ନବୀନସରକାରକଂ ଟଂକିକିଆ ଚାଉଳକୁ ବିଜେଡି ନେତାକଂ କଟୁ ସମାଲୋଚନା!ତାଳିରେ କମ୍ପିଲା ସଭା
ଦେବୀ-କନ୍ଦଳ ଦ୍ୱୀପାଂଚଳରେ ପ୍ରଥମକରି ଆୟୋଜିତ ୫ଦିନ ବ୍ୟାପୀ ପୋସ୍ତଳ ମହୋିତ୍ସବର ଗତକାଲି ଥିଲା ୪ର୍ଥ ରଜନୀ । ମାନ୍ୟଗଣ୍ୟ ଅତିଥିମାନକଂ ମଧ୍ୟରେ ମୁଖ୍ୟ ଆକର୍ଷଣ ଥିଲେ ପି.ସି.ସି ସଭାପତି ଶ୍ରୀ ନିରଂଜନ ପଟନାୟକ,ପୂର୍ବତନ ମନ୍ତ୍ରୀ,ପ୍ରଚଣ୍ଡ ଜ୍ଞାନୀ,ସୁ-ବକ୍ତା,ଏ ମାଟିର ମହକ ଶ୍ରୀ ପଂଚାନନ କାନୁନ ଗୋ,ଜଗତସିଂହପୁର ଲୋକସଭା କ୍ଷେତ୍ରର ଯୁବ କଂଗ୍ରେସ ସଭାପତି ଶଶିକାନ୍ତ ଲେଂକା,ବାଗଲପୁର ସରପଂଚ ଦ୍ୱାରୀକା ନାଥ ଦାଶ,ପୋସ୍ତଳ ସରପଂଚ ଧୀରେନ୍ଦ୍ର ଭୋଇ,ବିଜୁ ଜନତା ଦଳର ନବୀନକଂ ପଂଚମପାଳିରେ ଏ ପର୍ଯ୍ୟନ୍ତ ଅନୁଗତ ଥିବା ତଥା ନିଆଳି ବିଧାୟକ ଡାଃ ପ୍ରମୋଦ ମଲ୍ଲିକକଂ ସମର୍ଥକ ବ୍ରାହ୍ମଣ ବାଟୀ ପଂଚାୟତର ପୂର୍ବତନ ସରପଂଚ ବଳରାମ ପାତ୍ର ମଂଚାସୀନ ଥିଲେ। ।
ଯେତେବେଳେ ଶ୍ରୀ ପାତ୍ରକଂ ବକ୍ତବ୍ୟ ରଖିବାର ପାଳିପଡିଲା ସେ ସମସ୍ତକୁଂ ଆଶ୍ଚର୍ଯ୍ୟ ଚକିତ କଲାପରି କହିଲେ “ଟଂକିକିଆ ଚାଉଳ,ପିଆଜ ୨୨୦ ,ପୁଅ ମଦପିଇ ବୁଲିଲାଣି,ଏଥର କଂଗ୍ରେସ ଆସିବ” ଯାହା ଶୁଣି ସଭାରେ ପ୍ରବଳ ହାସ୍ୟରୋଳ ସାଂଗକୁ ତାଳିମାଡ ହୋଇଥିଲା।ସୂଚନା ଯୋଗ୍ୟ କି ବିଜେଡି ସୁପ୍ରିମୋ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଟଂକି କିଆ ଚାଉଳ ଯୋଜନାର ଶୁଭାରମ୍ଭ କରିଥିଲେ।ଅଥଚ ରାଜସ୍ୱ ବ୍ରୁଦ୍ଧି ନାମରେ ସରକାରୀ ଭାବେ ରାଜ୍ୟରେ ମଦର ବ୍ୟାପକ ପ୍ରଚାର ପ୍ରସାର ଯୋଗୁ ବହୁ ମଦ୍ୟପ ଟଂକିକିଆ ଚାଉଳକୁ ବିକିଦେଇ ମଦ କିଣି ପିଉଛନ୍ତି ।
ବିଜୁଜନତା ଦଳର ଜଣେ ସଚ୍ଚା ପୁରୁଣା କର୍ମୀକଂ ଏପରି ମନ୍ତବ୍ୟ ଦଳକୁ ବେଶ୍ ହଟ ହଟାରେ ପକାଇଛି।ଏମିତିକି ଉତ୍ସବର ଶେଷ ରଜନୀରେ ବିଧାୟକ ଡାଃ ପ୍ରମୋଦ ମଲ୍ଲିକକଂ କାର୍ଯ୍ୟସୂଚୀ ଉଦଯାପନ ନିମନ୍ତେ ଥିବା ବେଳେ ସେ ଅନୁପସ୍ଥିତ ରହିଥିଲେ।ତେବେ ଏଥିନେଇ କେତେକ ଗଣମାଧ୍ୟମ ପ୍ରତିନିଧି ତାଂକ ଦ୍ରୁଷ୍ଟି ଆକର୍ଷଣ କରିବାରୁ ସେ ଏହାକୁ ଖଣ୍ଡନ କରି କହିଥିଲେ ଯେ ତାଂକର ଆଈ ମରିଯାଇଥିବାରୁ ସେ ଶୁଦ୍ଧିକ୍ରିୟା ନିମନ୍ତେ ଯାଇପାରି ନାହାନ୍ତି ।
ଗଣମାଧ୍ୟମର ଆକଳନ ଅନୁଯାୟୀ :- ବଳରାମପାତ୍ର ଦଳର ଜଣେ ପୁରାତନ କର୍ମୀ ଓ ପୂର୍ବତନ ସରପଂଚ।ଗତ ନିର୍ବାଚନରେ ତାଂକ ବୋହୁ ବ୍ରାହ୍ମଣବାଟୀ ପଂଚାୟତରୁ ସମିତି ସଭ୍ୟା ଭାବେ ଜିତିଛନ୍ତି।ତେବେ ବିଧାୟକକଂ ଜଣେ ପାଖ କର୍ମୀକୁଂ ପରାଜିତ କରି ଜିତିଥିବାରୁ ତାଂକୁ ଅପମାନିତ କରିବାକୁ ଦୁଇ ଦୁଇଥର ବଳରାମ ପାତ୍ରକଂ ବୋହୁକୁଂ ଏପରି ପ୍ରତିଶ୍ରୁତି ଦେଇ ହଟ ହଟା କରାଯାଇଛି।ଯାହାକି ଯୋଜନା ବଦ୍ଧଅଟେ। ଗତ ପ୍ରାୟ ୪ଦିନ ତଳେ କଣ୍ଟାପଡା ଚେୟାରମ୍ୟାନ ବଦଳାଯିବାର ନାଟକ ରଚି ଦଳୀୟ ସଭ୍ୟସଭ୍ୟାମାନକଂ ସ୍ୱାକ୍ଷର ନିଆଯାଇଥିଲା ଓ ଗତ ୪ ତାରିଖରେ ନିଷ୍ପତ୍ତି କାର୍ଯ୍ୟକାରୀ ହେବାକୁ ଧାର୍ଯ୍ୟହୋଇଥିଲା ମାତ୍ର ତା ଆଗରୁ ୩ୟ ମହଲାରୁ ଚାପ ପଡିଲା କହିଏହି ପ୍ରସ୍ତାବକୁ ସ୍ଥଗିତ ରଖାଯାଇଛି । ଯାହା ଶ୍ରୀ ପାତ୍ରକଂ କ୍ଷୋଭର ମୁଖ୍ୟକାରଣ ବୋଲି ରାଜନୈତିକ ସମୀକ୍ଷକ ମହଲ ମତଦେଇଛନ୍ତି
“ଟଂକିକିଆଚାଉଳ, ପିଆଜ୨୨୦,ପୁଅ ମଦପିଇ ବୁଲିଲାଣି“- ବିଜେଡି ନେତା (ବଳରାମପାତ୍ର),ଉତ୍ସବର ଶେଷ ଦିନରେ ଚଉକି ଖାଲି ? ଆଜିଉତ୍ସବର ଶେଷ, କିନ୍ତୁପ୍ରବଳ ଜନସମାଗମ ପରିବର୍ତ୍ତେ ଅଧିକାଂଶ ଚଉକିଖାଲିପଡିଥିବାରୁ ଉତ୍ସବକୁ ବିଫଳ ପ୍ରମାଣିତ କରିଛି ବୋଲି ସାଧାରଣରେ ମତ ।

