
ନକ୍ସଲକଂ ସହ ଲଢୁଥିବା ଯବାନକୁଂ ମରଣମୁହଁରେ ଛାଡି ଖସିଗଲା ବିଭାଗ !
ଅମାନବୀୟ ଘଟଣାର ନମୁନା !
କେନ୍ଦୁଝର ୧୧।୧୦(ଜିଲ୍ଲା ପ୍ରତିନିଧି ) ଦେଶବାସୀକଂ ସୁରକ୍ଷାରେ ସଦାଜାଗ୍ରତ ସେନା ବା ଯବାନ ନିଜପିଲା ପରିବାରକୁଂ ସୁଖଦେବାପରିବର୍ତ୍ତେ ଦେଶ ଆଗ ବୋଲି ସେମାନକୁଂ ଶିକ୍ଷା ଦିଆ ଯାଇଛି । ହେଲେ ନିଜ ଜୀବନକୁ ବାଜି ଲଗାଇବା ବଦଳରେ ନକ୍ସଲ ଉପଦ୍ରୁତ ଅଂଚଳରେ କର୍ତ୍ତବ୍ୟରତ ଜଣେ ଯବାନକୁଂ ତାଂକ ଉପରିସ୍ଥ ଅଧିକାରୀ ଓ ସାଥୀ ଜବାନମାନେ ଜୀବନ ମ୍ରୁତ୍ୟୁ ସଂହ ସଂଘର୍ଷ ବେଳେ କେବଳ ହାତଛାଡି ଖସି ଯାଇନାହାନ୍ତି ବରଂ ସେ ଅଚେତନ ଅବସ୍ଥା ରେ ଥିବା ସୁଯୋଗରେ ଛୁଟିରେ ଯାଇଥିବା ଲେଖେଇ ନେଇଛନ୍ତି । ମସ୍ତିଷ୍କ ର ମ୍ରୁତ୍ୟୁ ହୋଇସାରିଥିବା ଡାକ୍ତର ସୂଚନା ଦେଲେଣି ଅଥଚ ଘରପରିବାରଏକଥା ଜାଣି ନ ଥିବାରୁ କରଜ ଦାମକରି ଦୈନିକ ୩ଟି ଇଂଜେକ୍ସନ (ଗୋଟିକ ୨୦ହଜାର ଟଂକା ) ଡାକ୍ତରକଂ କହିବା ମୁତାବକ କିଣି ଯୋଗାଉଛନ୍ତି ।ଆଶା ଯେ ପୁଅ କାଳେ ବଂଚିଯିବ ! ବି ଭାଗ ଏଯାଏ ଟଂକାଟିଏ ବି ଦେଇନଥିବା ଏମିତିକି ଦେଖିବାକୁ ଟିକେ ଆସୁ ନ ଥିବା ଭଳି ଅମାନବୀୟ ଘଟଣା ଆଉ କଣ ହୋଇପାରେ ।ପ୍ରାପ୍ତ ସୂଚନାନୁଯାୟୀ,କେନ୍ଦୁଝର ଜିଲ୍ଲାର ସ୍ଥାୟୀ ବାସିନ୍ଦା କ୍ରୁଷ୍ଣ ଚନ୍ଦ୍ର ମଲ୍ଲିକ ଓ.ଏସ୍. ଏ.ପି ୨ୟ ବାଟାଲିୟନ ରେ ସିପାହୀ ହାବିଲଦାର, ଏସ୍ ୧୬୪ ରାଉରକେଲାର କାଲଟା ଫାଣ୍ଡିରେ କାର୍ଯ୍ୟରତ ଥିଲେ । ଗତ ୩ତାରିଖ ସକାଳେ ତାଂକର ବ୍ରେନ ଷ୍ଟ୍ରୋକ ହେଲା ତାଂକ ସାଥୀ ଜବାନ ମାନେଉପରିସ୍ଥ ଅଧିକାରୀକୁଂ ଜଣାଇଲେ । ତୁରନ୍ତ ତାଂକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିବା ବଦଳରେ ଅଚେତନ ଥିବା କ୍ରୁଷ୍ଣକଂ ଠାରୁ CL ଛୁଟିଦରଖାସ୍ତ ସ୍ୱାକ୍ଷର କରାଇ ନିଆ ଗଲା। ବହୁବିଳମ୍ବରେ ୫/୬ ଘଣ୍ଟାପରେ କୌଣସି ବଡମେଡିକାଲ ବଦଳରେ କେନ୍ଦୁଝରଜିଲ୍ଲା ହାସପାତାଳରେ ଏଭଳି ଗୁରୁତର ରୋଗୀକୁଂ ଭର୍ତ୍ତିକରିଦେଇ ସାଥୀ ଜବାନ ଖସିପଳାଇଥିଲେ। ତାଂକ ଘରଲୋକେ କଟକ ବଡମେଡିକାଲରେ ଭର୍ତ୍ତିକରିବା ବେଳକୁ ଆଉ ୫/୬ ଘଣ୍ଟା ବିଳମ୍ବ ହୋଇସାରିଥିଲା ,ଡାକ୍ତରଏତେ ବିଳମ୍ବରେ ରୋଗୀକୁ ଅଣାଯାଇଥିବାରୁ ବିରକ୍ତି ପ୍ରକାଶ କରିଥିଲେ। ସେତେବେଳକୁ ରୋଗୀ ସଂପୂର୍ଣ ଅଚେତ। ଆଇ.ସି . ୟୁ ବି ନଥାଏ । ବାଧ୍ୟହୋଇ ଭୁବନେଶ୍ୱରର ଏକ ବେସରକାରୀ ମେଡିକାଲକୁ ନିଆଗଲା । ସେଦିନ ଠାରୁ ରୋଗୀ ସଂପୂର୍ଣ କୋମାରେ ଥିବାବେଳେ ଦୈନିକ ଲକ୍ଷେଟଂକା ଖର୍ଚ୍ଚ ହେଉଛି । ଗରିବ ପରିବାରର ଲୋକେ ସଂପୂର୍ଣ ଅସହାୟ।ଅଥଚ ବିଭାଗର କେହି ଜଣେ ବି ଦେଖା ନାହିଁ ।
