାଲିଥିବା ବ୍ୟଭିଚାର ,ନାରୀମାନକଂ ପ୍ରତି ଘଟିଚାଲିଥିବା ଅସଦାଚରଣ ପାଇଁ ନିଜେ ନାରୀଟିଏ ହିଁ ବହୁଳ ପରିମାଣରେ ଦାୟୀ,କୋଉଠି ନା କୋଉଠି ଆମେ ତର୍ଜମା,ଆତ୍ମସମୀକ୍ଷା କଲେ ଜାଣିପାରିବା।ଯେତେଦୂର ମନେପଡୁଛି ୮୦/୮୨ ମସିହାରେ ଏକ ଦୈନିକ ଓଡିଆ ଖବର କାଗଜର ‘ଏଇ ଭାରତରେ…..’ ଶିରୋନାମାରେ ଜଣେ ମହିଳା ରାତି ଦୁଇଟା ବେଳେ କୌଣସି ଜରୁରୀ ନ ଥାଇ,ନିରୋଳା ନିଛାଟିଆ ରାସ୍ତାରେ ଆସୁଥିବା ବେଳେ ଗଣବଳାତ୍କାରର ଶୀକାର ହେଲେ।ପୁଲିସରେ ଅଭିଯୋଗ ପରେ ମାମଲା ଅଦାଲତକୁ ଗଲା ଅଭିଯୁକ୍ତ ମାନେ ଗିରଫ ହେଲେ।ବମ୍ବେ ହାଇକୋର୍ଟକଂ ଚୂଡାନ୍ତରାୟରେ ସଂପ୍ରୁକ୍ତ ମହିଳା ଘଟଣା ନିମନ୍ତେ ୫୦% ଦାୟୀ ବୋଲି କୋର୍ଟ ଦର୍ଶାଇଲେ।କୋର୍ଟ ଜାଣିବାକୁ ଚାହିଁଲେ ଯେ, ବଳାତ୍କାର ପିଡିତା ଜଣକଂ କେଉଁ ଭରଷାରେ, ବିଳମ୍ବିତ ରାତିରେ, କେଉଁ କାର୍ଯ୍ୟ ଉପଲକ୍ଷେ, ନିରୋଳା ନିଛାଟିଆ ରାସ୍ତାରେ ଦୀର୍ଘପଥ ଚାଲିଚାଲି ଯାଉଥିଲେ?ଯାହାକି ନା ପୁଲିସ ପାଖରେ ତଦନ୍ତ ରିପୋର୍ଟ ଥିଲା?ନା ପିଡିତା କୋର୍ଟକୁଂ ସ୍ପଷ୍ଟ କରିପାରିଲେ?ଏକଥା ଲେଖିବାର ପ୍ରାସଂଗିକତା ଏଇଆ ଯେ ମହିଳାମାନେ ଅସଦାଚାରଣର ଶିକାର ହେବାମୂଳରେ ଜାଣତରେ ହେଉ କି ଅଜାଣତରେ,କିଛି ନା କିଛି ତାଂକର ତ୍ରୁଟୀ ବିଚ୍ୟୁତି ନିଶ୍ଚୟ ରହିଛି।ସେ ନିର୍ଭୟା ଘଟଣା ହେଉ କି ହାଇଦ୍ରାବାଦ ପଶୁ ଡାକ୍ତରାଣୀ ହୁଅନ୍ତୁ ,କେଉଁ ଦୁଃସାହସରେ ଏତେ ବିଳମ୍ବିତ ରାତ୍ରୀର ନିର୍ଭୀକ ଯାତ୍ରା?ଯେତେ ଜରୁରୀ ଥାଉ ନା କାହିଁକି ନିଜକୁ ଆଗରକ୍ଷା କଲେ,ନିଜେ ବଂଚିଲେ ତ କାହାକୁ ସାହାଯ୍ୟ କରିବା?ଏକଥା ଏଥିପାଇଁ ଉଠୁଛି ଯେ :-
ଏଇ କିଛିଦିନ ହେଲା ସୋସିଆଲ ମେଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ନିରେଖି ଦେଖିଲେ ଜଣାପଡୁଛି କୌଣସି ଏକ ସରକାରୀ ଅଥବା ଅନୁଦାନପ୍ରାପ୍ତ ହାଇସ୍କୁଲରେ’ଓଷ୍ଟା’ ପକ୍ଷରୁ କର୍ମଚାରୀ/ଶିକ୍ଷକ/ଶିକ୍ଷୟତ୍ରୀକଂ ଅବସର କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ସରକାରକଂ ଧାର୍ଯ୍ୟ ଡ୍ରେସ୍ କୋଡରେ ଥିବା ଶିକ୍ଷୟତ୍ରୀ ଯେଉଁ ଅଂଗଭଂଗିରେ ଢଂଗରେ,ବେତାଳରେ,ରଂଗବତୀ ଗୀତରେ ନାଚୁଥିଲେ ତାହା ଓଷ୍ଟା କର୍ମକର୍ତ୍ତା ଓ ସରକାର ନିଶ୍ଚୟ ଦେଖିଥିବେ ତଥାପି ଦର୍ଶକ ଦର୍ଶିକା ମାନକଂ ଗୋଚରାର୍ଥେ ଆଉଥରେ ଏଥିସହ ପ୍ରସାରଣ କରୁଛୁ । ଯାହାକି କୌଣସି ସମ୍ଭ୍ରାନ୍ତ ପରିବାର ପକ୍ଷରେ ସହ୍ୟ କରିବା କଷ୍ଟକର।ବିଦାୟକାଳୀନ ସମ୍ବର୍ଦ୍ଧନା ପରି ଲାଗିଲାନି,ବରଂ ସ୍ୱାଗତ ସମ୍ବର୍ଦ୍ଧନା ପରିଲାଗୁଛି।ଜଣେ ସରକାରୀ ଡ୍ରେସକୋଡରେ ଥିବା ଶିକ୍ଷକ ଯଦିଏତେ ତଳକୁ ଖସିବ ଛାତ୍ରଛାତ୍ରୀ ଅସଦାଚରଣ କଲେ ତାହା ବିଚିତ୍ର ହେବ କାହିଁକି ?ଗୁରୁ ଶିଷ୍ୟର ପରମ୍ପରା ବଜାୟ ରହିବତ?ବୋଧହୁଏ ଫ୍ରାନ୍ସ ଅଥବା କୌଣସି ବିଦେଶୀ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ବିଦ୍ୟାଳୟରେ ପାଠପଢେଇଥିବା ନିଜ ବୟସରୁ ୨୫ବର୍ଷ ବଡ ଶିକ୍ଷୟତ୍ରୀକୁ୍ଂ ବିବାହ କରିଛନ୍ତି।କେବଳଏହି ଘଟଣା ଗୋଟିଏ ନୁହେଁ, ନିଷିଦ୍ଧ ପ୍ରେମ-ସଂପର୍କର ବହୁ ଉଦାହରଣ ବି ରହିଛି।ଆମେ ସଂଗୀତକୁ ସମାଲୋଚନା କରୁନାହୁଁ,ସ୍ଥାନ,କାଳ,ପାତ୍ରକୁ ଆମର ତୀର୍ଯ୍ୟକ୍।ସଂଗୀତ ଓୌଷଧର କାର୍ଯ୍ୟକରେ।କିନ୍ତୁ ଭୂଲ ଓୌଷଧର ପ୍ରୟୋଗରେ କୁ-ପରିଣାମ ହିଁ ଭୋଗ କରିବାକୁ ପଡିଥାଏ।ଆମେ ଏଥିସହ ଅନ୍ୟଦୁଇଟି ସଂଗୀତ ଓ ନ୍ରୁତ୍ୟର ଭିଡିଓ ଉପସ୍ଥାପନ କରିଛୁ।ଗୋଟିଏ ହେଉଛି ବଂଗଳାଭାଷାରେ ଜଣେ ନାରୀ ଗାଉଛନ୍ତି।କ୍ରୁଷ୍ଣ ପ୍ରେମରେ ମଜ୍ଜି ବିଦେଶୀ ବିଦେଶିନୀ ବି ନାଚୁଛନ୍ତି।କାହିଁ ଏମାନକୁଂ କେହି ସମାଲୋଚନା କରୁ ନାହାନ୍ତି ତ?ତା ପର ଗୀତଟି ବି ଦେଖନ୍ତୁ,ପ୍ରଗତିବାଦୀର ନିଆଳି ସାମ୍ବାଦିକା ମଧୁସ୍ମିତା ସାହୁ ନିଆଳି ମହୋତ୍ସବ ୨୦୧୮ରେ ମଂଚରେ ନ୍ରୁତ୍ୟ ପରିବେଷଣ କରୁଛନ୍ତି।ପୋଷାକ ପରିପାଟୀ ସଂପୂର୍ଣ ଓଡିଶୀ – ସମ୍ବଲପୁରୀ।ତାଂକୁତ କେହି ଅଂଗୁଳି ଦେଖାଉନି?ଶିକ୍ଷୟତ୍ରୀ ନାଚିବେ?ପୁଣି ସରକାରୀ ପୋଷାକରେ?ଛାତ୍ର ଛାତ୍ରୀ ତାଳିମାରି ହସିବେ? ଶିକ୍ଷାଦାନ ପରି ପବିତ୍ର ବ୍ରୁତ୍ତିରେ ଏହା ଶୋଭନୀୟ ନୁହେଁ , ବରଂ ଶିକ୍ଷକ ଶିକ୍ଷୟତ୍ରୀକଂ ମର୍ଯ୍ୟାଦା ଗାମ୍ଭୀର୍ଯ୍ୟତା ପୂର୍ଣ ଓ ଋଚି ସଂପର୍ଣ ହେବାଉଚିତ।କୁ-ଋଚି ସଂଗୀତ ପରିବେଷଣକୁ ସେନସର ପରିସର କରାଯିବା ଜରୁରୀଅଟେ।ଆଶାକରେପ୍ରିୟ ପାଠକ/ପାଠିକା ଏଥିନେଇ ନିଜର ସୁ ଚିନ୍ତିତ ମତାମତ ଦେବାସହ ଓଷ୍ଟା ସଂଘ ନେତାକୁଂ ଏଥିନେଇ ନିଜ ନିଜର ପ୍ରତିକ୍ରିୟା ଜଣାନ୍ତୁ।
ମହାଶୟ ପ୍ରଥମେ ଆପଣଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ବାସ୍ତବ କଥା ଏହା କି ଏ କୌଣସି ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ନୁହେଁ କି ସ୍ବାଗତ ସଭା ନୁହେଁ।ଏ ହେଉଛି ossta ଶିଶୁ ମେଳା ର ଦୃଶ୍ୟ। ଯେଉଁଥିରେ ଏକକ ଗୀତ ,ଏକକ ନୃତ୍ୟ ,ଦଳଗତ ନୃତ୍ୟ, ବକ୍ତୃତା ,ଏକକ ଅଭିନୟ ଭଳି ପ୍ରତିଯୋଗିତା ରହିଥିଲା।ଏକକ ନୃତ୍ୟ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ପରେ ଯେଉଁମାନେ ବିଚାରପତି ଥିଲେ ସେମାନଙ୍କ ପ୍ରତି ଅଭିଭାବକ ମହଲ ରୁ ସ୍ୱର ଉଠିଥିଲା କି ବିଚାରପତି ମାନଙ୍କର ନୃତ୍ୟ ରେ ଦକ୍ଷତା ଅଛି ନା ନାହିଁ।ତେଣୁ ବିଚାରପତିମାନେ ଶିଶୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ତଥା ଅଭିଭାବକ ମାନଙ୍କର ସନ୍ଦେହ ମୋଚନ ନିମନ୍ତେ ପ୍ରସ୍ତୁତ ହେଲେ।ଆପଣ ଜାଣି ଖୁସି ହେବେ ସେମାନେ ଯେଉଁ ଗୀତ ରେ ନୃତ୍ୟ ପ୍ରଦର୍ଶନ କରିଥିଲେ ତାହା ଥିଲା ଓଡ଼ିଶା ର ପୁରପଲ୍ଲୀରେ ପ୍ରଚାରିତ ସମ୍ବଲପୁରୀ ଗୀତ ରଙ୍ଗବତୀ ଗୀତ,ଯାହା ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି।ଯେଉଁମାନେ ନୃତ୍ୟ କରୁଥିଲେ ସେମାନେ ତାଙ୍କ ପିଲାଙ୍କୁ ଖାଲି ନୃତ୍ୟ ଶିଖାଇ ନଥିଲେ ବ୍ଲକ ରୁ ଜିଲ୍ଲା ଓ ରଜ୍ୟସ୍ତରକୁ ନେଇଥିଲେ ଏବଂ ଅଭିଭାବକ ମାନଙ୍କର ପ୍ରଶଂସା ର ପାତ୍ର ହୋଇଥିଲେ। ଗତ ବର୍ଷ ଏହି ଶିଶୁ ମେଳା ରେ ମୁଁ ଗୀତ ରେ ବିଚାରପତି ଥିଲି ଓ ମୋତେ ମଧ୍ୟ କୁହାଯାଇଥିଲା ଆପଣ ନିଜେ ଗୀତ ଗାଇ ଜାଣିଛନ୍ତି ତ? ଯେହେତୁ ମୋତେ ମଧ୍ୟ ଗୀତ ଗାଇବାକୁ ପଡ଼ିଥିଲା ।ତେଣୁ ମହାଶୟ ମୋର ବିନମ୍ର ଅନୁରୋଧ ଥରୁଟିଏ ଆପଣ ଆପଣଙ୍କ ଦୃଷ୍ଟିଭଙ୍ଗୀ ବଦଳାଇ ଦେଖନ୍ତୁ ନା ଶିଶୁ ମେଳା ରେ ଶିଶୁ ମାନଙ୍କୁ ଉତ୍ସାହିତ କରିବା ଟା କଣ୍ ସତରେ ଭୁଲ?
ମତାମତ ନିମନ୍ତେ ଧନ୍ୟବାଦ
ଧନ୍ୟବାଦ
ପ୍ରଥମେ ଆପଣକଂ ଦ୍ରୁଷ୍ଟିଭଂଗୀ ବଦଳାନ୍ତୁ କି ରଂଗବତୀ ପରିବେଷଣରେ ଭୂଲ ରିଦିମ୍ ରେ ନ୍ରୁତ୍ୟପରିବେଷଣ। ପିଲା ନାଚିବା କିମ୍ବା ବାହାଘର ବରଯାତ୍ରୀ ନାଚିବା କଥା ଅଲଗା । ଶିକ୍ଷକ ଶିକ୍ଷୟତ୍ରୀ ନାଚୁଛନ୍ତି ନା ? ରଂଗବତୀ ଏକ ଆନ୍ତର୍ଜାତିକ ସ୍ତର ରେ ଦର୍ଶକ ମାନ୍ୟତାପ୍ରାପ୍ତ ସଂଗୀତ ତାହାକୁ ଭୂଲ ପରିବେଷଣ କରି ସୋନାମହାପାତ୍ର ବ୍ୟାପକ ସମାଲୋଚିତ ହୋଇଥିଲେ ଜିତେନ୍ଦ୍ରୀୟ ହରିପାଲ ଓ କ୍ରିଷ୍ନା ପଟେଲ ଯେ ଗୀତର ଗାୟକ ଗାୟୀକାକୁଂ ପଚାରନ୍ତୁ ନାଚରେ କେତେ ବ୍ୟାପକ ବିକ୍ରୁତ ବିକଳାଂଗ ପରିବେଷଣ ଶିକ୍ଷକ ଶିକ୍ଷୟତ୍ରୀ କରିଛନ୍ତିଆପଣ ମଂଚରେ ସଭାର ବିଚାରକ ହୋଇପାରନ୍ତି କିନ୍ତୁ ସଂଗୀତ ନ୍ରୁତ୍ୟର ପ୍ରକ୍ରୁତ ବିଚାରକ ହେଉଛନ୍ତି ଦର୍ଶକ ଭୂଲକରିବା ମଣିଷର ସ୍ୱଭାବ ମାତ୍ର ନମାନିବା ଟା ଗାଲୁଆମି ।