
ନକ୍ସା ଛପା ନାଁ ରେ ହାତସଫେଇ!କୋଟି ଟଂକାର ଘୋଟାଲା ସନ୍ଦେହ
କଟକ(ସ୍ୱତନ୍ତ୍ର ପ୍ରତିନିଧି):ରାଜ୍ୟରେ ଜମିବାଡି ଆଦି ମାପଚୁପ ନିମନ୍ତେ ସ୍ୱଳ୍ପ ମୂଲ୍ୟରେ ଜନସାଧାରଣକୁଂ ନକ୍ସା ଯୋଗାଣ ଦାୟୀତ୍ୱରେ ସରକାରୀ ଭାବେ ରହିଛି ଏକ ଅନୁଷ୍ଠାନ।ଯାହାର ନାମ ହେଉଛି “ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ କାର୍ଯ୍ୟାଳୟ ,ଜୋବ୍ରା କଟକ,ଓଡିଶା।ଏଠାରେ କଣ ସବୁଚାଲିଛି?କାହିଁକି ବର୍ଷ ବର୍ଷ ଧରି ସହରଠୁ ଆରମ୍ଭ କରି ଗାଁ ଗଣ୍ଡା ପର୍ଯ୍ୟନ୍ତ ଲୋକମାନେ ମୁଦ୍ରିତ ନକ୍ସାଟିଏ ପାଉ ନାହାନ୍ତି?ସ୍ୱଳ୍ପ ମୂଲ୍ୟ ତ ସ୍ୱପ୍ନ,କଳାବଜାରରେ ନକ୍ସାଟିଏ କିଣିବାକୁ ମିଳୁନି ,୫୦୦/୧୦୦୦ ଟଂକା ହାତଗୁଂଜା ସାଂଗକୁ ସମୟ ବି ବିତୁଛି ?ତାହାର ଏବେ ବାସ୍ତବ ଚିତ୍ର ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ,ଇନ୍ଦୁପୁରର ପଲ୍ଲୀ ରଘୁନାଥ ପୁର ଗାଁ ର ମନୋରଂଜନ ଜେନା ନାମକ ଜଣେ ସୂଚନାଧିକାର କର୍ମୀ ଏ ସଂପର୍କୀତ ତଥ୍ୟ ମାଗି ଓ ପ୍ରଥମ ଅପିଲ ପରେ ବି ତଥ୍ୟ ନମିଳିବା ପ୍ରତିବାଦରେ ଗତକାଲିଠାରୁ ସଂପ୍ରୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବାରୁ।ତେବେ କୋଟି କୋଟି ଟଂକାର ଏହି ଘୋଟାଲାରେ ସଂପ୍ରୁକ୍ତି ଥିବା ଏକ ରାକେଟ୍ ବୋଲି ପ୍ରାଥମିକ ଆକଳନ ଓ ସନ୍ଦେହର ସୂଚନା ମିଳିଥିବା,ଏହି ତଥା କଥିତ ବାବୁମାନେ ସହଯୋଗ କିମ୍ବା ସମସ୍ୟା ସମାଧାନରେ ବାଟ କାଢିବା ପରିବର୍ତ୍ତେ ଓଲଟା ଆନ୍ଦୋଳନ କାରୀକୁଂ ନିରାଶ କରିବାକୁ ବାହାରେ ଜଳୁଥିବା ସରକାରୀ ଆଲୋକକୁ ନିର୍ବାପିତ କରିଦେବାକୁ ଅଧସ୍ତନ କର୍ମଚାରୀକୁଂ ନିର୍ଦ୍ଦେଶ ଦେଇଥିବା ମାନବିକ ଅଧିକାରକୁ ବି କ୍ଷୁର୍ଣ କରିଛି।ଖବର ପାଇ ଆମ ପ୍ରତିନିଧି ସେଠାରେ ପହଂଚିବା ଓ ତଥ୍ୟ ସଂଗ୍ରହ କରିବାରେ ଜଣା ପଡିଛି ଯେ ,ଜଣେ କର୍ମଚାରୀ ନିଜ ଜ୍ୱାଇଁକୁଂ ଏଠାରେ କର୍ମଚାରୀ ଭାବେ ଏଠାରେ ରଖାଇ ଦେଇଥିଲେ।ଉକ୍ତ ବ୍ୟକ୍ତି ଓ କାର୍ଯ୍ୟାଳୟର ଜଣେ ପଦସ୍ଥ ଅଧିକାରୀକଂ ଏକ ରାକେଟ୍ ବିଭାଗର ବଡ ଅଧିକାରୀକଂ ସଂପ୍ରୁକ୍ତିରେ ଖୋଲିଥିଲା।ଫଳରେ ସରକାରୀ ତହବିଲରୁ ନକ୍ସା ଛପେଇ ଓ ଜନସାଧାରଣକୁଂ ଯୋଗାଣ ନାଁ ରେ କୋଟି ଟଂକା ଚଳୁ ହୋଇଥିବାର ଅଭିଯୋଗ ଏବେ ଚର୍ଚ୍ଚାର ପରିଧୀକୁ ଆସିଛି। ବାବୁଜଣକଂର କାରନାମା ଏତେ ଯେ କହିଲେ,ଗାଇଲେ,ବଜେଇଲେ ବି କୁଆଡେ ସରିବନି।ମିଳିଥିବା ସୂଚନାନୁଯାୟୀ ନକ୍ସା ଛପା ନାଁ ରେ କାଳି ,ଫିଲ୍ମ,ଆଲୁମିୟମ ପ୍ଲେଟ୍ , କେମିକାଲ ଆଦି କାଗଜପତ୍ରରେ ନିଜପତ୍ନୀକଂ ଦୋକାନରୁ କିଣାଯାଏ,ଅବଶ୍ୟ ଧର୍ମକୁ ଆଖିଠାର ସଦ୍ରୁଶ ନାମକୁ ମାତ୍ର ଟେଣ୍ଡର ଜରିଆରେ ଯାହାକି ‘ଅଫିସ ଅଫ ପ୍ରଫିଟ’ନିୟମାନୁଯାୟୀ ଆଦୌ ହେବାକଥା ନୁହେଁ କିମ୍ବା ଏମିତି ସୁଯୋଗ ବି ଉପର ଅଧିକାରୀ ଦେବାକଥା ନୁହେଁ ।ମେସିନ ଖରାପ ଦର୍ଶାଇ ମରାମତି ନିମନ୍ତେ ସରକାରୀ ତହବିଲରୁ ହାତ ସଫେଇ କରି ୧୨ଟି ମେସିନ କାଗଜ ପତ୍ରରେ ମରାମତି ହୋଇଛି ,ହେଲେ ୬ଟି ମେସିନ ମରାମତି ହୋଇଛି ବୋଲି କେତେକ କର୍ମଚାରୀ କହିଛନ୍ତି।ଏହାସତ୍ତ୍ୱେ ବି ଖଣ୍ଡିଏ ମୁଦ୍ରିତ ନକ୍ସା ସରକାର ଜଣେ ଲୋକକୁଂ ଯୋଗାଇବାରେ ସମର୍ଥ ହୋଇପାରି ନାହାନ୍ତି ,କେବଳ ସଂପ୍ରୁକ୍ତ କର୍ମଚାରୀକଂ ରାକେଟ ଯୋଗୁ।ମଝିରେ କୁଆଡେ ଭିଜିଲାନ୍ସ ଧରିଥିଲା ,ଲୋକେ ଭାବିଲେ ଓପାଡି ସମୁଦ୍ରକୁ ଫୋପାଡି ଦେବେ ନିଶ୍ଚୟ। ହେଲେ ସବୁ ସେଇ ମାଲପାଣି ବଳରେ ଥମିଗଲା ବୋଲି ଚର୍ଚ୍ଚା ଜୋର। କେବଳ ଏତିକି ନୁହେଁ ସବୁଠୁ ବଡ ଘୋଟାଲା ହୋଇଛି କୁଆଡେ ହାଇଟେକ ସର୍ଭେ ନାଁ ରେ କୋଟିଏରୁ ଅଧିକ ଦାମରେ କିଣା ମେସିନରେ । ଶ୍ୱଶୁରକଂ ପେନସନ ବି ବନ୍ଦ ଏଥିଯୋଗୁ ।୨୦୧୫-୧୬ ବର୍ଷରେ କୁଆଡେ ବାବୁମାନେ ଧରାପଡିଥିଲେ ଅଡିଟରେ।ଅର୍ଥାତ ସରକାର ଜାଣିପାରିଛନ୍ତି !କିନ୍ତୁ କାର୍ଯ୍ୟାନୁଷ୍ଠାନ କେବେ ?ଲୋକକୁଂ ଛପା ନକ୍ସା ମିଳିବ କେବେ? ଆହୁରି ବହୁ ଗୁଢ ରହସ୍ୟ ଅଛି,ପର୍ଯ୍ୟାୟ କ୍ରମେ ଏହା ପ୍ରକାଶ ପାଇବ !କେବଳ ସମୟକୁ ଅପେକ୍ଷା।ଘଟଣାକୁ ନେଇ ସୂଚନା ଅଧିକାର କର୍ମୀ ଶ୍ରୀ ମନୋରଂଜନ ଜେନାକଂ ଗତକାଲି ଠାରୁ ଆମରଣ ଅନଶନ ଆରମ୍ଭ ପରେ ଆଜି ସରକାରୀ ଭାବେ ତାଂକ ସ୍ୱାସ୍ଥ୍ୟ ପରୀକ୍ଷା ସହିତ କାକତାଳୀୟ ନ୍ୟାୟରେ କିମ୍ବା ଚମଡା ବଂଚେଇବାକୁ ଦାୟୀତ୍ୱରେ ଥିବା ବଡ ଅଧିକାରୀକୁଂ ସରକାର ବଦଳି କରିଦେଇଛନ୍ତି।ଗୋଟିଏ ପଟେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ‘Law will take it’s own course’କହୁଥିବାବେଳେ ରାଜ୍ୟରେ ଚାଲିଥିବା 5Tସରକାର ଘଟଣାକୁ ଗୁରୁତର ସହ ନେବେ ଓ ଲୋକକୁଂ ଯଥାଶୀଘ୍ର ସ୍ୱଳ୍ପ ମୂଲ୍ୟରେ ଉନ୍ନତ ମାନର ନିର୍ଭୁଲ ନକ୍ସା କିପରି ମିଳିବ ସେଥିନେଇ ଆମରଣ ଅନଶନରେ ବସିଥିବା କେନ୍ଦ୍ରାପଡା ଜିଲ୍ଲା,ଇନ୍ଦୁପୁରର ସୂଚନାଧିକାର କର୍ମୀ ଶ୍ରୀ ମନୋ ରଂଜନ ଜେନା ସରକାରକୁଂ ନିବେଦନ ଓ ଆଶା କରିଛନ୍ତି।



