ଜିଲ୍ଲାଖବର ଦୁର୍ଘଟଣା

ଦୁର୍ଘଟଣାରେ ମହିଳା କଲେଜ ଅଧ୍ୟକ୍ଷା ମୃତ!

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ନିରବୀ ଗଲା ସବୁ କାଳ ପାଇଁ ସେ ହାସ୍ୟମୟି ଲାସ୍ୟମୟୀଙ୍କ ସ୍ୱର, ନା ତାଙ୍କ ପ୍ରିୟ ଛାତ୍ରୀ,ସହକର୍ମୀ,ନା ବନ୍ଧୁ,ପ୍ରିୟ ପରି ଜନ ଶୁଣିବାକୁ ପାଇବେ ସେହି ମଧୁଛନ୍ଦାଙ୍କ ମଧୁର ସ୍ୱନ।ହଠାତ୍ କେହିକିଛି ସୁଚନା,ସୁରାକ ପାଇବା ଆଗରୁ ସବୁଯେମିତି ନିସ୍ତବ୍ଦ,ନିଶ୍ଚୁପ୍ ହୋଇଗଲେ ଆକାଶ,ପବନ,ମାଟି,ପାଣି।ହୁଏତ ଆଉ କିଛି ସମ ୟର ବ୍ୟବଧାନପରେ ସବୁକେମିତି ପର ହୋଇ ଯିବେ,ଏକା ଏକା ପାଉଁଶ ପାଲଟି ଯିବ ଶ୍ରଦ୍ଧାଞ୍ଜଳି ଙ୍କ ମରଶରୀର,ତାପରେ ବର୍ଷ,ମାସ,ଦିନ,ଦଣ୍ଡ ଆ ଗକୁ ଆଗକୁ ପାଦ ବଢ଼େଇବେ!ସ୍ମୃତିରେ ବି କାହା ର କେତେବେଳେ ଆସିଲେ ଚମକିପଡ଼ିବେ ହଠା ତ୍।ଛୋଟିଆ ଭୁଲ ନୁହେଁ ତ,ନିଜର ଏକ ବିରାଟ ଭୁଲ ଲାଗି ପ୍ରିୟ ଛାତ୍ରୀମାନଙ୍କୁ ଭଲମଣିଷ ହେବା ର ପରାମର୍ଶ ଦେଉଥିବା ସେଇ ଶ୍ରଦ୍ଧାଞ୍ଜଳି ଏବେ ସଭିଙ୍କ ସ୍ମୃତିରେ ଶ୍ରଦ୍ଧାର ଅଞ୍ଜଳିଭରା କୋହକୁ ପା ଥେୟ କରିବେ।ଆତ୍ମା ମରେ ନାହିଁ,ଯାତସ୍ୟ ହି ମୃ ତ୍ୟୁ ଧ୍ରୁବ ଆଦି ଯେତେ ଯାହା ଆଶ୍ଵାସନା,ପ୍ରବୋଧ ନା ନିଜକୁ ଦେଲେ ବି ତାହା ଅଭାବପଡିବ।କାର ଣ ଭୁଲର ପ୍ରାୟଶ୍ଚିତ ପାଇଁ ମିଳିଲାନି କ୍ଷମା,ମିଳି ଲା ମୃତ୍ୟୁଦଣ୍ଡ,ତାହା ପୁଣି ତତ୍କାଳ!!ଅନୁତାପ ଅ ଶ୍ରୁରେ ନିଜକୁ ସଂଖୋଳି ହେବ ସିନା,କିନ୍ତୁ ଈଶ୍ୱର ଙ୍କୁ ଦୋଷ ଦେଇବି ହେବନି।ସେ ଶୂନ୍ୟସ୍ଥାନ କେ ବେ,କଦାପି ପୂରଣ ହୋଇ ପାରିବନି।ଗୋବିନ୍ଦପୁ ର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରଦ୍ଧାଞ୍ଜଳି ନାୟକ(୪୭)ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଏକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିବାର ଦୁଃ ଖଦ ଖବର ସମସ୍ତଙ୍କୁ ହତଚକିତ କରିଛି।ମହାବି ଦ୍ୟାଳୟରୁ ନିଜ କାମ ସାରି ନିଜ ନା-ବାଳକ ପୁଅ ଚଳାଉଥିବା ସ୍କୁଟି ପଛରେ,ବିନା ହେଲମେଟରେ ଫେରୁଥିଲେ।ହଠାତ୍ ସ୍କୁଟି ଆଗକୁ ବୟାଳିସ ମୌ ଜା ଅନ୍ତର୍ଗତ,ଦେଉଳି ନିକଟ କଣ୍ଟୁଣିଆ ଠାରେ ତା ଙ୍କ ପୁଅ ଚଳାଉଥିବା ସ୍କୁଟିଆଗକୁ ଜଣେ ବୃଦ୍ଧବ୍ୟକ୍ତି ପଶି ଆସିଥିଲେ।ପୁଅ ହଠାତ୍ ସ୍କୁଟିର ବ୍ରେକ କଷି ଦେବାରୁ ପଛରେ ବସିଥିବା ଶ୍ରଦ୍ଧାଞ୍ଜଳି ଖସି ତଳେ ପଡ଼ି ଯାଇଥିଲେ,ଫଳରେ ତାଙ୍କ ମୁଣ୍ଡ ପଛପଟରୁ ମାଡହୋଇ ଯାଇଥିଲା।ସେଠାରେ ସେ ଚେତନା ଶକ୍ତି ହରାଇଥିଲେ।ଡାକ୍ତରଖାନା ପହଞ୍ଚିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।ଅଳ୍ପ କେତେଦି ନ ତଳେ ସେ ଏହି ସ୍କୁଟିଟି କିଣିଥିଲେ,ମାତ୍ର ଦୁର୍ଘଟ ଣାବେଳେ ତାଙ୍କ ମୁଣ୍ଡରେ ହେଲମେଟ ନଥିବା ଦେ ଖିବାକୁ ମିଳିଥିଲାବୋଲି କେତେକ ପ୍ରତ୍ୟେକ୍ଷ ଦ ର୍ଶୀଙ୍କ ତଥ୍ୟରୁ ଜଣାପଡ଼ିଛି।କେବଳ ସେତିକି ନୁ ହେଁ ସ୍କୁଟି ଚଳାଉ ଥିବା ନା-ବାଳକର ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ନଥିଲା ବୋଲି ସଦରଥାନାର ଜଣେ ପୁଲିସ କର୍ମଚାରୀଂକ ସୂତ୍ରରୁ ଜଣାପଡ଼ିଛି।୧୯୭୫ ଡିସେମ୍ବର ୬ ତାରିଖରେ ଜନ୍ମ ଶ୍ରଦ୍ଧାଞ୍ଜଳି ଙ୍କ ଜୀବନଦୀପ ମାତ୍ର ୪୭ବର୍ଷରେ ଲିଭି ଯାଇଛି।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

ନିଆଳି ବିଧାନସଭାଆସନ: ବିଜେପି ପ୍ରାର୍ଥୀଙ୍କର ଅଞ୍ଚଳ ସମସ୍ୟାକୁ ବାଦ୍ ଦେଇ ଜାତୀୟ ଇସୁରେ ମିଶନ ପୂରଣ ହେବ କେମିତି?କମୁଛି ନିଜ ଘରର ସମର୍ଥନ?(ଭାଗ-୩)

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ପୂର୍ବରୁ ଥିବା କଟକ ଜିଲ୍ଲା ଗୋବିନ୍ଦପୁର ବିଧାନସଭା […]