ଦେଶ-ପରଦେଶଖବର

ଦେଶ-ପରଦେଶ

Spread the love

CAA ସାରାଦେଶରେ ଲାଗୁହେଲା —————————————————- ସମର୍ଥନ ବିରୋଧ ଲାଗି ରହିଥିବା ସତ୍ତ୍ୱେ ଜାନୁୟାରୀ ୧୦ ତାରିଖରୁ ସାରା ଦେଶରେ CAA ବା ନାଗରିକତା ସଂଶୋଧନ ଆଇନ ଲାଗୁ ହୋଇଛି।ଏ ସଂପର୍କରେ କେନ୍ଦ୍ରସରକାର ପ୍ରକାଶିତ ରାଜପତ୍ର ଜରିଆରେ ଅଧିସୂଚନା ଜାରୀ କରିଛନ୍ତି।ଶୁକ୍ରବାର ଜାରୀ ହୋଇଥିବା ଉକ୍ତ ବିଜ୍ଞପ୍ତି ଅନୁଯାୟୀ,ଏଣିକି ପାକିସ୍ତାନ, ଆଫଗାନିସ୍ତାନ,ଓ ବଂଗଳାଦେଶରେ ପ୍ରତାରିତ,ଉତ୍ପିଡୀତ ସ୍ୱଳ୍ପ ସଂଖ୍ୟକ ହିନ୍ଦୁ, ଇସାଇ,ଶିଖ, ବୌଦ୍ଧ,ପାର୍ସି,ଓ ଇହୁଦୀକୁଂ ଭାରତୀୟ ନାଗରିକତା ଦେବାକୁ ଏହି ଆଇନରେ ବ୍ୟବସ୍ଥା ରହିଛି।ନାଗରୀକତା ସଂଶୋଧନ ବିଧେୟକ ଡିସେମ୍ବର ୧୦ତାରିଖରେ ପ୍ରଥମେ ଲୋକସଭାରେ ଓ ଏହାର ଦିନକ ପରେ ରାଜ୍ୟ ସଭାରେ ପାରିତ ହୋଇଥିଲା,ଡିସେମ୍ବର ୧୨ତାରିଖରେ ରାଷ୍ଟ୍ରପତିକଂ ସ୍ୱାକ୍ଷରପରେ ଏହା ଆଇନରେ ପରିଣତ ହେଲା।ଉକ୍ତ ଆଇନ ବିରୁଦ୍ଧରେ ଦେଶର କେତେକ ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ ବହୁସଂଖ୍ୟାରେ ଲୋକେ ଏହାକୁ ସମର୍ଥନ କରିଥିଲେ।ବିଲ୍ ବିରୁଦ୍ଧରେ ଆସାମରୁ ପ୍ରଥମେ ବିରୋଦ୍ଧ ପ୍ରଦର୍ଶନ ହୋଇଥିବା ବେଳେ ଦେଶର ଅନ୍ୟକିଛି ସହରକୁ ଏହା ପହଂଚିଥିଲା । ଉତ୍ତରପ୍ରଦେଶ,ଦିଲ୍ଲୀ,କର୍ଣାଟକରେ ହିଂସା ହୋଇଥିଲା।ଉତ୍ତରପ୍ରଦେଶରେ ୧୯ଜଣ ଓ କର୍ଣାଟକରେ ୩ଜଣ ହିଂସା ଜନିତ ମ୍ରୁତ୍ୟୁର ଶୀକାର ହୋଇଥିଲେ।ଏହାସତ୍ତ୍ୱେ ବିଲର ଉପକାରୀତା ସପକ୍ଷରେ ଖୋଲାଖୋଲି ପ୍ରଦର୍ଶନ,ସମର୍ଥନ ଓ ଶୋଭାଯାତ୍ରା ମାନ ଦେଶ ସାରା ଦେଖିବାକୁ ମିଳିଥିଲା।ଦେଶର ଗ୍ରୁହମନ୍ତ୍ରୀ ଅମିତଶାହ କୌଣସି ପରିସ୍ଥିତିରେ ଏହି ଆଇନରୁ ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ରୋକ ଠୋକ ଭାବେ ବାରମ୍ବାର କହିଆସିଥିଲେ

Leave a Reply

Your email address will not be published. Required fields are marked *

ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପଥରେ କେନ୍ଦ୍ରରେ ଆଉଥରେ ମୋଦୀ ସରକାର!!

Spread the love

Spread the loveବ୍ୟୁରୋ ନିଉଜ,୨୫/୦୫ ସାଧାରଣ ନିର୍ବାଚନର ଅନ୍ତିମଚରଣ କେବଳ ଏବେବାକି,ସମସ୍ତଙ୍କ ମନରେ […]

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ରାଜ୍ୟ ବାର କାଉନସିଲ ମାନେ ଅଧିବକ୍ତା ପଞ୍ଜିକରଣ ଦେୟ ୬୦୦ଟଙ୍କାରୁ ଅଧିକ ନେଇପାରିବେ ନାହିଁ

Spread the love

Spread the loveକଟକ(ସ୍ଵ.ପ୍ର)ଦେଶର ସର୍ବୋଚ୍ଚ ଅଦାଲତ ମାନ୍ୟ ବର ସୁପ୍ରିମ କୋର୍ଟଙ୍କ ଐତିହାସିକ […]

ଏସ.ଭି ନିର୍ତାର,ଓଲଟପୁରର ନୂତନ ୧୦୦ ଶଯ୍ୟା,କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

Spread the love

Spread the loveଓଲଟପୁର ସ୍ଥିତ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି […]