ଦୁର୍ଘଟଣା ହେଲେ ଦାୟୀ କିଏ ?

କଣ୍ଟାପଡା ୧୩/୯ (ନି.ପ୍ର)- ସରକାର ବିଭିନ୍ନ ଯୋଜନାରେ କୋଟିକୋଟି ଟଂକା ଖର୍ଚ୍ଚ କରୁଛନ୍ତି । ଲୋକମାନକଂ ଦ୍ୱାରା ନିର୍ବାଚିତ ସରପଂଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ଯୋଜନା ଗୁଡିକର ସଫଳ ରୂପାୟନ କିପରି ହେବ ସେଥିନେଇପଦକ୍ଷେପ ନେଉଛନ୍ତି ହେଲେ କଟକ ଜିଲ୍ଲା , କଣ୍ଟାପଡା ବ୍ଲକ୍ ର ବଡପାଟସୁନ୍ଦରପୁର ପଂଚାୟତ ବାରସାଇଲୋ ଗ୍ରାମର ଦଳିତସାହି ଦେଇ ସାଇଲୋଝାରପଡା ପଂଚାୟତ ଓ ମୁଖ୍ୟ କେନାଲ ବନ୍ଧକୁ ସରକାରୀ ଯୋଜନାରେ ମାତ୍ର କେ ଇଟା ମାସ ତଳେ ନିର୍ମିତ ପକାସଡକ ଟିର ଅବସ୍ଥା କେହି ନିଜେ ନ ଦେଖିଲେ ବିଶ୍ୱାସ ଯିବା ସମ୍ଭବ ନୁହେଁ ରାତିକଥା ଛାଡ ଦିନରେ ବି ଏବାଟରେ ଯିବା ସାକ୍ଷାତ ଯମପୁରକୁ ଯିବା ସାଂଗେ ସମାନ । କଣକରୁଛି ପ୍ରଶାସନ ? କଣକରୁଛନ୍ତି ସରକାର ? ଭାବିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ । ମୁଖ୍ୟମନ୍ତ୍ରୀ ଟିକେ ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି ।