ଦୁର୍ନିତି

ଦୋଳପୂର୍ଣିମା ଆମ ଗାଁ ର..

Spread the love

ସଂପାଦକୀୟ…….

ଶ୍ରୀରାଧା ଓ ଶ୍ରୀକ୍ରୁଷ୍ଣକଂ ସ୍ୱର୍ଗୀୟ,ଶାଶ୍ୱତ,ପଦ୍ମପତ୍ରରେ ଢଳଢଳ ଜଳ ସଦ୍ରୁଶ ପ୍ରେମ,ମିଳନ ଓ ବିରହ ରାସ-ରସର ସୁନ୍ଦର ବାଖ୍ୟାନ ମଧ୍ୟରେ ରହିଛି ଦୋଳଯାତ୍ରା ,ରଂଗ ଅବିରରେ ଫଗୁଖେଳ ପରମ୍ପରା,ବିମାନରେ ଦିଅଁ ସାହି ବୁଲିବାର ପଛରେ ରହିଛି ରୋଚକ କିମ୍ବଦନ୍ତୀ ତଥା କାହାଣୀ

ଦୋଳ ଯାତ୍ରା ପରମ୍ପରାର ଉତ୍ପତ୍ତି- କିମ୍ବଦନ୍ତୀ ଓ କାହାଣୀକୁ ଭିତ୍ତିକରି ରଚିତ ଗୋପାଳ ଓଗାଳରୁ ଜଣାପଡେ ଯେ ଦିନେ ଗୋପ ରାଣୀ ରାଧିକା ଲ ଳିତା ବିଶାଖାଆଦି ସଖିମାନକଂ ସହିତ ଯମୁନା ନଦୀକୁ ସ୍ନାନ କରିବାକୁ ଯାଇଥିବା ବେଳେ ନଦୀର ବାଲି ଉପରେ ପାଲଟା ବସନ ସହିତ ନିଜପିନ୍ଧିଥିବା ସୁନା ଅଳଂକାରକୁ ରଖିଥିଲେ।ଏହି ସମୟରେ ଏକ ଚିଲ୍ଲ କାହୁଁ ଆସି ଖାଦ୍ୟ ଭାବି ଚକ ଚକ ଦିଶୁଥିବା ସୁନାର କାନ ତାଟକ ଟିକୁ ଉଠାଇନେଲା।କଦମ୍ବ ଡାଳରେ ବସି ଥଣ୍ଟ ମାରିବାପରେ ତାହା ଖାଦ୍ୟ ନୁହେଁ ଜାଣି ଥଣ୍ଟରୁ ଛାଡିଦେବାରୁ ତାଟକ ଟି କୁଂଜ ବନରେ ପଡିଲା।ଏଣେ ରାଧାରାଣୀ ସବୁ ସୁନା ଅଳଂକାର ମଧ୍ୟରେ ତାଟକ ଟିକୁ ନ ଦେଖି ସଖିମାନକଂ ସହ ବହୁ ଖୋଜା ଖୋଜି କରି ନିରାଶ ହେଲେ। କେହି ତ ଆସିନି ନେଲା କିଏ ?ଏଣେ ତାଟକ ମିଳୁନି ତେଣେ ଘରେ ଜଣେଇଲେ ଶାଶୁକଂ ଗଂଜଣା ମିଳିବା ଭୟରେ ମନଦୁଃଖରେ ରହିଲେ।କିଛିଦିନ ପରେ କୁଂଜବନରେ ଖେଳୁଥିବା ବେଳେ ସୁଦାମା,ସୁବଳ ତାଟକ ଟିକୁ ପାଇ ସାଥିରେ ଥିବା କହ୍ନେଇକୁ ଦେଖାନ୍ତେ ନିଷ୍ପତ୍ତି ହେଲା ଏହାକୁ ସମସ୍ତ ଗୋପପୁର ବାସୀକୁଂ ଦେଖେଇ ଯାହାର ତାଟକ ତାକୁ ଫେରେଇଦେବା।ଜିମାରେ ଥିବା ସୁନା ତାଟକ ନେଇ କହ୍ନେଇ ଚିନ୍ତା କଲେ ଏଡେ ସୁନ୍ଦର ମୀନା କରା ସୁନାର ତାଟକଟି ଯାହାର,ସେ ନିଶ୍ଚୟ ଜଣେ ରୂପଲାବଣ୍ୟବତୀ ହୋଇଥିବ ତେଣୁ ତାଟକ ଫେରେଇବା ଅବସରରେ ଟିକେ ଦେଖିବାର ସୁଯୋଗ ତ ମିଳିବ ! ସେମାନେ ଯେତେ ଯାହାକୁଂ ତାଟକ ଦେଖେଇଲେ ବି କେହି କହି ପାରିଲେନି ଏହା କାହାର ବୋଲି।ତହୁଁ ସାଥୀ ସୁଦାମା ଓ ସୁବଳ ପରାମର୍ଶ ଦେଲେ ଯେ ଗୋପର ଠାକୁରାଣୀ ପୌର୍ଣମାସୀଦେବୀକୁଂ ଧ୍ୟାନ କର ସେ କହିଦେବେ ତାଟକଟି କାହାର?ତଦନୁଯାୟୀ କହ୍ନେଇ ଏକାନ୍ତରେ ପୌର୍ଣମାସୀକୁଂ ଧ୍ୟାନ କରନ୍ତେ ସେ ଦେଖାଦେଇ ପଚାରିଲେ କେଉଁ ସମସ୍ୟା ପାଇଁ ସ୍ମରଣ କଲ?କହ୍ନେଇ ସମସ୍ତ ବ୍ରୁତ୍ତାନ୍ତ କହିଲେ ଓ ତାଟକ ଫେରାଇବା ଅବସରରେ ସେହିଅପୂର୍ବ ସୁନ୍ଦରୀ ହୋଇଥିବା ଗୋପନାରୀକୁଂ ଦେଖିବାର ସୁଯୋଗ ମିଳିବାର ଆକାଂକ୍ଷା ରଖିଥିବା ଜଣାଇଲେ।ଠାକୁରାଣୀ କେମିତି ସେ ତାଟକକୁ ଚିଲ ନେଲା, ପୁଣି ଫିଂଗିଦେଲା କହିବା ସହିତ ବତେଇଦେଲେ ଯେ ଯଦି ଏହାର ସତ୍ୟତା ଜାଣିବକୁ ଚାହୁଁଛ ତେବେ ଏକ ବିମାନ ନିର୍ମାଣ କର, ଫାଲଗୁନ ଶୁଳ ଦଶମୀରେ ବିମାନଆଗରେ ତାଟକ ଟିକୁ ଟଂଗେଇ,କହ୍ନେଇ ନିଜେ ସେଥିରେ ବସି ସାହି ସାହି ପରିକ୍ରମା କର ତାଟକଟି ଯାହା ଆଖିରେ ପଡିବ ସେ ତାକୁ ଚିହ୍ନିବ।ଦେବୀକଂ ଆଦେଶ କହ୍ନେଇ ସଂଗେସଂଗେ ସାଥୀ ସୁଦାମ ଓ ସୁବଳକୁଂ ଜଣେଇବାପରେ ତୁରନ୍ତ ଶିଳ୍ପୀ ଡକେଇ ବିମାନ ନିର୍ମାଣ ହେଲା ସେଥିରେ ସାଜସଜ୍ଜା ଓ ଅଗରୁ ଚନ୍ଦନ ବାସରେ ବିମାନ ମହକିଲା ତାଟକ ଲଗାଇ କହ୍ନେଇ ଗୋପ ନଗରୀକୁ ପରିକ୍ରମା କଲେ ଓ ତାଟକଟିକୁ ରାଧାରାଣୀ ନିଜର ବୋଲି ଚିହ୍ନଟ କଲେ।ସେଇଦିନୁ ଏହି ଜନଶ୍ରୁତି କିମ୍ବଦନ୍ତୀ ଆଧାରରେ ଦୋଳବିମାନ ଯାତ୍ରା ପରମ୍ପରା ଚଳି ଆସୁଛି ବୋଲି ବିଶ୍ୱାସ କରାଯାଉଛି।ଏହି ଗୋପାଳ ଓଗାଳକୁ ସୁନାମଧନ୍ୟ ଓଡିଆ ପାରମ୍ପରିକ ଭକ୍ତି ସଂଗୀତ କଣ୍ଠଶିଳ୍ପୀ ନରେନ୍ଦ୍ର କୁମାରକଂ କଣ୍ଠରେ ରୂପଦେଇଛନ୍ତି ଓଡିଆ ସାହିତ୍ୟ ସଂଗୀତର ପ୍ରତିଷ୍ଠିତ ଷ୍ଟୁଡିଓ “ସିଦ୍ଧାର୍ଥ ମ୍ୟୁଜିକ” ଯାହା ଏଥିସହିତ ଦର୍ଶାଯାଇଛି।

ଆମ ଗାଁ ଠାକୁରକଂ ପ୍ରାଚୀନତା ଓ ଶ୍ରୀ ବଳରାମଜୀଉକଂ ମଠରେ ପଂଚସଖା ଓ ଶ୍ରୀଚୈତନ୍ୟକଂ ପଦାର୍ପଣ-: ମାଳିକା ବର୍ଣିତ ଓ ଶ୍ରୀମନ୍ଦିର ମାଦଳା ପାଂଜିର ତଥ୍ୟ ବିଜଡିତ ଚଉପଡାର ଶ୍ରୀ ବଳରାମଜିଉକଂ ସ୍ଥାପନା ସାବ୍ୟସ୍ତତାର କୌଣସି ସଠିକ ଐତିହାସିକ ପ୍ରାମାଣିକ ତଥ୍ୟ ମିଳି ନଥିବା ବେଳେ ଓଡିଶାରେ ଗଂଗ ବଂଶ ରାଜତ୍ୱ କାଳ ଓ ଗୌଡୀୟ ବୈଷ୍ଣବ ଶାସନକାଳ,ବୈଷ୍ଣବ ଧର୍ମର ପ୍ରଚାର ପ୍ରସାର,ଗଢିଉଠିଥିବା ବିଭିନ୍ନ ମଠବାଡି ସ୍ଥାପନାର ସମସାମୟୀକ ସମୟ କାଳ ଭାବେଧରା ଯାଇପାରେ।କେହି କେହି ଏହାକୁ ଖଣ୍ଡନ କରି କୁହନ୍ତି ଜଣେ ପଶ୍ଚିମା ନାଗା ବାବା ଆଣିଥିବା ଶାଳଗ୍ରାମ ମୂର୍ତ୍ତୀକୁ ଏବେକାର ଲିମ୍ବମୂଳ ଚକ(ଜମି)ରେ ଏକ ଲିମ୍ବ ମୂଳରେ କୁଡିଆ ତଳେ ରଖି ପୂଜା କରୁଥିଲେ। ଆଉ ଅନେକକଂ ମତ ଯେ ଚଉପଡା ର ବ୍ରାହ୍ମଣ ସାହିରେ ଥିବା ଏହିଶାଳଗ୍ରାମ ମୂର୍ତ୍ତି ପୂଜା ଅବହେଳା ନେଇ ସ୍ୱପ୍ନାଦ୍ଦେଶ କ୍ରମେ ଠାକୁରକୁଂ ମଠକୁ ସ୍ଥାନାନ୍ତର କରା ଯାଇଥିଲେ।ଠାକୁରକଂ ସେବା ପୂଜା ନିମନ୍ତେ ୭୨ଏକର ସଂପତ୍ତିରୁ ଏବେପ୍ରାୟ ୫୫/୫୮ଏକର ରହିଛି ସରକାରୀ ଦେବୋତ୍ତର ବିଭାଗ ପରିଚାଳନାରେ ଥିବା ମଠଟିର ପୌରାଣିକ ବିଶେଷତ୍ତ୍ୱ ଏହି ଯେ ଠାକୁରକଂ ସଂପତ୍ତିରୁ ପରୋକ୍ଷ ବା ପ୍ରତ୍ୟେକ୍ଷ /ପରୋକ୍ଷରେ ଯେ ବି କାଣିଚାଏ ଖାଇଛି କି ଉଜାଡିଛି ସୁଧମୂଳ ଅସୁଲ ସହ ତାକୁ ଅକାଳରେ ଭିନ୍ନ ଭିନ୍ନ ପ୍ରକାରରେ ମ୍ରୁତ୍ୟୁ ଦଣ୍ଡ ହିଁ ମିଳିଛି।ଯାହାର ଶତାଧିକ ପ୍ରମାଣ ଲୋକମୁଖରେ ବହୁଳ ପ୍ରସାରିତ।ସ୍ଥାନୀୟ ବଡପାଟସୁନ୍ଦରପୁର ଗ୍ରାମର ଅବସର ପ୍ରାପ୍ତ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ମାନଗୋବିନ୍ଦ ବିଶ୍ୱାଳକଂ ମଠ ପ୍ରସଂଗରେ ଆନ୍ଦୋଳନ ବେଳର ବକ୍ତବ୍ୟ ଅନୁଯାୟୀ ସାଇଲୋ ଝାରପଡାଗ୍ରାମର ସ୍ୱର୍ଗତଃ ପ୍ରେମାନନ୍ଦ ମହାପାତ୍ର ପରୋକ୍ଷ/ପ୍ରତ୍ୟେକ୍ଷ ପରିଚାଳନା ଦାୟୀତ୍ୱରେ ଥିଲେ।ଦିନେ ବଳରାମଜୀଉକଂ ସ୍ୱପ୍ନାଦ୍ଦେଶ ହେଲା କି”ମୋ ସଂପତ୍ତି ତୋ ଯୋଗୁ ହଡପ ହେଉଛି ୬ମାସ ଭିତରେ ତୋ ସ୍ତ୍ରୀ ମରିବ”ଏକଥା ସେ ବ୍ୟସ୍ତବିବ୍ରତ ଭାବେ ମାନ ଗୋବିନ୍ଦ ବିଶ୍ୱାଳସାରକୁଂ କହିଥିଲେ। ସାର ତାଂକୁ ସ୍ୱପ୍ନ କୁ ସତ ନ ଭାବି ହାଲୁକା ଭାବେ ନେବାକୁ ପରାମର୍ଶ ଦେଲେ। କିଛି କାରଣ ନ ଥାଇ ହଠାତ ୩ମାସ ଭିତରେ ପ୍ରେମାନନ୍ଦ ବାବୁକଂ ଭଲ ସ୍ୱାସ୍ଥ୍ୟ ଥିବା ପତ୍ନୀକଂ ବିୟୋଗ ଘଟିଲା।ଆଜିକୁ ପ୍ରାୟ ୫ବର୍ଷ ତଳର ଘଟଣା ମଠରେ ପାଢୀ ନିର୍ବାହୀଅଧିକାରିକଂ ଅନିୟମିତତା ବିରୁଦ୍ଧରେ ଗ୍ରାମବାସୀ ମଠସାମ୍ନାରେ ଧାରଣା ଦେଇଥାନ୍ତି।ପାଢୀ ମହାଶୟ ମଠଜମି ବାର୍ଷିକନିଲାମରେ ଅନିୟମିତ ତା କରିବା ଆଶଂକାରେ ଆମେସବୁ ତାଂକଦ୍ୱାରା ନିଲାମ ନ କରି ବନ୍ଦ ରଖିବାକୁ ପ୍ରବଳ ବିରୋଦ୍ଧ କରୁଥାଉ।ଏମିତି ଅନିଶ୍ଚିତ ତା ଭିତରେ ନିଲାମ ହୋଇପାରିବ କି ନା ସମସ୍ତେ ସନ୍ଦେହରେ ଥାନ୍ତି।ହଠାତ ରାତ୍ରିରେ ସ୍ୱପ୍ନଟେ ଦେଖିଲି ‘ଜଣେ ପଇତା ପଡିଥିବା କମ ଉଚ୍ଚତାର କାଠ ଲଂଗଳଧାରୀ ମୋତେ ଦେଖାଦେଲେ କହିଲେ’ମୋ ଜମି ନିଲାମକୁ ବିରୋଦ୍ଧ କରୁଛୁ ମୋ ସେବା ନିତୀ ହେବ କେମିତି?ମୁଁ ଚଳିବି କେମିତି?’।ଏତିକି କହି ଉଭାନ।ଉଠିପଡି ଘଣ୍ଟା ଦେଖିଲି ରାତି ସେତେବେଳକୁ୨.୧୦,ପାଖରେ ନିଦରେ ଶୋଇଥିବା ପତ୍ନୀକୁଂ ଡାକି ଉଠାଇଲି ଓ ସ୍ୱପ୍ନ କଥାଟି ଜଣେଇ,ମତାମତ ମାଗିଲି।ଦିନେହେଲେ ମୋର କେଉଁ କାମରେ ହସ୍ତକ୍ଷେପ କରି ନ ଥିବା ପତ୍ନୀ କହିଲେ’ମୁଁ ଅବା କଣ କହିବି? ତୁମେ ଯାହାଉଚିତ ହେବ କରିବ’।କଣ କରିବି ଆନ୍ଦୋଳନର ମୁଖ୍ୟରେ ମୁଁ,କେମିତି ପଛକୁ ହଟିବି?ଭାବୁଭାବୁ ନିଦଲାଗିଗଲା ରାତିପାହିଲା।ନିତ୍ୟକର୍ମ କରୁଥାଏ ଭାବୁଥାଏ କଣ କରିବି ଆଜି ତ ନିଲାମ ତାରିଖ,ଗାଁ ବାଲାକଂ ଆନ୍ଦୋଳନ ଚରମ ମୋଡରେ।ଏମିତି ବେଳରେ ନିଲାମର ଅବ୍ୟବହିତ ପୂର୍ବରୁ ହଠାତ ପହଂଚିଲେ ଶ୍ରୀ ବିଭୁପ୍ରସାଦ ପଣ୍ଡା (ଓ.ଜେ.ଏସ୍)ଅତିରିକ୍ତ ସହକାରୀ ଦେବୋତ୍ତର କମିଶନର,ଓଡିଶା।ଘଟଣାର ଶାନ୍ତିପୂର୍ଣ ସମାଧାନ ନିମନ୍ତେ ଗ୍ରାମବାସୀକଂ ସହଯୋଗ ନେଇ ନିଜେ ନିଲାମ କାର୍ଯ୍ୟ ପରିଚାଳନା କଲେ।ସଂଧ୍ୟା ପର୍ଯ୍ୟନ୍ତ ଉପସ୍ଥିତ ରହି ଆଦାୟ ଲକ୍ଷାଧିକ ଟଂକାକୁ ନିଜେ ନେଇ ବ୍ୟାଂକରେ ଜମାକଲେ,ପାଢୀବାବୁକୁଂ ବିଦାକଲେ।

ଅଲୌକିକତା :- ଦୋଳ ଭୋଗ ଖାଇବା ଅବସର ରେ ବିମାନରୁ ଖସିପଡି ବହୁଥର ଠାକୁର ହଜିଛନ୍ତି ହେଲେ ରାତ୍ରୀର ସ୍ୱପ୍ନାଦ୍ଦେଶ ପରେ ନିର୍ଦ୍ଦିଷ୍ଟ ସ୍ଥାନରୁ ମିଳିଛନ୍ତି । ଥରକର କଥା ଠାକୁର ହଜିଥିଲେ ହେଲେ ବହୁ ଖୋଜାଖୋଜି ପରେ ମିଳିଲେନି। ବିଲ ହଳ ବୁଲିଲାବେଳେ ମିଳିଲେ ହେଲେ ଲଂଗଳବାଜି ପଛପାର୍ଶ୍ୱରୁ ଛୋଟଅଂଶ ଭାଂଗିଯାଇଥିଲେ ସେ ବାଟରେ ସ୍ପଷ୍ଟ ଦେଖି ହେଉଛି ନାଭି ଅଂଶ ଠିକ୍ ବିଦ୍ୟାଳୟ ମାନକଂର ତିନି ଥାକିଆ ସିମେଣ୍ଟ ନିର୍ମିତ ପତାକା ଷ୍ଟାଣ୍ଡପରି। ଆଉ ଶଗଡ ଚକାର ବାହାରକୁ ବାହାରିଥିବା ଅକ୍ଷଦଣ୍ଡ ପରି ଯେମିତି, ମଣିଷ ଶିଶୁର ନାଭି ଛେଦନର ଅଂଶବିଦାୟୀ ପୂଜକକଂଠୁ ବର୍ତ୍ତମାନ ପର୍ଯ୍ୟନ୍ତ କୁହନ୍ତି ଖରାଦିନେ ଠାକୁରକୁ ଚନ୍ଦନ ସମୟରେ ପିତ୍ତଳ ଥାଳିରେ ଚାପଖେଳିବାକୁ ଛାଡିବାପରେ ଅନ୍ୟ ଠାକୁରକଂ ଭିତରୁ ବଳରାମଜିଉକଂ ଶାଳଗ୍ରାମ ଭିନ୍ନତା ଦେଖିବାକୁ ମିଳେ ବହୁସମୟ ଯାଏ ପ୍ରତେହ ଭୁଟିଉଠୁଥାଏ । ବଳରାମଜିଉକଂ ସହିତ ପରେ ଘରୋଇ ଭାବେ ସ୍ଥାପିତ ଶ୍ରୀ ଗୋପାଳଜିଉକୁଂ ସାନଭାଇ ଭାବେ ମାନ୍ୟତା ଦିଆ ଯାଇଛି।ଉଭୟ ଏକାସଂଗେ ଭୋଗ ଖାଇଥାନ୍ତି ବିମାନରେ ବୁଲିଥାନ୍ତି।ଗତକାଲି ଏହି ଦୁଇଠାକୁରଂକ ଥିଲା ମେଣ୍ଢା କୁଡିଆ ପୋଡାଉତ୍ସବ।ଗାଁ ର ପ୍ରାୟ ଲୋକ ପ୍ରତିବର୍ଷ ଏହିଦିନ ଏକାଠି ହୋଇଥାନ୍ତି।ବିରାଟ ବାଣ ରୋଷଣି ପଟୁଆରରେ ଠାକୁରକଂ ମେଣ୍ଢାକୁଡିଆ ପ୍ରଦକ୍ଷିଣ ପରେ ଶେଷ ହୁଏ ବସନ୍ତ ରୁତୁ।ଯାହା ରୁତୁଚକ୍ର ପରିବର୍ତ୍ତନ ଓ ବିଜ୍ଞାନର ଆହ୍ନିକ ଓ ବାର୍ଷିକ ଗତିସହ ଜଡିତ।ରାତିରେ ଲଉଡିଖେଳ ଓ ଦୋଳବେଦୀରେ ଠାକୁରଂକ ସାମ୍ନାରେ ନୂତନ ପାଂଜି (ଅନୁକୁଳ) ପଠନର ପାରମ୍ପରିକ କାର୍ଯ୍ୟକ୍ରମପରମ୍ପରା କ୍ରମେ ହଜିହଜି ଯାଉଥିବା ବେଳେ ଗ୍ରାମ୍ୟ ପଲ୍ଲୀଜୀବନର ପରିବେଶକୁ କିଛିମାତ୍ରାରେ ବଂଚେଇ ରଖିଛି ଦୋଳ ଓ ରଜ ପରି ପର୍ବ ।

Dance of a Item girl
Sarthak video cassette on Gopala Ogala legendery story.

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]