
ଦୁର୍ଘଟଣାରେ ଯବାନ ଶହୀଦ !
ଆନନ୍ଦପୁର ,୨୨/୪(ନି.ପ୍ର)ଦୁର୍ଘଟଣାରେ ଜଣେ ଯବାନ ଆଜି ଶୋଚନୀୟ ଭାବେ ପ୍ରାଣ ହରାଇଥିବା ଭଳି ଦୁଃଖଦ ଘଟଣା ଆଜି ସମସ୍ତଙ୍କୁ ବ୍ୟଥିତ କରିଛି।ପ୍ରାପ୍ତ ସୂଚନା ଅନୁଯାୟୀ,କେନ୍ଦୁଝର ଜିଲ୍ଲା,ଘଷିପୁରା ବ୍ଲକ୍ ଅନ୍ତର୍ଗତ,ଅତା ସାହି ପାଟଣା ଗ୍ରାମର ସୁଦାମ ଚରଣ ପୃଷ୍ଟି (୩୫)ପଶ୍ଚିମବଙ୍ଗ ର ସିଲିଗୁଡ଼ି ଠାରେ ଆର୍ମି ମେଡିକାଲରେ ଯବାନ ଭାବେ କାର୍ଯ୍ୟରତ ଥିବା ବେଳେ ଆଜି ଅପରାହ୍ନରେ ଏକ ସ୍କୁଟି ଯୋଗେ ପତ୍ନୀ ଓ ପୁତ୍ରକୁ ବସାଇ ବଜାର ଯାଇଥିଲେ।ସେଠାରେ ତାଙ୍କୁ ଅନ୍ୟ ଏକ ଗାଡି ଧକ୍କା ଦେଇଥିଲା।ଖବର ପାଇ ସେନା ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ସୁଦାମଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପତ୍ନୀ ଓ ପୁତ୍ର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ମୃତ ଯବାନଙ୍କର ନିକଟରେ ଜମୁ କାଶ୍ମୀରକୁ ବଦଳି ହୋଇଥିଲା।