ଦେଶ-ପରଦେଶଖବର

ଦେଶ-ପରଦେଶ

Spread the love

ଖବର ସଂକ୍ଷେପରେ………

#କ୍ରୀଡା: ଭାରତ – ୱେଷ୍ଟ ଇଣ୍ଡିଜ ମଧ୍ୟରେ ଖେଳରେ ରହାଣେ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ। #ଯବାନ ପରିବାରକୁଂ ଆକ୍ରମଣ: ଇଣ୍ଡୋ – ତିବେତାନ ଯବାନକଂ ପରିବାର ସହିତ ହୋଇଥିବା ମାଡପିଟ୍ ଘଟଣାରେ ମୁଖ୍ୟମନ୍ତ୍ରୀ କମଳନାଥ ଯାଂଚ ଆଦେଶ ଦେବାସହ ପରିବାରକୁ ସଂପୂର୍ଣ ସୁରକ୍ଷା ଦେଇଥିବା କହିଛନ୍ତି। #ରାନୁମଣ୍ଡଳ: ପେଟ ଚାଖଣ୍ଡକ ପାଇଁ ଗୀତ ବୋଲି ରାଜରାସ୍ତାରେ ଭିକ ମାଗୁଥିବା ରାନୁମଣ୍ଡଳକଂ ସହ ଦୀର୍ଘ ୧୦ବର୍ଷ ଧରି ସଂପର୍କ ରଖି ନ ଥିବା ଝିଅର ମିଳନ ହୋଇଛି। ରାନୁକୁଂ ହିମେଶ ରେଶମିୟା ତାଂକ ପ୍ରଥମ ଷ୍ଟୁଡିଓ ରେକର୍ଡିଂ ପାଇଁ ୭ଲକ୍ଷ ଟଂକା ଦେଇଛନ୍ତି । ଏବେଏବେ ବଲିଉଡ ର ନାମୀ ଦାମି କଳାକାର ବି ରାନୁକୁଂ ଅଫରଦେବାକୁ ଆଗେଇ ଆସିଲେଣି #ଜାମୁ କାଶ୍ମୀର : ୩୭୦ଧାରା ଉଛେଦପରେ ଜାମୁକାଶ୍ମୀର ଘାଟିର ଅବସ୍ଥା ଏବେ ଶାନ୍ତପଡି ଆସୁଛି; ତେବେ ବିରୋଧୀଦଳ ଉତ୍ତେଜନା ବ୍ରୁଦ୍ଧି ଉଦ୍ୟମ ଲକ୍ଷ୍ୟରେ ଗସ୍ତରେ ଯିବାର କଟାକ୍ଷ କରି ଶିବସେନା ସାଂସଦ ସଂଜୟ ରାଉତ କହିଛନ୍ତି ଯେ ରାହୁଳଗାନ୍ଧୀ ଯଦି ମନୋରଂଜନ କରିବାକୁ ଜାମୁକାଶ୍ମିର ଯିବାକୁ ଚାହୁଁଥାନ୍ତି ଜଣେଇଲେ ଶିବସେନା ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦିଆଯିବ। —– #ବିହାରର ବାହୁବଳୀ ବିଧାୟକ ଆନନ୍ଦ ସିଂହ କଂ ସମର୍ଥନରେ ବିହାରର ପୂର୍ବତନ ମନ୍ତ୍ରୀ ତେଜସ୍ୱୀ ଯାଦବ ଲେଡିସିଂହମ୍ ଆଖ୍ୟା ପାଇଥିବା ଅତିରିକ୍ତ ପୁଲିସ ଏସ.ପି ଲିପି ସିଂହକୁଂ କଠୋର ସମାଲୋଚନା କରି ମୁସ୍କିଲରେ ପଡିଛନ୍ତି। ଗତକାଲି ଦିଲ୍ଲୀରୁ ବେଉର ଜେଲ କୁ ରିମାଣ୍ଡ ରେ ବିଧାୟକ ଆନନ୍ଦ ସିଂହ କୁଂ ନେବାକୁ ଯାଇଥିବା ଲିପି କଂ କାର ତାଂକ ଲୋକ ପ୍ରତିନିଧି ପିତାକଂର ଯାହା ଜେ.ଡି.ୟୁର ବେନାମି ସଂପତ୍ତି ତଥା ଟିକସ ମାରୁ ଅର୍ଥରେ କିଣାଯାଇଛି। # ଗ୍ରାହକ ମାନକଂ ସୁବିଧା ନିମନ୍ତେ ରିଜର୍ଭ ବ୍ୟାଂକ ଅଫ ଇଣ୍ଡିଆ ଅନ ଲାଇନ କାରବାରର ସମୟ ସୀମା ଆଜିଠାରୁଏକଘଣ୍ଟା ବ୍ରୁଦ୍ଧି କରିଛନ୍ତି,ଆଜି ଠାରୁ ଏହି ସମୟ ସକାଳ ୭ ଟାରୁ ସଂଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ହେବ ପୂର୍ବରୁ ସକାଳ ୮ଟାରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଥିଲା । #ପାକିସ୍ଥାନର ପୂର୍ବତନ ବିଦେଶ ମନ୍ତ୍ରୀ ହୀନା ରବାନି ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାଁ କୁଂ ସଂସଦ ଭିତରେ ଆକ୍ଷେପ କରି ‘ଅନାଡି ‘ବୋଲି କହିଲେ । # ରୁଷ ବିଶ୍ୱର ପ୍ରଥମ ଭାସମାନ ଆଣବିକ କେନ୍ଦ୍ର ପ୍ରସ୍ତୁତ କଲା #ମେହେବୁବା ମୁଫତି ଓ ଓମାର ଅବଦୁଲ୍ଲାକୁ ଜେଲରୁ ମୁକୁଳିବାକୁ ମୋଦି ସରକାର ସର୍ତ୍ତ ରଖିଲେ । ୩୭୦ ଧାରା ଉଛେଦକୁ ବିରୋଧ କରି ସେମାନେ ଗିରଫ ହୋଇଛନ୍ତି।ସର୍ତ୍ତ ଅନୁଯାୟୀ ଦେଶବିରୋଧୀ ଶକ୍ତିକଂ ସହ ସାମିଲ ନ ହେବା ଓ ପରିସ୍ଥିତି ବିଗିଡିବା ଭଳି ବୟାନ ବାଜି ନ କରିବା କୁ ସର୍ତ୍ତରେ ରହିଛି।ଉମର ଅବଦୁଲ୍ଲା ଏଥିରେ ମତ ଦେବାକୁ ଅଧିକ କିଛି ସମୟ ଲୋଡିଥିବା ବେଳେ ହୁରିୟତ ନେତା ମୀରୱାଇଜ ଉମର ଫାରୁକ୍ କୁଂଏହି ସପ୍ତାହରେ ଛାଡକରାଯିବ । ଉମର ଅବଦୁଲ୍ଲାହ କୁଂ ହରି ନିବାସରେ ଓ ମହବୁବା ମୁଫତି କୁଂ ଚଷ୍ମାସାହି ଅତିଥିଶାଳାରେ ନଜରବନ୍ଦୀ କରାଯାଇଛି ।ଉମରକଂ ପିତା ଓ ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ କୁଂ ମଧ୍ୟ ଗୁପକର ରୋଡ୍ ସ୍ଥିତ ନିଜଘରେ ନଜର ବନ୍ଦୀ କରି ରଖାଯାଇଛି ।

Leave a Reply

Your email address will not be published. Required fields are marked *

ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପଥରେ କେନ୍ଦ୍ରରେ ଆଉଥରେ ମୋଦୀ ସରକାର!!

Spread the love

Spread the loveବ୍ୟୁରୋ ନିଉଜ,୨୫/୦୫ ସାଧାରଣ ନିର୍ବାଚନର ଅନ୍ତିମଚରଣ କେବଳ ଏବେବାକି,ସମସ୍ତଙ୍କ ମନରେ […]

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ରାଜ୍ୟ ବାର କାଉନସିଲ ମାନେ ଅଧିବକ୍ତା ପଞ୍ଜିକରଣ ଦେୟ ୬୦୦ଟଙ୍କାରୁ ଅଧିକ ନେଇପାରିବେ ନାହିଁ

Spread the love

Spread the loveକଟକ(ସ୍ଵ.ପ୍ର)ଦେଶର ସର୍ବୋଚ୍ଚ ଅଦାଲତ ମାନ୍ୟ ବର ସୁପ୍ରିମ କୋର୍ଟଙ୍କ ଐତିହାସିକ […]

ଏସ.ଭି ନିର୍ତାର,ଓଲଟପୁରର ନୂତନ ୧୦୦ ଶଯ୍ୟା,କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

Spread the love

Spread the loveଓଲଟପୁର ସ୍ଥିତ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି […]