breaking News ଜିଲ୍ଲାଖବର ଦୁର୍ଘଟଣା ରାଜ୍ୟଖବର

ଦୁର୍ଘଟଣାପରେ ରାସ୍ତାରେ ପଡିଥିବା ଗୁପ୍ ଚୁପ୍ଉଦ୍ଧାର!ଖାଇବ କିଏ ?

Spread the love

ବଦଳୁଛି ଲୋକକଂ ମାନସିକତା ଓ ମାନବିକତା । ଦିନେ ମାଂକଡରୁ ମଣିଷ ରେ କ୍ରମୋନ୍ନତି ହୋ ଇଥିବାର ବିଜ୍ଞାନ ଭିତ୍ତିକ ଦାବୀ ଆଜି ପ୍ରମାଣିତ ହେବାକୁ ଯାଉଛି।ଗତ ଦୁଇଦିନ ତଳେ ବାଲିଯାତ୍ରାରେ ରଂଗ କେମିକାଲ୍ ମିଶା ଖାଦ୍ୟଦ୍ରବ୍ୟ ଗୁଡିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଷ୍ଟ କରାଉଥିବା ବେଳେ ସାମାଜିକ ଗଣ ମାଧ୍ୟମରେ ମିଶ୍ରିତ ପ୍ରତିକ୍ରିୟା ସାଂଗକୁ ଦୋକାନୀକଂ ସପକ୍ଷରେ କେତେ ଆହାଃ .. ଚୁ…ଚୁ ଦେଖିବାକୁ ମିଳିଥିଲା ହେଲେଏଭଳିପ୍ରତିକ୍ରିୟା ରଖିଥିବା ଲୋକ କଂ ଭିତରୁ ମାତ୍ର କେତେଜଣ ପଦକ୍ଷେପକୁ ପୂର୍ଣ ପ୍ରାଣରେ ସ୍ୱାଗତ କରିଥିଲେ।ଏଭଳି ବ୍ୟବସାୟୀ ମାନକୁଂ ଆଗରୁ ପ୍ରଶାସନ ସତର୍କ ବି କରିଥିଲା ତଥାପି ଲାଭ ଓ ଲୋଭର ବଶବର୍ତ୍ତି ହୋଇ ସେମାନେ ଏଥିରୁ ବିରତ ହୋଇ ନ ଥିଲେ।ସେମାନକୁଂ ଗରୀବ ଦର୍ଶାଇବା କେବଳ ଅନୁକମ୍ପା କି ଅମାନବୀୟ ନୁହେଁ ବରଂ ଅକ୍ଷମଣୀୟ ଅପରାଧ ।ଏହି ସବୁ ବିଷାକ୍ତ ଖାଦ୍ୟକୁ ନିଜେ ଖାଇବା କିମ୍ବା ନିଜ ପ୍ରିୟ ପରିଜନକୁଂ ଖୁଆଇବାକୁ ଆମଭିତରୁ କେତେ ଜଣ ସହମତ ହୋଇପାରିବା ?ସେ ଭଳି ଘଟଣା ଆଜି ଦେଖିବାକୁ ମିଳିଛି କଟକ ଜିଲ୍ଲା ଅଡଶପୁର ବଜାରରେ। ସମୟ ଠିକ୍ ଦିନ ସାଢେ ବାରଟା ।ଫୁଲନଖରା -ନିଆଳି ୬୦ନମ୍ବର ରାଜ୍ୟ-ରାଜପଥର ଅଡଶପୁର ବଜାର ଦେଇ ଯାଉଥିବା ଏକ କାର୍ ଧକ୍କାଦେଇଥିଲା ବିହାର ଅଂଚଳରୁ ଆସି ଏଠାରେ ରାସ୍ତା ପାର୍ଶ୍ୱରେ ଠେଲାଗାଡିରେ ଗୁପଚୁପ ବ୍ୟବସାୟ କରୁଥିବା ଜଣେ ଯୁବକର ଠେଲାଗାଡିକୁ,ଘଟଣା ସ୍ଥଳରେ ଠେଲାଗାଡିର କାଚ ସୋ କେଶରୁ ଭାଂଗିପଡିଥିବା କାଚଖଣ୍ଡ,କିଛି ରକ୍ତ,ଓ ଗୁପଚୁପ ସବୁ ମିଶି ରାସ୍ତା ଉପରେ ବିଛାଡି ହୋଇପଡିଲା।ଗୁପଚୁପ ବ୍ୟବସାୟୀ ସଂପ୍ରୁକ୍ତ ବିହାରୀ ଯୁବକ ଜଣକଂ ରାସ୍ତାରୁ ଏହି ସବୁ ଗୁପଚୁପକୁ ଗୋଟାଇ ଉଦ୍ଧାର କରୁଥିବା ବେଳେ ଆମପ୍ରତିନିଧି ସେଠାରେ ଏହାର ଫଟୋଚିତ୍ର ଉତ୍ତୋଳନ କରିବାରେ ଜଣେ ପୁଲିସ ବାବୁ ଓ ଜଣେ ଦୁଇଜଣ ଦେଖଣାହାରୀ ଫଟୋ ଉଠାଇବାକୁ ବିରୋଧ କରିଥିଲେ।ତେବେ କାହିଁକି ଏ ବିରୋଧ ? ଆମେ ବୁଝିପାରିଲୁନି।ବ୍ୟବସାୟୀ ଜଣକଂ କଣ କାହାକୁ ମୋଫତରେ ଦାନ ଦେଉଛନ୍ତି ଏ ସବୁ ଖାଦ୍ୟ ସାମଗ୍ରୀ ?ରାସ୍ତାରୁ ରକ୍ତ ,ଭଂଗା,ଟୁକୁଡା କାଚ,ମଳମୂତ୍ର ଧୂଳି ମିଶ୍ରିତ ଏହି ସାମଗ୍ରୀକୁ କେଉଁମାନକୁଂ ବିକ୍ରି କରା ଯିବା ଉଦ୍ଦେଶ୍ୟରେ ଏତେ ସଯତ୍ନରେ ଗୋଟାଉଛନ୍ତି ଏହି ବ୍ୟବସାୟୀ ଜଣକଂ ? ବଜାର ହୋଇଥିବାରୁ ଘଟଣା ଦେଖୁଥିବା ଲୋକେ କିଛି ସମୟପରେ ଯେ ଜୁଆଡେ ଚାଲିଯିବେ।ରାସ୍ତାରୁ ଗହଳି କମିଲେ ରାସ୍ତାରୁ ଗୋଟାହୋଇଥିବା ଗୁପଚୁପ ପୁନଶ୍ଚ ଅନ୍ୟମାନକୁଂ ବିକ୍ରିହେବନି ତ ?ଦୂର୍ଘଟଣାର ଫଟୋଉଠାକୁ ବିରୋଧ କରୁଥିବା ଦେଖଣାହାରୀ ଓ ଓଲଟପୁର ମହିଳା ପୁଲିସ ଭଉଣି କଣ ତାଂକ ନିଜ ପରିବାର ଲୋକକୁଂ ଏହି ରାସ୍ତାରୁ ଗୋଟିଆ ଗୁପଚୁପ ଖୁଆଇପାରିବେ? ? ପ୍ରଫୁଲ୍ଲକର କଂ ଗଳ୍ପ “ଆମେସବୁ ମାଗଣା ଖିଆ “ଏଠାରେ ବେଶ୍ ପ୍ରଣିଧାନ ଯୋଗ୍ୟ । ଯାହାକି ଏକ ହୋଟେଲରୁ ସବୁଦିନେ ମାଗଣା ଖାଦ୍ୟର ଚାନ୍ଦା ଉଠାଉଥିବା ଜଣେ ପୁଲିସ ବାବୁକଂ ପୁଅକୁ ହୋଟେଲବାଲା ଅନ୍ୟମାନକଂ ଅଂଇଠା ଖାଦ୍ୟକୁ ଗୋଟେଇ ସାଇତିଥିବା ଓ ତାକୁ ଖଂଜି ଖାଂଜି ମାଗଣାରେ ଦେଉଥିବା କହିବାରେ ଜଣାପଡିଥିଲା ।କୌଣସି ବିନା ପ୍ରମାଣରେ ଏସବୁ ଲେଖୁନୁ ବରଂ ଆଜି ଘଟଣାର ଉତ୍ତୋଳିତ ଫଟୋ ଆମର ପ୍ରିୟ ପାଠକ ବନ୍ଧୁମାନକଂ ସ୍ୱଚକ୍ଷୁ ସଂଦର୍ଶନ ନିମନ୍ତେ ଏଠାରେ ଉପସ୍ଥାପନ କରୁଛୁ ।

ଦୁର୍ଘଟଣାପରେ ଭଂଗାକାଚ, ରକ୍ତମିଶା ଗୁପଚୁପ ରାସ୍ତାରୁ ଗୋଟାଇନେଉଛନ୍ତି ବିହାରୀ ବ୍ୟବସାୟୀ ୧୯।୧୧।୨୦୧୯

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]