
ଦେଶ – ପରଦେଶ
ଗୁଜୁରାଟ: ସାମାଜିକ ଗଣ ମାଧ୍ୟମରେ ପ୍ରସାରିତ ଏକ ଖବର ଜନସାଧାରଣରେ ବିସ୍ମୟ ସୃଷ୍ଟି କରିଛି।କେତେକ ଏହାକୁ ଭଗବାନଙ୍କ ଅଂଶ ବିଶେଷ ଭାବି ପୂଜାର୍ଚ୍ଚନା କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ,ଗୁଜୁରାଟର ସୋନଗଡ ତାଲୁକ୍,ତପି ନଦୀ କୂଳରେ ଥିବା ସେଲଟିପଡ଼ା ଗ୍ରାମରେ ୪ଗୋଡ଼ ବିଶିଷ୍ଟ ଏକ ଛେଳିଛୁଆ ଜନ୍ମ ଗ୍ରହଣ କରିଥିବା ବେଳେ,ଗୋଡ଼ଠାରୁ କାନ ପର୍ଯ୍ୟନ୍ତ ଛେଳି ଶରୀର ବିଶିଷ୍ଟ,ମାତ୍ର ମୁଣ୍ଡ ,ମୁଁହ ମଣିଷ ପରି।ଘଟଣାଟି ଅଜୟ ଭାଇ ବାସବ ନାମକ ଜଣେ ଚାଷୀଙ୍କ ଘରେ ଦେଖିବାକୁ ମିଳିଛି।ମଣିଷ ଆକୃତିର ମୁଁହ,କପାଳ,ଆଖି ,ପାଟି ଓ ଦାଢ଼ୀର କିଛି ଅଂଶ ମଣିଷ ପରି।ମାତ୍ର ଲାଞ୍ଜ ନାହିଁ।ଜନ୍ମର ମାତ୍ର ୧୦ ମିନିଟ ମଧ୍ୟରେ ଛେଳି ଛୁଆଟିର ମୃତ୍ୟୁ ଘଟିଥିଲେ ହେଁ ଦେଖଣାହାରୀ ମୃତ ଶବକୁ ତ୍ୟାଗ କରିବା ଆଗରୁ ଈଶ୍ବରଙ୍କ ଅଂଶ ବିଚାର କରି ପୂଜାର୍ଚ୍ଚନା କରିଥିଲେ।



