
ଦ୍ୱିତୀୟ ଶ୍ରେଣୀ ଛାତ୍ରକୁଂ ପ୍ରଥମ ଶ୍ରେଣୀରେ ଆଉଥରେ ନାଁ ଲେଖେଇ ଚର୍ଚ୍ଚାରେ ପ୍ରଧାନ ଶିକ୍ଷକ?
ଶିକ୍ଷକତାର ପବିତ୍ର ବ୍ରୁତ୍ତିରେ ଏପରି ଅପବିତ୍ର ପ୍ରବ୍ରୁତ୍ତି କାହା ସ୍ୱାର୍ଥରେ ?
ସର୍ବଶିକ୍ଷା ଅଭିଯାନର ଅସଲ ସ୍ୱରୂପ ପଦାକୁ ଆସିଲା
କଟକ ଜିଲ୍ଲା,କଣ୍ଟାପଡା ବ୍ଲକ,ବାଗଲପୁର ପଂଚାୟତ,ଖଣ୍ଡିଆରୀପୁର ଗାଁ।ବ୍ଲକ ତଥା ଜିଲ୍ଲାର ଉପାନ୍ତ ଅଂଚଳ କୁହାଯିବା ଅଧିକ ସଠିକ ହେବ।ବନ୍ୟାପ୍ଲାବିତ ଅଂଚଳ ଭାବେପରିଗଣିତ।ବର୍ଷା ରୁତୁରେ ଅଗମ୍ୟ ପ୍ରାୟ କହିଲେ ଚଳେ।ଆଜିକୁ୩୦/୪୦ ବର୍ଷ ତଳେ ଗାଁ ଲୋକେ ମୁଣ୍ଡରେ ମାଟି ବୋଝ ମୁଣ୍ଡେଇ ବିଦ୍ୟାଳୟଟି ଗଢିଥିଲେ।ମୁଖ୍ୟମନ୍ତ୍ରୀ ବିଜୁପଟନାୟକକଂ କାର୍ଯ୍ୟ କାଳରେ ଯାହା ସରକାରୀ ଶିକ୍ଷାନୁଷ୍ଠାନର ସ୍ୱୀକ୍ରୁତି ଓ ମର୍ଯ୍ୟାଦା ପାଇବାରୁ ଲୋକେ ଖୁସିରେ ବିଭୋର ହୋଇପଡିଥିଲେ।ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକକଂ ଶାସନ କାଳରେ ଶିକ୍ଷାଧିକାରୀ ମାନକଂ ମିଛ ରିପୋର୍ଟ ଚକ୍ରାନ୍ତ ବଳରେ ବିଦ୍ୟାଳୟକୁ ଧାର୍ଯ୍ୟ ନିୟମ ଛାତ୍ର,ଛାତ୍ରୀ ସଂଖ୍ୟାକୁ ୧୦ରୁ କମ୍ ଦର୍ଶାଇ ବନ୍ଦ କରାଯାଇଛି।ଫଳରେ ଶିକ୍ଷାଧିକାର ଆଇନରେ ଅଧାରୁ ପାଠ ଛାଡୁଥିବା ପିଲାକୁଂ ବିଦ୍ୟାଳୟକୁ ଅଣାଯାଉଥିବା ବେଳେ ଏହି ବିଦ୍ୟାଳୟକୁ ବିନା କାରଣରେ ବନ୍ଦ କରିଦିଆ ଯିବାରୁ ଛାତ୍ର ଛାତ୍ରୀ ମାନେ ପାଠଛାଡି ଗୋରୁଜଗିବାକୁ ବାଧ୍ୟ ହୋଇଛନ୍ତି।ସବୁଠୁ ଦୁଃଖଓ ପରିତାପର ବିଷୟ ଯେ ସର୍ବଶିକ୍ଷାରେ ଛାତ୍ରଛାତ୍ରୀ ମାନକୁଂ ଫେଲ ନ କରି ଶ୍ରେଣୀଉତ୍ତୀର୍ଣର ନିୟମ ରହିଛି ଏଠାରେ ପ୍ରଧାନ ଶିକ୍ଷକକଂ ମେରୀରାୟ ନିତୀ ଯୋଗୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ଜଣେଛାତ୍ର ସାଇରାମ ଜଟ ପିତା ନିରଂଜନ ଜଟକୁଂ ୧ମ ଶ୍ରେଣୀ ସମାପନ ପରେ ଦ୍ୱିତୀୟ ଶ୍ରେଣୀକୁ ନେବା ବଦଳରେ ପ୍ରଧାନ ଶିକ୍ଷକ ହେମନ୍ତକୁମାର ମହାପାତ୍ର,ସାଇରାମ ଜଟକୁଂ ପୁନର୍ବାର ୧ମ ଶ୍ରେଣୀରେ ନାମ ଲେଖାଇ ବିଦ୍ୟାଳୟ ପ୍ରବେଶ କରାଇଥିବା ଭଳି ଏକ ଜଘନ୍ୟ ଜାଲିଆତି କାର୍ଯ୍ୟକରି ଛାତ୍ରଟିକୁ ଘୋର ମାନସିକ ନିର୍ଯ୍ୟାତନା ଯେ କେବଳ ଦେଇଛନ୍ତି ତା ନୁହେଁ ଏଥିସହ ଛାତ୍ର ଜୀବନର ଏକ ମୂଲ୍ୟବାନ ବର୍ଷ ମଧ୍ୟ ତାହାର ନଷ୍ଟ ହୋଇଛି।ପ୍ରଧାନ ଶିକ୍ଷକ ସରକାରକଂ ନିତି ନିୟମକୁ ଦଳିଚକଟି ତଂଚକତା ପୂର୍ବକ ସରକାରକୁଂ ମିଥ୍ୟା ରିପୋର୍ଟରେ ଉକ୍ତ ପୁରୁଣା ଛାତ୍ରକୁ ନୂଆ ଛାତ୍ରଭାବେ ଦର୍ଶାଇ ବିଦ୍ୟାଳୟ ପ୍ରବେଶ କରାଇଛନ୍ତି।କେବଳଏତିକିରେ କଥା ସରିନି। ସରକାର ବିଦ୍ୟାଳୟର ଛାତ୍ର ଛାତ୍ରୀ ସଂଖ୍ୟା ସର୍ବନିମ୍ନ ୧୦ କିମ୍ବା ତହିଁରୁ କମିଲେ ବିଦ୍ୟାଳୟ ବନ୍ଦନିମନ୍ତେ ନିତୀଗତ ନିଷ୍ପତ୍ତି ନେଇଥିଲେ ।ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଇ ଭିନ୍ନ ଭିନ୍ନ ପ୍ରକାରର ରିପୋର୍ଟ ଦେଲେ।ଉଚ୍ଚକର୍ତ୍ରୁପକ୍ଷ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ଗ୍ରାମବାସୀ,ଛାତ୍ରାଭିବାକ,ବିଦ୍ୟାଳୟ ପରିଚାଳନା କମିଟୀକୁ ଜଣେଇବାକୁ ନିର୍ଦ୍ଦେଶ ଦେଇଥିଲେ ଅଥଚ ଏହାକୁ ଚାପିରଖି ନୂତନ ଶିକ୍ଷାବର୍ଷ ଆରମ୍ଭ ପରେ ପୁନର୍ବାର ନୂତନ ଛାତ୍ରକଂ ନାମ ଲେଖାଇଦେଲେ।ନାମଲେଖା ପରେ ଓ ନୂତନ ଶିକ୍ଷାବର୍ଷ ଆରମ୍ଭ ପରେ ହଠାତ ବିଦ୍ୟାଳୟକୁ ୨୪।୬।୨୦୧୯ ରେ ବନ୍ଦ ଘୋଷଣା କରାଗଲା।ଫଳରେ ଛାତ୍ରଛାତ୍ରୀ ମାନକଂ ପାଠପଢାରେ ଡୋରୀ ବାନ୍ଧି ଦିଆଗଲା।ଏପରି ଅମାନବୀୟ କାର୍ଯ୍ୟକୁ ପ୍ରତିବାଦ କରି ନିରୀହ ଗ୍ରାମବାସୀ ମାନେ ବିଭାଗୀୟଉଚ୍ଚ ଅଧିକାରୀକୁଂ ନେହୁରା ହେଲେ ବି କେହି ଶୁଣୁନାହାନ୍ତି।ରାଜ୍ୟ ଗଣଶିକ୍ଷାମନ୍ତ୍ରୀକଂ ନିର୍ବାଚନ ମଣ୍ଡଳୀକୁ ଲାଗିଥିବା ଉକ୍ତ ଅଂଚଳ ଦୀପତଳ ଅନ୍ଧାର ପରି ରହିଛି।୧୩ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟ ଛାତ୍ରଉପସ୍ଥାନ ବହିରେ ଥିବା ସୂଚନାଧିକାର ତଥ୍ୟ ମିଳିଥିବା ଓ ଦୁଇକିମି ଦୂରତା ମଧ୍ୟରେ ଆଉ କୌଣସି ସରକାରୀ ଶିକ୍ଷାନୁଷ୍ଠାନ ନ ଥିବା ଜଣାପଡିଥିବା ସତ୍ତ୍ୱେ ଅକାରଣରେଏହିସବୁ ଛାତ୍ରଛାତ୍ରୀକଂ ଜୀବନକୁଅନ୍ଧାରକୁ ଠେଲିଦିଆ ଯାଇ ଭବିଷ୍ୟତକୁ ଧୂଳିସାତ୍ କରିଦିଆଯାଇଛି।ଅଥଚ କେହି ଦେଖିବାକୁ ନାହିଁ।ବାଧ୍ୟହୋଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବନ୍ଦ ପଡିଥିବା ବିଦ୍ୟାଳୟ ସମ୍ମୁଖରେ ତୁହାକୁ ତୁହା ଆନ୍ଦୋଳନ କରୁଛନ୍ତି।ପାଠପଢାରୁ ବଂଚିତ ଛାତ୍ର ଛାତ୍ରୀ ଗୋରୁ ଜଗିବାସହ ପାଠପଢିବାକୁ ଘରେ କନ୍ଦା କଟା କରୁଛନ୍ତି । ବିଦ୍ୟାଳୟର ଏହିଶିକ୍ଷକକୁଂ ଆମେ ଅନ୍ୟତ୍ର ଅବସ୍ଥାପିତ ବିଦ୍ୟାଳୟରେ ଭେଟି ପଚାରିଥିଲୁ ସେ କଣ କହୁଛନ୍ତି ଓ ଗ୍ରାମବାସୀକଂ ମନ୍ତବ୍ୟର ରେକର୍ଡ ଆମ ପ୍ରିୟ ପାଠକ ଓ ଦର୍ଶକବନ୍ଧୁକଂ ନିମନ୍ତେ ଉପସ୍ଥାପନ କରୁଛୁ।ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଯଦି ଏହାକୁ ଦେଖୁଥାନ୍ତି ତେବେ ନ୍ୟାୟ ଦେବାକୁ ଚେଷ୍ଟା କରିବାସହ ବିଦ୍ୟାଳୟଟିକୁ ତୁରନ୍ତ ଖୋଲିବାର ନିର୍ଦ୍ଦେଶ ଦେବେ ବୋଲି ଆମର ବିଶ୍ୱାସ ରହିଛି ।